କରୋନା ପଜିଟିଭ୍ ରିପୋର୍ଟ ପରେ ଯାଜପୁରର ବ୍ରହ୍ମବରଦା ସିଲ୍‌

Get real time updates directly on you device, subscribe now.

ଯାଜପୁର : ଦିଲ୍ଲୀର ନିଜାମୁଦ୍ଦିନ ଧର୍ମସଭାରେ ଯୋଗ ଦେଇ ଫେରିଥିବା ତଥା ଏଯାବତ ଚିହ୍ନଟ ହୋଇପାରିଥିବା ୨୮ ଜଣ ଲୋକଙ୍କ ମଧ୍ୟରୁ ତିନି ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଯାଜପୁରର। ଗତକାଲି ରାତିରେ ଏହା ଜଣାପଡ଼ିବା ପରେ ଯାଜପୁର ଜିଲ୍ଲା ପ୍ରଶାସନ ବ୍ରହ୍ମବରଦା ଅଞ୍ଚଳକୁ ସିଲ୍‌ କରି ଦେଇଛି। କାରଣ ଜିଲ୍ଲାର ସଂପୃକ୍ତ କରୋନା ପଜିଟିଭ ବ୍ୟକ୍ତି ଜଣଙ୍କ ସେହି ଅଞ୍ଚଳର ବାସିନ୍ଦା। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ବ୍ରହ୍ମବରଦାର ୩ କିଲୋମିଟର ପରିଧି ମଧ୍ୟରେ ଚଳାଚଳ ବନ୍ଦ କରିଦିଆଯାଇଛି।ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାଶ କହିଛନ୍ତି ଯେ ସଂପୃକ୍ତ ବ୍ୟକ୍ତିଙ୍କୁ କଟକର ଅଶ୍ୱିନୀ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ସେହିଭଳି ତାଙ୍କ ପରିବାର ଲୋକଙ୍କୁ ସରକାରୀ କ୍ୱାରେଣ୍ଟାଇନ୍‌ରେ ରଖାଯିବ।ଏହା ସହିତ ୧୪ ଦିନ ଭିତରେ ଯେଉଁମାନେ ଏହି କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ନିଜଆଡ଼ୁ ଜଣାନ୍ତୁ ବୋଲି ଜିଲ୍ଲାପାଳ କହିଛନ୍ତି।ସୂଚନାଯୋଗ୍ୟ, ନିଜାମୁଦ୍ଦିନରୁ ରାଜ୍ୟକୁ ଫେରିଥିବା ଲୋକଙ୍କ ମଧ୍ୟରୁ ୨୮ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସମସ୍ତଙ୍କ ନମୁନା ପରୀକ୍ଷା କରାଯାଇଥିଲା। ଏଥିରୁ କେବଳ ତିନିଟି ରିପୋର୍ଟ ପଜିଟିଭ୍ ଆସିଛି। ଅନ୍ୟ ଦୁଇ ଜଣ କଟକ ଓ ପୁରୀର। ସେହିପରି ରାଜ୍ୟରୁ କେତେ ଜଣ ନିଜାମୁଦ୍ଦିନ ଯାଇ ଫେରିଥିବା ସ୍ପଷ୍ଟ ହୋଇପାରି ନଥିବା ବେଳେ ଅନ୍ୟମାନେ ନିଜଆଡ଼ୁ ସାମ୍ନାକୁ ଆସି ୧୦୪କୁ ଫୋନ୍ କରି ତଥ୍ୟ ଦେବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons