କରୋନା ପରେ ନିଦ ହଜାଇଛନ୍ତି ପଙ୍ଗପାଳ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ପଶ୍ଚିମ ଭାରତରେ ଚାଷୀଙ୍କ ନିଦ ଉଡାଇଥିବା ପଙ୍ଗପାଳକୁ ଓଡ଼ିଶାରେ ବି ଭୟ । ରାତାରାତି ଏକର ଏକର ଜମିରେ ଫସଲ ଚରି ଯାଉଥିବା ଏହି କୀଟ ମଧ୍ୟପ୍ରଦେଶ ଯାଏଁ ମାଡ଼ି ଆସିଲେଣି । ଯଦି ଓଡ଼ିଶାକୁ ଏମାନେ ମାଡ଼ି ଆସିବେ , ତାହାଲେ ସେମାନଙ୍କର କିଭଳି ମୁକାବିଲା କରାଯିବ ସେଥିପାଇଁ ଆଜି କୃଷି ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଥିଲା । ବିଶେଷ କରି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ପଙ୍ଗପାଳ ପଶି ଆସିବାର ଭୟ ଥିବାରୁ ଓୟୁଏଟି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଏକର ଏକର ଫସଲକୁ ରାତାରାତି ଚରି ଯାଉଛନ୍ତି ଝିଣ୍ଟିକା ଭଳି ଦେଖାଯାଉଥିବା ଏହି କୀଟ । ପ୍ରତ୍ୟେକ ଦିନ ନିଜ ଓଜନ ସହ ସମାନ ଖାଦ୍ୟ ଖାଇଦିଅନ୍ତି । ତେଣୁ ଏକ କିଲୋମିଟର ଅଂଚଳରେ ଥିବା ପଙ୍ଗପାଳ ଦିନକୁ ୩୫ ହଜାର ଲୋକଙ୍କ ଖାଦ୍ୟ ଚରି ଯାଉଥିବା କୁହାଯାଉଛି । ସବୁଜ ପନିପରିବା, ମକା, ଧାନ, ଆଖୁ ଆଦି ଫସଲର ମୂଳ , ଡାଳ, ପତର , ଫଳ, ଫୁଲ ସବୁକୁ ଏମାନେ ନଷ୍ଟ କରି େଉଥିବାରୁ ଚାଷୀ ଏବେ ଚିନ୍ତାରେ । ମଧ୍ୟପ୍ରଦେଶ ଯାଏଁ ପଙ୍ଗପାଳ ପହଞ୍ଚି ସାରିଥିବାରୁ ଓଡ଼ିଶାକୁ ବି ମାଡ଼ି ଆସିବାର ଆଶଙ୍କା ରହିଛି । କାରଣ ଗୋଟିଏ ପଙ୍ଗପାଳ ଦିନକୁ ଦେଢ଼ ଶହ କିଲୋମିଟର ଅତିକ୍ରମ କରିବାର କ୍ଷମତା ରଖିଥାଏ । ସେ ଦୃଷ୍ଟିରୁ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ପଙ୍ଗପାଳ ପଶି ଆସିବା ଆଶଙ୍କା ଥିବା ଓୟୁଏଯି ପକ୍ଷରୁ ଚାଷୀଙ୍କୁ ସତର୍କ କରାଇଛି ତା ସହିତ ଜାରି ହୋଇଛି ମାର୍ଗଦର୍ଶିକା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons