ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ବ୍ରହ୍ମପୁର ମହାନଗର ନିଗମ ମୁଖ୍ୟ କିରାଣୀ ଉପେନ୍ଦ୍ର ମାଝୀଙ୍କ କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ଶୀତଳାପଲ୍ଲୀ କୋଭିଡ୍ ହସ୍ପିଟାଲ୍ରେ ମୃତୁ୍ୟ ହୋଇଛି । ତାଙ୍କ ମୃତୁ୍ୟ ପରେ ବିଏମ୍ସିରେ ଶୋକର ବାତାବରଣ ଖେଳିଯାଇଛି । ଅନ୍ୟପକ୍ଷରେ ଆଉ କିଛି କର୍ମଚାରୀ ମଧ୍ୟ କରୋନା ପଜିଟିଭ୍ ବାହାରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ କିଛି ତଥ୍ୟ ପ୍ରକାଶ କରାଯାଇନଥିବା ବେଳେ ମୃତୁ୍ୟକୁ ସ୍ୱୀକାର କରିଛନ୍ତି ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋର । ଆଜି ବିଏମ୍ସି କାର୍ଯ୍ୟାଳୟକୁ ବନ୍ଦ କରାଯାଇଛି । କିନ୍ତୁ କୋଭିଡ୍-୧୯ ପରିଚାଳନା କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି କମିଶନର ରାଠୋର । ବିଏମ୍ସି କମିଶନର, ଡେପୁଟି କମିଶନର, ଆକାଉଣ୍ଟ ସେକ୍ସନ୍, କୋଭିଡ୍ ପରିଚାଳନା ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ ଖୋଲା ରହିବ । ଅନ୍ୟ ସମସ୍ତ ବିଭାଗ ବନ୍ଦ କରାଯାଇଛି ।
Comments are closed, but trackbacks and pingbacks are open.