କରୋନା ପାଇଁ ଗ୍ଲୋକାଲ୍ ମେଡିକାଲ୍ ପ୍ରସ୍ତୁତ

Get real time updates directly on you device, subscribe now.

ଜୟପୁର: କୋଭିଡ ପଜିଟିଭ୍ଙ୍କୁ ଚିକିତ୍ସା କରିବାକୁ ସ୍ଥାନୀୟ ଗ୍ଲୋକାଲ ମେଡିକାଲର ସମସ୍ତ ପ୍ରସ୍ତୁତି ସରିଯାଇଛି । ରୋଗୀ ଭର୍ତ୍ତି ହେଲେ ଚିକିତ୍ସା ଆରମ୍ଭ କରାଯାଇପାରିବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି । ଆଜି ବିଧାୟକ ତାରାପ୍ରସାଦ ବାହିନୀପତି ଗ୍ଲୋକାଲ ମେଡିକାଲ ପରିଦର୍ଶନରେ ଯାଇଥିଲେ । ଏହା ସହ ରୋଗୀ କିପରି ଉତ୍ତମ ସ୍ୱାସ୍ଥ୍ୟସେବା ପାଇବେ ମେଡିକାଲର ଏମ୍ଡି ଡାକ୍ତର ଚିନ୍ମୟ ସାମନ୍ତସିଂହାରଙ୍କ ସହ ଆଲୋଚନା କରିଥିଲେ । ଉତ୍ତମ ଚିକିତ୍ସା ଦେବାକୁ ଡାକ୍ତର, ସ୍ୱା୍ସ୍ଥ୍ୟକର୍ମୀଙ୍କୁ ଅନୁରୋଧ କରିଥିଲେ ବିଧାୟକ । ଏହି ଅବସରରେ ବିଧାୟକ କହିଛନ୍ତି, ମୁଖ୍ୟ ଶାସନ ସଚିବ ଏହି ମେଡିକାଲ ପରିଦର୍ଶନ କରିବା ପରେ ଏହା କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଗ୍ଲୋକାଲ ମେଡିକାଲ କାର୍ଯ୍ୟକ୍ଷମ ହେବା ଦିଗରେ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ଶାସନ ସଚିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ କୋରାପୁଟ ଜିଲ୍ଲାପାଳ ଉଦ୍ୟମ କରିଥିବାରୁ ସେ ସାଧୁବାଦ ଜ୍ଞାପନ କରିଛନ୍ତି । ଏହା କାର୍ଯ୍ୟକ୍ଷମ ହେଲେ ଆଖାପାଖ ଅଞ୍ଚଳର କରୋନା ରୋଗୀ ଉପକୃତ ହୋଇପାରିବେ । ସମସ୍ତ ଆନୁଷଙ୍ଗିକ ସୁବିଧା ପାଇପାରିବେ । ଚିକିତ୍ସିତ ରୋଗୀଙ୍କୁ ମେଡିକାଲ ପକ୍ଷରୁ ଖାଦ୍ୟ ବ୍ୟବସ୍ଥା କରାଯାଇଛି । ଆସନ୍ତା ସୋମବାର ସୁଦ୍ଧା ସିଟିସ୍କାନ କାର୍ଯ୍ୟକ୍ଷମ ହେବ । ମେଡିକାଲର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟିକା ଦେବା ସହ ସେମାନଙ୍କୁ ପିପିଇ କିଟ୍ ଦେବାକୁ ସରକାରଙ୍କୁ ଅନୁରୋଧ କରିଥିବା କହିଛନ୍ତି ବିଧାୟକ ଶ୍ରୀ ବାହିନୀପତି । ସୂଚନାଥାଉକି, ଗତ ୩୧ତାରିଖରେ ଗ୍ଲୋକାଲ ମେଡିକାଲ କିପରି ଅତିଶୀଘ୍ର କାର୍ଯ୍ୟକ୍ଷମ ହୋଇପାରିବ ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିିବ ସୁରେଶ ମହାପାତ୍ର ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦୀପ୍ତ କୁମାର ମହାପାତ୍ର । ଜୟପୁର ଗସ୍ତରେ ଆସି ଏହାର ସମୀକ୍ଷା କରିବା ପରେ ଅତିଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଗଣମାଧ୍ୟମକୁ କହିଥିଲେ । ଏହାର ୨ଦିନ ପରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତୁତି ଶେଷ ହୋଇଯାଇଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି ।

ରିପୋର୍ଟ: ବାସୁଦେବ ଜେନା

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons