କରୋନା ନେଲାଣି ୩ ମୁଣ୍ଡ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ୍): କରୋନାରେ ଆକ୍ରାନ୍ତ ହୋଇ ଆଉ ଜଣେ ୭୧ ବର୍ଷୀୟ ବୃଦ୍ଧଙ୍କ ଜୀବନ ଯାଇଛି । ରାଜ୍ୟ ସରକାରଙ୍କ ଟୁଇଟ୍ ପରେ ଏହା ସ୍ପଷ୍ଟ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ରାୟଗଡ଼ା ସହରର । ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାନଯାଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଏହାକୁ ମିଶାଇ ଜିଲ୍ଲାରେ କରୋନାଜନିତ ମୃତୁ୍ୟସଂଖ୍ୟା ସରକାରୀ ଭାବେ ୩ରେ ପହଞ୍ଚିଛି । ଗତ ୨୧ ତାରିଖରେ ପ୍ରାଣ ହରାଇଥିବା ବୃଦ୍ଧଙ୍କ ପରିବାରର ଅନ୍ୟଜଣେ ସଦସ୍ୟ ମଧ୍ୟ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି ।
ସୂଚନା ଅନୁସାରେ, ରାୟଗଡ଼ା ସହରର ଏହି ବୃଦ୍ଧ ମଧୁମେହ ଓ ରକ୍ତଚାପଜନିତ ରୋଗରେ ପୀଡ଼ିତ ଥିଲେ । କୋଭିଡ୍ ପରୀକ୍ଷା ପରେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କୁ କଟକସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ମୃତୁ୍ୟ ହୋଇଥିଲା । ଅନ୍ୟପକ୍ଷରେ ଜିଲ୍ଲା ହସ୍ପିଟାଲ୍ରେ ଗୁରୁବାର ପଜିଟିଭ୍ ଚିହ୍ନଟ ହେବା ପରେ ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଥିଲା । ମୃତ ବ୍ୟକ୍ତି ଜଣଙ୍କ ରାମନାଗୁଡା ବ୍ଲକ ଅଞ୍ଚଳର । ଏ ସଂପର୍କରେ ପ୍ରଶାସନ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ସୂଚନା ପ୍ରଦାନ କରାଯାଇଥିଲା । କରୋନାରେ ମୃତୁ୍ୟ ହୋଇଥିବାରୁ ଶବ ହସ୍ତାନ୍ତର କରାଯାଇ ପାରିବନି ବୋଲି କୁହାଯାଇଥିଲା । ପରିବାର ଲୋକେ ଏଥିରେ ରାଜି ହେବା ପରେ ତାଙ୍କ ମୃତଦେହକୁ ପ୍ରଶାସନ ପକ୍ଷରୁ ସକ୍ରାର କରାଯାଇଥିଲା । ତେବେ ଏହା କରୋନାଜନିତ ମୃତୁ୍ୟ କି ନୁହେଁ, ତାହା ଏପର୍ଯ୍ୟନ୍ତ ସରକାରୀ ଭାବେ ଘୋଷଣା କରାଯାଇନି ।
ସୂଚନାଥାଉକି, ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ କରୋନା ବ୍ୟାପିବାରେ ଲାଗିଛି । କେବଳ ଗତ ୩ ଦିନରେ ୨ ଶହରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଆଜି କେତେକ ପଜିଟିଭ୍ ଚିହ୍ନଟ ହୋଇଥିଲେ ବି ସରକାରୀ ଭାବେ ଘୋଷଣା କରାଯାଇନି । କେବଳ ଗୁଣପୁରରେ ୨୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ସରକାରୀ ଘୋଷଣା ମୁତାବକ ଗୁରୁବାର ସୁଦ୍ଧା ଜିଲ୍ଲାରେ ୪୨୨ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୩ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୨୧୯ ଜଣଙ୍କ ଚିକିତ୍ସା ଜାରି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons