କରୋନାରେ ଆକ୍ରାନ୍ତ ହେଲେ ବାପ ପୁଅ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟେ ହାଇଥିବା ୫ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ବାପ ପୁଅ ଅଛନ୍ତି । କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ବୟସ ୪୧ ବର୍ଷ ହୋଇଥିବା ବେଳେ ତାଙ୍କ ପୁଅକୁ ୩ ବର୍ଷ ହୋଇଥିବା ଜଣାପଡିଛି । ଏନେଇ ଜିଲ୍ଲା ଲୋକସଂପର୍କ ଅଧିକାରୀଙ୍କ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗତ ୧୦ ତାରିଖରେ ବାପା, ପୁଅ ଓ ମା’ ଅହମ୍ମଦାବାଦରୁ ଫେରିଥିଲେ । ବେଗୁନିଆ ବ୍ଲକ ହୀରାପୁର କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେମାନେ ରହୁଥିଲେ । ଏହାପରେ ସେମାନଙ୍କ କରୋନା ଟେଷ୍ଟ କରାଯାଇଥିଲା । ତେବେ ବାପା, ପୁଅଙ୍କ ରିପୋର୍ଟ ପଜେଟିଭ୍ ଆସିଥିଲା ବେଳେ ମା’ର ରିପୋର୍ଟ ନେଗେଟଭ ଆସିଥିଲା । ବାପ, ପୁଅଙ୍କୁ ଭୁବନେଶ୍ୱର କୋଭିଡ୍ ହସ୍ପଟାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟ ଆଜି ସୁଦ୍ଧା ରାଜ୍ୟରେ ୧୪୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାେ ବଳେ ସେମାନଙ୍କ ମଧ୍ୟରୁ ୮୮୧ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ୫୫୦ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ୭ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons