କରୋନା ଡାକ୍ତରଙ୍କ ନିରାପତ୍ତା ଆଗ: ହୟାତ ସମେତ ୪ଟି ହୋଟେଲ ଅଧିଗ୍ରହଣ କଲେ ଯୋଗୀ ସରକାର

Get real time updates directly on you device, subscribe now.

ଲକ୍ଷ୍ନୌ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ କରୋନା ଭାଇରସ୍ ସଂକ୍ରମିତ ଲୋକଙ୍କ ଚିକିତ୍ସାରେ ନିୟୋଜିତ ‘କରୋନା ଯୋଦ୍ଧା’ (ଡାକ୍ତର ଏବଂ ସ୍ବାସ୍ଥ୍ୟସେବା କର୍ମଚାରୀ)ଙ୍କ ପାଇଁ ଜିଲ୍ଲା ପ୍ରଶାସନ ୪ଟି ହୋଟେଲ ଅଧିଗ୍ରହଣ କରିଛନ୍ତି । ଏହି ହୋଟେଲଗୁଡିକରେ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀଙ୍କୁ କ୍ବାରେଣ୍ଟାଇନ୍ କରାଯିବ । ପ୍ରଶାସନ ହୋଟେଲ ହୟାତ, ଫେୟାରଡିଲ୍, ପିକାଡିଲି ଏବଂ ଲେମନ ଟ୍ରିର ଅଧିଗ୍ରହଣ କରିଛନ୍ତି ।
ଜିଲ୍ଲା ଅଧିକାରୀ ଅଭିଷେକ ପ୍ରକାଶଙ୍କ ସୂଚନା ଅନୁଯାୟୀ, ଡାକ୍ତର, ନର୍ସ କିମ୍ବା ପାରାମେଡିକାଲ୍ କର୍ମଚାରୀମାନେ ଯେଉଁମାନେ ଏହି ମହାମାରୀ ଯୁଦ୍ଧରେ ଅବତରଣ କରିଛନ୍ତି ସେମାନଙ୍କୁ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଛି । ତେଣୁ ଏହି ସମସ୍ତ କରୋନା ଯୋଦ୍ଧାଙ୍କୁ କ୍ବାରେଣ୍ଟାଇନ୍ କରିବା ପାଇଁ ୪ଟି ହୋଟେଲ ଅଧିଗ୍ରହଣ କରାଯାଇଛି । ଡ୍ୟୁଟି ପରେ ସମସ୍ତ ଡାକ୍ତର ଏବଂ ମେଡିକାଲ କର୍ମଚାରୀଙ୍କ ରହିବା ପାଇଁ ଏହି ହୋଟେଲଗୁଡିକରେ ବ୍ୟବସ୍ଥା କରାଯାଇଛି । ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟର କର୍ମଚାରୀଙ୍କ ପାଇଁ ହୋଟେଲ ହୟାତ ଏବଂ ଫେୟରଫିଲ୍ଡ ଅଧିଗ୍ରହଣ କରାଯାଇଛି । ଏହାସହ SGPGI ପାଇଁ ହୋଟେଲ ପିକାଡଲି ଏବଂ ଲେମନ୍ ଟ୍ରି ଅଧିଗ୍ରହଣ କରାଯାଇଛି ।
ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ଘୋଷଣା ହେବା ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଜାରି କରାଯାଇଥିବା ଗାଇଡ୍ ଲାଇନ୍ ଅନୁଯାୟୀ ସମସ୍ତ ଡାକ୍ତର, ନର୍ସିଂ ଏବଂ ପାରାମେଡିକାଲ୍ କର୍ମଚାରୀଙ୍କୁ ସପ୍ତାହରେ ଗୋଟିଏ ଦିନ ଛୁଟି ଏବଂ ପୁଣି ସେମାନଙ୍କୁ କ୍ବାରେଣ୍ଟାଇନ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ୍ ଏବଂ SGPGI ଦ୍ବାରା ଡାକ୍ତର ଏବଂ ମେଡିକାଲ କର୍ମଚାରୀଙ୍କୁ କ୍ବାରେଣ୍ଟାଇନ୍ କରିବାକୁ ସ୍ଥାନର ବ୍ୟବସ୍ଥା କରିବା ପାଇଁ ଚିଠି ଲେଖାଯାଇଥିଲା । ଏହାକୁ ପାଳନ କରି ପ୍ରଶାସନ ଏହି ହୋଟେଲଗୁଡିକ ଅଧିଗ୍ରହଣ କରିଛି ।
ଅନ୍ୟପକ୍ଷରେ, ମହାମାରୀରେ ପୀଡିତ ଏବଂ ପଳାୟନ କରି ସହରରେ ପହଞ୍ଚୁଥିବା ଗରିବଙ୍କ ପାଇଁ ଜିଲ୍ଲା ପ୍ରଶାସନ ୩ଟି ଆଶ୍ରୟ ଗୃହ ନିର୍ମାଣ କରିଛି । ଏଥିପାଇଁ ଇନ୍ଦିରା ଗାନ୍ଧୀ ଫାଉଣ୍ଡେସନ୍, ଅଓ୍ବଧ ଶିଳ୍ପ ଗ୍ରାମ ଏବଂ ହଜ୍ ହାଉସ୍ ଆଶ୍ରୟ ଗୃହ ଭାବରେ ବ୍ୟବହାର ପାଇଁ ଅଧିଗ୍ରହଣ କରାଯାଇଛି । ଜିଲ୍ଲା ମାଜିଷ୍ଟ୍ରେଟ ଅଭିଷେକ ପ୍ରକାଶ ୧୪ ଏପ୍ରିଲ ପର୍ୟ୍ୟନ୍ତ ଏହି ୩ଟି ପ୍ରତିଷ୍ଠାନକୁ ଅଧିଗ୍ରହଣ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons