କରୋନା ମୁକାବିଲା:୩ ମାସର ଦରମା ଦେଲେ ବାଚସ୍ପତି, ମନ୍ତ୍ରୀ, ବିଧାୟକ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ମୁକାବିଲା ଯୁଦ୍ଧରେ ସିପାହୀ ସାଜିବାକୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଆହ୍ୱାନ ଦେଇଥିଲେ । ଆଉ ଦୁଇ ପାଦ ଆଗକୁ ଯାଇ ନିଜର ୩ ମାସର ଦରମା ରିଲିଫ ପାଣ୍ଠିକୁ ଦାନ କରିଥିଲେ । ଅନ୍ୟମାନେ ବି ଦାନ ଦେବାକୁ ଅପିଲ୍ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ ପରେ ଆଜି ବାଚସ୍ପତିଙ୍କ ସମେତ ଆଉ କିଛି ମନ୍ତ୍ରୀ ଓ ବିଧାୟକ ତିନି ମାସର ଦରମା ଦାନ କରିଛନ୍ତି ।
ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟିକା ଲତିକା ପ୍ରଧାନ, ସାବିତ୍ରୀ ଅଗ୍ରୱାଲ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ କୁମାର ଜଗଦେ୍ଧବ, ସୁଶାନ୍ତ କୁମାର ରାଉତ, ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ଧ୍ରୁବ ଚରଣ ସାହୁ, ଭାଗିରଥୀ ସେଠୀ, ଶଶିଭୂଷଣ ବେହେରା ଓ ପ୍ରଶାନ୍ତ କୁମାର ମୁଦୁଲି ନିଜ ତିନି ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ବିଧାୟିକା କୁସୁମ ଟେଟେ ଓ କଂଗ୍ରେସ ବିଧାୟକ ସୁର ରାଉତରାୟ ଗୋଟିଏ ମାସର ଦରମା ଦାନ କରିଛନ୍ତି ।
ନବନିର୍ବାଚିତ ରାଜ୍ୟସଭା ସାଂସଦ ସୁବାସ ସିଂହ ଏଯାଏଁ ଶପଥ ନେଇନଥିଲେ ମଧ୍ୟ କରୋନା ମୁକାବିଲା ପାଇଁ ଏକ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ଶ୍ରୀ ସିଂହଙ୍କ ପତ୍ନୀ ମଧ୍ୟ ୧୦ ହଜାର ଟଙ୍କା ଦାନ କରିଛନ୍ତି ।
କରୋନା ମୁକାବିଲା ଓ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ, ସଦସ୍ୟା ଓ ସମସ୍ତ ଦଳର ବିଧାୟକ ଓ ବିଧାୟିକାମାନେ ରିଲିଫ୍ ପାଣ୍ଠିକୁ ଦାନ ଦେବାକୁ ବାଚସ୍ପତି ଶ୍ରୀପାତ୍ର ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons