ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ଜଣେ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଫଳରେ ଭାରତରେ ଏହି ରୋଗୀଙ୍କ ସଂଖ୍ୟା ଏବେ ୩୧ରେ ପହଞ୍ଚôଛି । ସମ୍ପୃକ୍ତ ବ୍ୟକ୍ତି ଦିଲ୍ଲୀର ଉତ୍ତମ ନଗର ଅଞ୍ଚଳରେ ରହୁଛନ୍ତି । ନିକଟରେ ସେ ଥାଇଲାଣ୍ଡ ଓ ମାଲେସିଆ ଯାଇଥିଲେ । ସେଠାରୁ ଫେରିବା ପରେ ଜ୍ୱର ଓ ଥଣ୍ଡାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ସେ କରୋନା ଭାଇରସ୍ରେ ସଂକ୍ରମିତ ଥିବା ଜଣାପଡ଼ିଛି । ଏହା ପରେ ତାଙ୍କୁ ପୃଥକ ଭାବେ ରଖାଯାଇ ଚିକିତ୍ସା କରାଯାଉଛି । ତାଙ୍କ ଅବସ୍ଥା ସ୍ଥିର ରହିଛି ।
ଗାଜିଆବାଦରେ ଗୁରୁବାର ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ସେ ବି ଇରାନ ଗସ୍ତରେ ଯାଇ ନିକଟରେ ଫେରିଥିଲେ । ଏହି ଘଟଣା ପରେ ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳରେ କରୋନା ରୋଗୀଙ୍କ ସଂଖ୍ୟା ୪ରେ ପହଞ୍ଚôଛି । ସେଥିରୁ ଦିଲ୍ଲୀରେ ୨ ଜଣ ଏବଂ ଗାଜିଆବାଦରେ ଜଣେ ଓ ଗୁରୁଗାଓଁରେ ଅନ୍ୟ ଜଣଙ୍କୁ ଚିହ୍ନଟ କରାଯାଇଛି । ଗତ ସୋମବାର ଦିଲ୍ଲୀରେ ଜଣେ ଓ ତେଲଙ୍ଗାନାରେ ଆଉ ଜଣେ ବାସିନ୍ଦା କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଆଗ୍ରାରେ ଥିବା ଦିଲ୍ଲୀ ବ୍ୟକ୍ତିଙ୍କର ୬ ପରିବାର ସଦସ୍ୟ ଏଥିରେ ଆକ୍ରାନ୍ତ ହୋଇ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେହିଭଳି ଗତ ବୁଧବାର ଇଟାଲୀରୁ ଆସିଥିବା ୧୬ ପର୍ଯ୍ୟଟକ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ପୂର୍ବରୁ କେରଳରେ ୩ଜଣ କରୋନା ଭାଇରସ୍ରେ ସଂକ୍ରମିତ ହୋଇଥିଲା ବେଳେ ଚିକିତ୍ସା ପରେ ସେମାନେ ସୁସ୍ଥ ହେବାରୁ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି ।
ଇତିମଧ୍ୟରେ ଭାରତରେ ଶୁକ୍ରବାର ଅଧିକ ୨୩ ନୂଆ କରୋନା ଭାଇରସ୍ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ପ୍ରଥମ ପରୀକ୍ଷାରୁ ସେମାନଙ୍କ ଠାରେ କରୋନା ଭାଇରସ୍ ରହିଥିବା ଜଣାପଡ଼ିଛି । ଫଳରେ ସେମାନଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । ତେବେ ପ୍ରକୃତରେ ସେମାନେ କରୋନା ଭାଇରସ୍ରେ ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହେବା ଲାଗି ସେମାନଙ୍କ ନମୁନା ସଂଗ୍ରହ କରାଯାଇ ପୁଣିଥରେ ପୁନେସ୍ଥିତ ନ୍ୟାସନାଲ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଭାଇରୋଲୋଜି (ଏନ୍ଆଇଭି)କୁ ପଠାଯାଇଛି । ସେଠାରୁ ରିପୋର୍ଟ ମିଳିବା ପରେ ତାହା ସ୍ପଷ୍ଟ ହେବ ।
ଦିଲ୍ଲୀ ସରକାର ଲୋକ ନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲରେ ୧୧ ପ୍ରକୋÂ ବିଶିଷ୍ଟ ସ୍ୱତନ୍ତ୍ର ୱାର୍ଡ ଖୋଲିଛନ୍ତି । ସେଠାରେ କରୋନା ରୋଗୀଙ୍କ ଚିକିତ୍ସା କରାଯିବ ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି । ସେହିଭଳି ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ମାଜିଷ୍ଟେ୍ରଟ ସବୁ ସରକାରୀ ଓ ଘରୋଇ ହସ୍ପିଟାଲକୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସେଠାରେ ୧୦ ପ୍ରତିଶତ ଶଯ୍ୟା ସଂରକ୍ଷିତ ରଖିବାକୁ ଶୁକ୍ରବାର ନିଦେ୍ର୍ଧଶନାମା ଜାରି କରିଛନ୍ତି ।
କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସବୁ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥାକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିଛନ୍ତି । କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଯଦିଓ ଭାରତରେ ଖୁବ୍ କମ୍ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି ତଥାପି ତାକୁ ରୋକିବା ଦିଗରେ ଯଥାସାଧ୍ୟ ପଦକ୍ଷେପ ଗ୍ରହଣ କରାଯିବା ନିହାତି ଆବଶ୍ୟକ । ତାକୁ ଦୃଷ୍ଟିରେ ରଖି ସବୁ ବିଭାଗକୁ ନିଦେ୍ର୍ଧଶ ଦିଆଯାଇଛି କି ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ ଆଧାର ଭିତ୍ତିକ ବାୟୋମେଟି୍ରକ ଉପସ୍ଥାନକୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯିବ । ବାୟୋମେଟି୍ରକ କାର୍ଯ୍ୟକାରୀ କରାଯିବା ପୂର୍ବରୁ ଯେଭଳି କର୍ମଚାରୀମାନେ ରେଜିଷ୍ଟରରେ ଦସ୍ତଖତ କରୁଥିଲେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସେମାନେ ସେହିଭଳି ରେଜିଷ୍ଟ୍ରରରେ ଦସ୍ତଖତ କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଲୋକସଭା ପକ୍ଷରୁ ମଧ୍ୟ କରୋନା ପ୍ରତି ସତର୍କତା ଅବଲମ୍ବନ କରିବାକୁ ଅଡଭାଇଜରୀ ଜାରି କରାଯାଇଛି । ସେଥିରେ କୁହାଯାଇଛି ଯେ ସଦସ୍ୟମାନେ ସ୍ୱଚ୍ଛତା ଅବଲମ୍ବନ କରିବା ସହ ପ୍ରତିଶେଧକ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ । ଗୋଟିଏ ସ୍ଥାନରେ ବହୁସଂଖ୍ୟକ ସଦସ୍ୟ ଏକାଠି ହେବା ଉଚିତ ନୁହେଁ । କେବଳ ସରକାରୀ କିମ୍ବା ଜରୁରୀ କାର୍ଯ୍ୟକୁ ଛାଡିଦେଲେ ସଂସଦକୁ ଆସୁଥିବା ପରିଦର୍ଶନ କିମ୍ବା ଆଗନ୍ତୁକଙ୍କ ଉପରେ ମଧ୍ୟ କଟକଣା ଲଗାଯାଇଛି ।
ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସବୁ ବିମାନବନ୍ଦରରେ ଯେକୌଣସି ଦେଶରୁ ଆସୁଥିବା ନାଗରିକଙ୍କ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ କେବଳ ଚୀନ, ହଂକଂ, ଦକ୍ଷିଣ କୋରିଆ, ଥାଇଲାଣ୍ଡ, ସିଙ୍ଗାପୁର, ନେପାଳ, ଇଣ୍ଡୋନେସିଆ, ଭିଏତନାମ ଓ ମାଲେସିଆ ଭଳି ଦେଶରୁ ଆସୁଥିବା ନାଗରିକଙ୍କୁ ବିମାନବନ୍ଦରରେ ସ୍କ୍ରିନିଂ କରାଯାଉଥିଲା । ସବୁଠାରୁ ଅଧିକ କରୋନା ସଂକ୍ରମିତ ଚୀନ୍ ଓ ଇରାନରୁ ଆସୁଥିବା ଯାତ୍ରୀଙ୍କ ପାଇଁ ମନ୍ତ୍ରଣାଳୟ ସ୍ୱତନ୍ତ୍ର କଟକଣା ଜାରି କରିଛି । ଭାରତରେ ପ୍ରବେଶ କରିବା ପୂର୍ବରୁ ସେମାନେ କରୋନା ହୋଇନଥିବା ପ୍ରମାଣପତ୍ର ଦେବାକୁ ପଡ଼ିବ ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଶୁକ୍ରବାର ଏକ ଉଚ୍ଚସ୍ତରୀୟ ବୈଠକରେ କରୋନା ମୁକାବିଲା ନେଇ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ସମୀକ୍ଷା କରିଛନ୍ତି । ବୈଠକରେ ସେ ସବୁ ରାଜ୍ୟଙ୍କୁ ସନ୍ଦିଗ୍ଧ ରୋଗୀଙ୍କ ଲାଳ ଓ ରକ୍ତ ପରୀକ୍ଷା କରିବା, ସ୍ୱତନ୍ତ୍ର ଲ୍ୟାବ ପ୍ରତିÂା କରିବା, ସେମାନଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ଖୋଲିବା ଓ ନିୟମିତ ଭାବେ ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ଏହି ରୋଗ ଯେଭଳି ନ ବ୍ୟାପିବ ସେଥିପ୍ରତି ସତର୍କ ରହିବା ଲାଗି ଲୋକମାନଙ୍କୁ ବୁଝାଇବା ଓ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ କହିଛନ୍ତି । କରୋନାକୁ ନେଇ ଲୋକମାନଙ୍କ ମନରେ ସୃଷ୍ଟି ହୋଇଥିବା ଭ୍ରାନ୍ତ ଧାରଣା ଦୂର କରିବାକୁ ସେ ସବୁ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ଭାରତରେ ୨୮,୬୨୯ ଯାତ୍ରୀଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ୨୧ଟି ଅନ୍ତର୍ଜାତୀୟ ବିମାନବନ୍ଦରରେ ୬ଲକ୍ଷ ଲୋକଙ୍କୁ ସ୍କ୍ରିନିଂ କରାଯାଇସାରିଲାଣି । ଏଥିସହ ନେପାଳ, ଭୁଟାନ ଓ ମଁ୍ୟାମାର ସୀମା ଦେଇ ଭାରତକୁ ଆସିଥିବା ୧୦ ଲକ୍ଷ ଲୋକଙ୍କୁ ମଧ୍ୟ ସୀମାରେ ସ୍କ୍ରିନିଂ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ।
ଅନ୍ୟପଟରେ ଶୁକ୍ରବାର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଯାଇଛି । ଏପର୍ଯ୍ୟନ୍ତ ଏହି ଭାଇରସ ଦ୍ୱାରା ବିଶ୍ୱର ୯୩ଟି ଦେଶର ୧,୦୦,୧୬୨ ଜଣ ଆକ୍ରାନ୍ତ ହୋଇଥିଲାବେଳେ ୩୪୦୬ ଜଣ ପ୍ରାଣ ହରାଇଛନ୍ତି । ଚୀନ୍ ପରେ ଇରାନ, ଇଟାଲୀ ଏବଂ ଦକ୍ଷିଣ କୋରିଆରେ କରୋନା ଯୋଗୁ ଏବେ ପରିସ୍ଥିତି ଉଦ୍ବେଗଜନକ ହୋଇଯାଇଛି । ଦକ୍ଷିଣ କୋରିଆରେ ୬୫୯୩ ଜଣ ଆକ୍ରାନ୍ତ ହୋଇଥିଲାବେଳେ ୪୨ ଜଣ ପ୍ରାଣ ହରାଇଛନ୍ତି, ଇରାନରେ ୪୭୪୭ ଜଣ ଆକ୍ରାନ୍ତ ହୋଇଥିଲାବେଳେ ୧୨୪ ଜଣ ପ୍ରାଣ ହରାଇଛନ୍ତି ଏବଂ ଇଟାଲୀରେ ୩୮୫୮ ଜଣ ଆକ୍ରାନ୍ତ ହୋଇଥିଲାବେଳେ ୧୪୮ ଜଣ ପ୍ରାଣ ହରାଇଛନ୍ତି । ଜର୍ମାନୀରେ ୫୭୭, ଫ୍ରାନ୍ସରେ ୪୨୩, ସ୍ପେନରେ ୩୨୯, ଆମେରିକାରେ ୨୩୩, ସିଙ୍ଗାପୁରରେ ୧୧୭, ସ୍ୱିଜରଲ୍ୟାଣ୍ଡରେ ୧୩୨ ଏବଂ ବ୍ରିଟେନରେ ୧୧୬ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି ।
Comments are closed, but trackbacks and pingbacks are open.