କରୋନା ମୁକାବିଲା:ଏସ୍ଡିଆରଏଫ୍ରୁ ୨୨୫ କୋଟି ମଞ୍ଜୁର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ୍)ରୁ ୨୨୫ କୋଟି ଟଙ୍କା ମଞ୍ଜୁର ହୋଇଛି । ଆଜି ସନ୍ଧ୍ୟାରେ ଅନୁÂିତ ରାଜ୍ୟ କାର୍ଯ୍ୟକାରିଣୀ ପରିଷଦ ବୈଠକରେ କରୋନା ମୁକାବିଲା ପାଇଁ ଏହି ପାଣ୍ଠି ଖର୍ଚ୍ଚ କରିବା ପାଇଁ ଅନୁମୋଦନ ମିଳିଛି ।
କରୋନାକୁ ବିପର୍ଯ୍ୟୟ ତାଲିକାଭୁକ୍ତ କରାଯିବା ପରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏସ୍ଆରଏଫ୍ ପାଣ୍ଠି ଖର୍ଚ୍ଚ ନେଇ ବ୍ୟବସ୍ଥା କରାଯାଇଛି । ଆଜି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏସ୍ଡିଆରଏଫ୍ ପାଣ୍ଠି ନେଇ ରାଜ୍ୟ କାର୍ଯ୍ୟକାରିଣୀ ପରିଷଦର ବୈଠକ ବସିଥିଲା । ଏଥିରେ କରୋନା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଏସ୍ଡିଆରଏଫରୁ ୨୨୫ କୋଟି ଟଙ୍କା ଦେବା ପାଇଁ ନିଷ୍ପତ୍ତି ହୋଇଛି । ଏହି ପାଣ୍ଠି କ୍ୱାରେଣ୍ଟାଇନ୍ କ୍ୟାମ୍ପ, ନମୁନା ସଂଗ୍ରହ, ସ୍କ୍ରିନିଂ, ରୋଗୀଙ୍କ ଅସ୍ଥାୟୀ ରହଣି ଓ ସେମାନଙ୍କ ପାଇଁ ଖାଦ୍ୟ, ଚିକିତ୍ସା ସେବା, ଲାବ୍ ପ୍ରତିÂା ଓ ଅତ୍ୟାଧୁନିକ ଯନ୍ତ୍ରପାତି କିଣା କାର୍ଯ୍ୟରେ ବିନିଯୋଗ ହେବ । ଏହି ବୈଠକରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ (ରାଜସ୍ୱ) ପ୍ରଦୀପ୍ତ କୁମାର ମହାପାତ୍ର, ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons