ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସାରା ଦେଶ ଆଜି ୭୪ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ରାଜଧାନୀ ଭୁବନେଶ୍ୱରରେ କରେନା କଟକଣା ମଧ୍ୟରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ପତାକା ଉତ୍ତୋଳନ କରିବା ସହିତ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ସେ ବିଶେଷ ଭାବେ କରୋନା ସ୍ଥିତି ଉପରେ ଆଲୋକପାତ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, କରୋନା ମୁକାବିଲା ପାଇଁ ସାହସର ସହ କାମ କରିବାକୁ ହେବ । କରୋନା ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାରେ କୋଭିଡ ହସ୍ପିଟାଲ ହୋଇଛି । ରାଜ୍ୟରେ ପ୍ଲାଜମା ଥେରାପି ଚିକିତ୍ସା ପାଇଁ ପ୍ଲାଜମା ବ୍ୟାଙ୍କ ମଧ୍ୟ ହୋଇଛି । କେହି ପଇସା ଅଭାବରୁ କରୋନା ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ । ସେ କହିଥିଲେ, କରୋନା ଯୋଦ୍ଧାଙ୍କ ସେବାର ତୁଳନା ନାହିଁ । କରୋନା ଯୋଦ୍ଧାଙ୍କ ପାଇଁ ସାରା ଦେଶରେ ଆମର ମୃତୁ୍ୟ ସଂଖ୍ୟା କମ୍ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି କହିଥିଲେ, କେବଳ ଭାରତ ନୁହେଁ , ସାରା ବିଶ୍ୱ ପାଇଁ ସଙ୍କଟ ଆଣିଛି କରୋନା । ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି, ପର୍ଯ୍ୟଟନ ଓ ପରିବହନ ସେବା ପ୍ରଭାବିତ ହୋଇଛି । ବିଶ୍ୱର କୋଟି କୋଟି ଲୋକ କରୋନା ପାଇଁ ଜୀବିକା ହରାଇଛନ୍ତି । ଭ୍ୟାକସିନ ଆସି ପାରିଲେ ହିଁ କରୋନା ନିୟନ୍ତ୍ରଣକୁ ଆସିପାରିବ । କ୍ଷତି ଭରଣା ପାଇଁ ସମସ୍ତଙ୍କୁ ସାହସର ସହ କାମ କରିବାକୁ ପଡିବ । ମୋର ବିଶ୍ୱାସ କରୋନା ଶୀଘ୍ର ଦେଶରୁଦୂର ହେବ ଓ ସ୍କୁଲରେ ଘଣ୍ଟାବାଜିବ । ମୁଖ୍ୟକନ୍ତ୍ରୀ କହିଥିଲେ, କୃଷି , ନିର୍ମାଣ ଓ କର୍ମ ସଂସ୍ଥାନ ସୃଷ୍ଟି ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ଓଡ଼ିଶାକୁ ୧୨ ହଜାର କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି । ମହାରାଷ୍ଟ୍ରକୁ ପଛରେ ପକାଇ ଓଡ଼ିଶା ପୁଞ୍ଜି ନିବେଶରେ ୧ ନମ୍ବର ସ୍ଥାନ ହାସଲ କରିଛି । ୨୦୧୯-୨୦ରେ ଦେଶରେ କୃଷି ଅଭିବୃଦ୍ଧି ହାର ୨.୮% ଥିବା ବେଳେ ରାଜ୍ୟରେ ୭.୬୧% ରହିଛି ।
Comments are closed, but trackbacks and pingbacks are open.