କରୋନା ପଜିଟିଭଙ୍କ ସୁରକ୍ଷିତ ପ୍ରସବ କରାଇଲେ ଡାକ୍ତର

Get real time updates directly on you device, subscribe now.

ଫୁଲବାଣୀ,(ବି.ବି.ନୁ୍ୟଜ): କନ୍ଧମାଳ ଜିଲ୍ଲାର ଜଣେ କରୋନା ପଜିଟିଭ ଦିବ୍ୟାଙ୍ଗ ମହିଳାଙ୍କ ସଫଳତାର ସହ ପ୍ରସବ କରାଇଛନ୍ତି ଡାକ୍ତର । ଏହି ଦୃଷ୍ଟାନ୍ତମୂଳକ କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରିଛନ୍ତି ଚକାପାଦ ବ୍ଲକ୍ ବ୍ରାହ୍ମଣପାଦ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ନିଶାନ୍ତ ନାୟକ ଓ ତାଙ୍କ ସହଯୋଗୀ ।
ଡାକ୍ତର ନାୟକଙ୍କ ସୂଚନା ଅନୁଯାୟୀ, ଉଭୟ ମାଆ ଓ ଛୁଆ ସୁସ୍ଥ ଅଛନ୍ତି । ତେବେ ଛୁଆ ବି ପଜିଟିଭ ଥାଇପାରେ ବୋଲି ଅନୁମାନ କରାଯାଉଛି । ସେମାନଙ୍କୁ ଏବେ ବ୍ରାହ୍ମଣପାଦ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସଙ୍ଗରୋଧରେ ରଖାଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ବ୍ରାହ୍ଣଣପାଦ ବିଦୁ୍ୟତ୍ କଲୋନୀ ବାସିନ୍ଦା ଏହି ଦିବ୍ୟାଙ୍ଗ ମହିଳା ଜଣକ ଗର୍ଭବତୀ ଥିଲେ । ଚଳିତ ମାସ ୮ ତାରିଖରେ ସେ କୋଭିଡ୍ ପଜିଟିଭ ଥିବା ଜଣାପଡ଼ିଥିଲା । ଏହା ପରଠାରୁ ତାଙ୍କୁ ବଡ଼ଗାଁ କୋଭିଡ୍ କେୟାର୍ ସେଣ୍ଟର୍ରେ ରଖାଯାଇଥିଲା । ଆଜି ସେ ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବାହ୍ମଣପାଦ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ନାୟକ ଓ ତାଙ୍କ ସହଯୋଗୀମାନେ ସମ୍ପୂର୍ଣ୍ଣ କୋଭିଡ୍ ପ୍ରୋଟୋକଲ୍ ସହ ତାଙ୍କର ପ୍ରସବ କରାଇଥିଲେ ।
ଏ ନେଇ ଡାକ୍ତର ନାୟକଙ୍କୁ କହିଛନ୍ତି, ଏଭଳି ଏକ ଘଟଣାକୁ ନେଇ ସେ ପ୍ରଥମେ ଦ୍ୱନ୍ଦ୍ୱରେ ପଡ଼ିଥିଲେ । କୋଭିଡ୍ ପଜିଟିଭ ଥିବାରୁ ତାଙ୍କୁ ସାଧାରଣ ଆମ୍ବୁଲାନ୍ସରେ ଫୁଲବାଣୀ ସ୍ଥାନାନ୍ତର କରିବା ମନା । ଅନ୍ୟ ପଟେ ପ୍ରସବ ବେଦନା ଭୋଗୁଥିବା ଜଣେ ମହିଳାଙ୍କୁ କୋଭିଡ୍ ଆମ୍ବୁଲାନ୍ସରେ ପଠାଇବା ବି ସମ୍ଭବ ନୁହେଁ । ସେ ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିÂ ପ୍ରସୂତି ବିଶେଷଜ୍ଞ ଡ.ଅଭୟ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ବ୍ରାହ୍ମଣପାଦ ଠାରେ ହିଁ ପ୍ରସବ କରାଇବା ପାଇଁ ସ୍ଥିର କରିଥିଲେ ବୋଲି ଡ.ନାୟକ ପ୍ରକାଶ କରିଛନ୍ତି । ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଆପଣେଇ ଏହି କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ଏଥିରେ ସ୍ୱାସ୍ଥ୍ୟକେନ୍ଦ୍ରର ସବୁ କର୍ମଚାରୀ ସହଯୋଗ କରିଥିଲେ । ସଫଳ ପ୍ରସବ ପରେ ମହିଳା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିଛନ୍ତି । କିନ୍ତୁ ନବଜାତ ଶିଶୁର କୋଭିଡ୍ ପରୀକ୍ଷା କରିବା ଏକ କଷ୍ଟକର ବ୍ୟାପାର ହୋଇଥିବାରୁ ଏହା କରାଯାଇ ନାହିଁ । ୪୮ଘଣ୍ଟା ପରେ ଏହି ପରୀକ୍ଷା କରାଯିବ ବୋଲି ଡାକ୍ତର କହିଛନ୍ତି । ତେବେ ମା ପଜିଟିଭ ଥିବାରୁ ଶିଶୁ ମଧ୍ୟ ପଜିଟିଭ ଥିବାର ସମସ୍ତ ସମ୍ଭାବନା ରହିଛି ବୋଲି ସେ ପ୍ରକାଶ କରିଛନ୍ତି । ପରୀକ୍ଷା ପରେ ଆବଶ୍ୟକ ପଡ଼ିଲେ ଶିଶୁର କରୋନା ଚିକିତ୍ସା କରାଯିବ । ତେବେ ବ୍ରାହ୍ମଣପାଦ ଡାକ୍ତରଖାନାର ଡାକ୍ତର ନିଶାନ୍ତ ନାୟକ ଓ ଅନ୍ୟ କର୍ମଚାରୀଙ୍କ ଏଭଳି କର୍ତ୍ତବ୍ୟନିÂାକୁ ଜିଲ୍ଲାସାରା ପ୍ରଶଂସା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons