କରୋନା କବଳରେ ୧୮୮ ଦେଶ

Get real time updates directly on you device, subscribe now.

ଦିନକୁ ଦିନ କରୋନା ମହାମାରୀ ବିଶ୍ୱରେ କାୟା ମେଲାଇବାରେ ଲାଗିଛି । ରବିବାର ସୁଦ୍ଧା ବିଶ୍ୱର ୧୮୮ଟି ଦେଶକୁ ଏହା କବଳିତ କରିସାରିଛି । ଚୀନ୍ରେ ସବୁଠାରୁ ଅଧିକ ୮୧,୦୫୪ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିଲା ବେଳେ ସେଠାରେ ମୃତୁ୍ୟସଂଖ୍ୟା ୩,୨୬୧ ରହିଛି । ରବିବାର ସେଠାରେ ମାତ୍ର ୪୬ ନୂଆ ରୋଗୀ ଚିହ୍ନଟ ହୋଇଥିଲା ବେଳେ ୬ ଜଣଙ୍କର ମୃତୁ୍ୟ ଘଟିଛି । ଏଥିରୁ ଚୀନ୍ରେ ଏହାର ପ୍ରକୋପ ହ୍ରାସ ପାଉଥିବାର ପରିଲକ୍ଷିତ ହୋଇଛି । ଅନ୍ୟପଟେ ଏହା ତଳକୁ ସଂକ୍ରମଣରେ ଦ୍ୱିତୀୟ ସ୍ଥାରେ ରହିଛି ଇଟାଲୀ । ଏଠାରେ ୫୩,୫୭୮ ଜଣ ସଂକ୍ରମିତ ହୋଇଥିଲା ବେଳେ ମୃତୁ୍ୟସଂଖ୍ୟା ୪,୮୨୫ରେ ପହଞ୍ଚôଛି । ଫଳରେ ମୃତୁ୍ୟସଂଖ୍ୟାରେ ଇଟାଲୀ ଚୀନକୁ ପଛରେ ପକାଇଦେଇଛି । ସେହିଭଳି ମୃତୁ୍ୟସଂଖ୍ୟା ଦୃଷ୍ଟିରୁ ତୃତୀୟ ସ୍ଥାନରେ ସ୍ପେନ ଓ ଚତୁର୍ଥ ସ୍ଥାନରେ ଇରାନ ରହିଛି । ସ୍ପେନରେ ୨୮,୫୭୨ ଜଣ ସଂକ୍ରମିତ ହୋଇଥିଲା ବେଳେ ୧୭୫୩ ଜଣ ପ୍ରାଣ ହରାଇଛନ୍ତି । ଇରାନରେ ୨୧,୬୩୮ ଜଣ ସଂକ୍ରମିତ ହୋଇଥିଲା ବେଳେ ୧୬୮୫ ଜଣଙ୍କର ମୃତୁ୍ୟ ହୋଇଛି । ଆମେରିକାରେ ୨୬,୯୦୯ ଜଣ ସଂକ୍ରମିତ ହୋଇଥିଲା ବେଳେ ୩୪୯ ଜଣଙ୍କର ମୃତୁ୍ୟ ଘଟିଛି । ଅନ୍ୟପକ୍ଷରେ ଜର୍ମାନୀରେ ସଂକ୍ରମଣ ସଂଖ୍ୟା ୨୩,୯୩୭ ଥିଲା ବେଳେ ଏଠାରେ ମୃତୁ୍ୟସଂଖ୍ୟା ରହିଛି ୯୩ । ଫ୍ରାନ୍ସରେ ମଧ୍ୟ ୧୪,୪୫୯ ଜଣ ସଂକ୍ରମିତ ହୋଇଥିଲା ବେଳେ ୫୬୨ ଜଣଙ୍କର ମୃତୁ୍ୟ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons