କରୋନା ମୁକାବିଲାରେ କ’ଣ ଭ୍ରାନ୍ତ ଧାରଣା, କ’ଣ ସତ : ମଶା କାମୁଡାରେ ଡିଏଁନି, ହାଡଫୁଟି ଭଳି ଥରେ ହେଲେ ଆଉ ନହୋଇପାରେ

Get real time updates directly on you device, subscribe now.

ଭୁବନେଶ୍ବର: ସାରା ବିଶ୍ବ ଭୟଙ୍କର ଭାଇରସ କୋଭିଡ୍-୧୯ ବା କରୋନାର ଆତଙ୍କରେ ଆତଙ୍କିତ । ଆଜି ସୁଦ୍ଧା ସାରା ବିଶ୍ବର ୨୧୦ ଦେଶ ଏବଂ ଦୁଇଟି ଜାହାଜରେ ୨୦ ଲକ୍ଷ ୮ ହଜାର ୧୬୪ କରୋନା ସଂକ୍ରମିତ । ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୯ ହଜାର ୮୧୫ ଟପିଲାଣି । ଅଧା ବିଶ୍ବ ଲକ୍‌ଡାଉନ । ଔଷଧ ବାହାରିନି, ଟୀକା କିମ୍ବା ପ୍ରତିଷେଧକ ବି ନାହିଁ । କେବଳ ସଚେତନତା ଏବଂ ସାବଧାନତା ହିଁ ସଂକ୍ରମଣ ରୋକିବାର ସବୁଠୁ ବଡ ବାଟ । ଏମିତି ବେଳେ ଏହି ଭୟଙ୍କର ଭୂତାଣୁ ଜନୀତ ସଂକ୍ରମଣ ନେଇ ରହିଛି ବିଭିନ୍ନ ଭ୍ରାନ୍ତ ଧାରଣା ।କରୋନା ପ୍ରତିରୋଧ ଏବଂ ମୁକାବାଲି ନେଇ ଅନେକ ଧାରଣା ଭୁଲ୍‌ ।ବୁଧବାର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପ୍ରମୂଖ ମୁଖପାତ୍ର ସୁବ୍ରତ ବାଗଚି ଏହାର ବାଖ୍ୟା କରିବା ସହ ରଖିଛନ୍ତି ୧୨ ଟି କତା । ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ନହୋଇ କରୋନାକୁ ସାମ୍ନା କରିବାର , ମୁକାବିଲା କରିବାର ଉପାୟ କହିଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଏବଂ ବୈଜ୍ଞାନୀକ ତଥା ବିଶେଷଜ୍ଞଙ୍କ ତଥ୍ୟ ଓ ସୂଚନା ଆଧାରରେ ୧୨ ଟି ସଚେତନତା ରଖିଛନ୍ତି ଶ୍ରୀ ବାଗଚି ।
୧) “ ନାକରେ ଲୁଣ ପାଣି ପୂରାଇଲେ କରୋନା ହେବନାହିଁ “ – ଏପରି ଧାରଣା ବା କଥା ସଂପୂର୍ଣ୍ଣ ଭୁଲ୍‌ ବା ଭ୍ରାନ୍ତ ଧାରଣା । ଗରମ ଲୁଣ ପାଣିରେ ମୁହଁ ଧୋଇଲେ , ଥଣ୍ଡା ବା ସର୍ଦ୍ଦିରୁ କିଛିଟି ଆରାମ ମିଳିପାରେ କିନ୍ତୁ ନାକରେ ପୂରାଇଲେ କରୋନା ଆଶଙ୍କା ଦୂର ହେବା କଥା ସଂପୂର୍ଣ୍ମ ଭୁଲ୍ ବା ଭିତ୍ତିହୀନ ।
୨) କରୋନା ଭୂତାଣୁ ଖରା ଗରମରେ ମରିଯିବେ , ୨୫ ଡିଗ୍ରୀ ସେଲସିୟସ ବା ୭୭ ଡିଗ୍ରୀ ଫାରେନ ହାଇଟ ଉତ୍ତାପରେ କରୋନା ଭୂତାଣୁ ମରିଯିବ ବୋଲି ଯାହା କୁହାଯାଉଛି ବା ପ୍ରଚାର ହେଉଛି ତାହା ସଂପୂର୍ଣ୍ମ ଭୁଲ୍‌ । ଏପରି ଧାରଣା ମଧ୍ୟ ମିଛ ।
୩) କରୋନା ଯଦି ଧରିବ ତେବେ ତାହା ସାରା ଜୀବନ ଗୋଡେଇବ , ଏହି ଧାରଣା ମଧ୍ୟ ଭୁଲ୍‌। ବର୍ତ୍ତମାନ ସୁଦ୍ଧା ଯାହା ଅଭିଜ୍ଞତା ତଥା ତଥ୍ୟ ରହିଛି କରୋନା ଥରେ ଆକ୍ରାନ୍ତ କରିବା ପରେ ଆଉ ହୋଇନଥାଏ । ହାଡଫୁଟି ଭଳି । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପରେ ଏପରି ହେଉଥିବା ଆଶା ।
୪) ଏକ ଲମ୍ବା ନିଶ୍ବାସ ନେଇ ତାହାକୁ ଯଦି ୧୦ ସେକେଣ୍ଡ ପର୍ୟ୍ୟନ୍ତ ଭିତରେ ରଖିପାରୁଛ, ତେବେ ତମେ କରୋନା ସଂକ୍ରମିତ ହୋଇନ । ଏପରି କିଛି କଥା ବା ଧାରଣା ସଂପୂର୍ଣ୍ଣ ଅମୂଳକ ଏବଂ ଭ୍ରାନ୍ତ ବୋଲି କହିଛନ୍ତି ଶ୍ରୀ ବାଗଚି । ସେ କହିଛନ୍ତି, କରୋନା ନିରୂପଣର ଏହା ତରିକା ନୁହେଁ । ଶ୍ବାସ-ପ୍ରଶ୍ବାସରେ କଷ୍ଟ, ଗଳାରେ ଦରଜ ଆଦି ସହ ଜ୍ବର- କାଶ କୁ କରୋନା ସଂକ୍ରମମର ଲକ୍ଷଣ ବୋଲି ଆଶଙ୍କା କରାଯାଇପାରେ ।
୫) ମଦ ପିଇଲେ କରୋନା ହେବନି, ଆଲକହଲ ପାଇଁ ଏପରି ହେବ । ଏହି ଧାରଣା ସଂପୂର୍ଣ୍ମ ଭ୍ରାନ୍ତ ଏବଂ ଯୁକ୍ତି ଭିତ୍ତିହୀନ । ମଦ ବା ନିଶା ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ । ତାହା କୋଭିଡ୍ ୧୯ ଭୂତାଣୁ କୁପ୍ରତିରୋଧ କରିବାରେ କମ୍‌ଜୋର ହୋଇଥାଏ ।
୬) ଗରମ ପାଣିରେ ଗାଧୋଇଲେ କରୋନା ହେବନି ବୋଲି ଅନେକ ଭାବନ୍ତି . ଏହା କିନ୍ତୁ ଠିକ୍‌ ନୁହେଁ । ଗରମ ପାଣିରେ ଗାଧାନ୍ତୁ , କିନ୍ତୁ ଏହା କରୋନା ପ୍ରତିରୋଧକ ନୁହେଁ କିମ୍ବା କରୋନା ସହ ଏହାର କିଛି ସଂପର୍କ ନାହିଁ । ହାତକୁ ୬-୭ ଥର ଭଲକରି ସାବୁନରେ ଧୁଅନ୍ତୁ, ମୁହଁ-ନାକରେ ହାତ ମାରନ୍ତୁ ନାହିଁ , ସଚେତନ ରୁହନ୍ତୁ ।
୭) ମଶା କାମୁଡାରେ କରୋନା ସଂକ୍ରମିତ ହୁଏ ନାହିଁ । କାରଣ ଏହା ମ୍ୟାଲେରିଆ ବା ସେଭଳି କିଛି ମଶା ବାହକ ରୋଗ ଭଳି ନୁହେଁ । ମଶା କୁ କରୋନାର ବାହକ ଭାବିବା ଏକ ଭୁଲ ଧାରଣା ।ଏହା କାଶ, ଛିଙ୍କ ଆଦିରେ ବାହାରୁଥିବା କଣିକାଦ୍ବାରା ସଂକ୍ରମିତ ହୋଇଥାଏ । ତେଣୁ ମାସ୍କ ବ୍ୟବହାର କରନ୍ତୁ ।
୮) ରସୁଣ ଖାଇଲେ କରୋନା ହେବନି- ଏପରି ଧାରଣା ମଧ୍ୟ ପୁରା ଭୁଲ ଏବଂ ଭ୍ରମାତ୍ମକ ।
୯)ଛୋଟ ପିଲା, ଶିଶୁ ଓ ଯୁବକ ମାନଙ୍କୁ କରୋନା ଆକ୍ରାନ୍ତ କରିବା ନାହିଁ ବୋଲି କହିବା ସଂପୂର୍ଣ୍ଣ ଭୁଲ ଏବଂ ଅଯୁକ୍ତିକର । ଏପରି ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ନହେବାକୁ ଚେତାଇଛନ୍ତି ଶ୍ରା ବାଗଚି । ତେବେ ୭୦ ବର୍ଷରୁ ଅଧିକ ବୟସର ଲୋକ ତଥା ଅନ୍ୟ ରୋଗରେ ଆକ୍ରନ୍ତ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ଲାଗି କରୋନା ରିସ୍କ ଅଧିକ ହୋଇ ଥାଏ ବୋଲି ସେ କହିଛନ୍ତି ।
୧୦) ଆଣ୍ଟିବାୟୋଟିକେ ସେବନ କଲେ କରୋନା ହେବନାହିଁ, କିମ୍ବା କରୋନା ଭଲ ହେବା ସହଜ ବୋଲି ଅନେକ ଭାବନ୍ତି । କିନ୍ତୁ ଏହା ଠିକ୍‌ ନୁହେଁ ।କାରଣ ଆଣ୍ଟିବାୟୋଟିକେ ଜୀବାଣୁ ନାଶକ, ଭୂତାଣୁ ନାଶକ ନୁହେଁ । ତେଣୁ କାହା କଥାରେ ପ୍ରଭାବିତ ହୋଇ ଆଣ୍ଟିବାୟୋଟିକ୍ ନଖାଇବାକୁ ପରାମର୍ଶ ଦିଅନ୍ତି ବିଶେଷଜ୍ଞ ।
୧୧) କ୍ଲୋରିନ ପାଣିରେ କୁଳୁକୁଚ୍ଚା କଲେ କରୋନା ହେବନି ବୋଲି ଅନେକ ଭାବୁଛନ୍ତି , କିନ୍ତୁ ଏହା ଏକ ସଂପୂର୍ଣ୍ଣ ଭ୍ରାନ୍ତ ଧାରଣା ।ଏହା କେବଳ ମିଛ ନୁହେଁ ଭୟଙ୍କର ମଧ୍ୟ । ଏହାର ପ୍ରତିକ୍ରିୟା କ୍ଷତିକାରକ ହୋଇପାରେ । ତେଣୁ କେବେ ବି କ୍ଲୋରିନ ପାଣିରେ କୁଳୁକୁଚ୍ଚା କରିବେ ନାହିଁ ।
୧୨) ଅନେକ ଭାବନ୍ତି ପୋଷା କୁକୁର, ବିଲେଇ ଏବଂ ପୋଷା ଜୀବଙ୍କ ଠାରୁ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି । କିନ୍ତୁ ଏପରି ଅଶଙ୍କା ସଂପୂର୍ଣ୍ଣ ଭିତ୍ତିହୀନ ଏବଂ ବିଭ୍ରାନ୍ତିକର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons