‘କରୋନା’ ନେଇ ଜିଲ୍ଲାପାଳଙ୍କ ସହ କଥା ହେଲେ ରାଜ୍ୟପାଳ

Get real time updates directly on you device, subscribe now.

ଭୁବନେଶ୍ୱର: ‘କରୋନା’ ମୁକାବିଲା ନେଇ ଜିଲ୍ଲାପାଳମାନଙ୍କ ସହ କଥା ହେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଆଜି ସେ କୋରାପୁଟ, ଗଜପତି, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ବୁଝିଲେ। ଅତି ଗୁରୁତ୍ୱର ସହ ଘଟଣାକୁ ନେଇ କାର୍ୟ୍ୟ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ଏହା ପୂର୍ବରୁ ଅର୍ଥାତ ଗତ ୨୮ ତାରିଖରେ ରାଜ୍ୟପାଳ ପୁରୀ, କଟକ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ କଥା ହୋଇଥିଲେ।ଓଡ଼ିଶାରେ ‘କରୋନା’ରେ ୩ ଜଣ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଦେଶରେ ୨୯ ଜଣଙ୍କ ଜୀବନ ଯାଇଛି। ୧୦୦୦ରୁ ଅଧିକ ‘କରୋନା’ରେ ଆକ୍ରାନ୍ତ ହୋଇ ଆଇସୋଲେସନ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ମଧ୍ୟ ରହିଛନ୍ତି। ସ୍ଥିତିକୁ ଦେଖି କେନ୍ଦ୍ର ସରକାର ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଯାହା ଫଳରେ ଗରିବ ଓ ଖଟିଖିଆଙ୍କ ଅବସ୍ଥା ଜଟିଳ ହୋଇଛି। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ହେଲ୍‌ପଲାଇନ୍ ନମ୍ୱର ଜାରି କରିଛନ୍ତି। ଏପରିକି ପ୍ରତ୍ୟେକ ପଞ୍ଚାୟତର ଭୋଜନର ବ୍ୟବସ୍ଥା କରିଛନ୍ତି। ତେବେ ରାଜ୍ୟ ସରକାର ନେଉଥିବା ପଦକ୍ଷେପ କେତେଦୂର କାର୍ୟ୍ୟକାରୀ ହେଉଛି, ସେ ସମ୍ପର୍କରେ ଜାଣିବା ପାଇଁ ଆଜି ରାଜ୍ୟପାଳ କେତେକ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons