କରୋନା ମୁକାବିଲା: ଗରିବଙ୍କ ପାଇଁ ୧ ଲକ୍ଷ ୭୦ ହଜାର କୋଟିର ପ୍ୟାକେଜ

Get real time updates directly on you device, subscribe now.

ନୂଆଦିଲ୍ଲୀ: କରୋନା ପାଇଁ ଆଜି ପ୍ୟାକେଜ୍ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଖଟିଖିଆଙ୍କୁ ମିଳିବ ମାଗଣା ଚାଉଳ, ଡାଲି ଓ ଗହମ। ଗରିବ ଓ ଖଟିଖିଆଙ୍କ ପାଇଁ ଏହି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କରୋନା ଲଢ଼େଏଇ ପାଇଁ ପ୍ରାୟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ଏହି ପ୍ୟାକେଜ୍‌ରେ ଗରିବଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଖାଦ୍ୟ ମିଳିବ।
ମୋଟ ୮୦ କୋଟି ଲୋକଙ୍କୁ ଏହି ଯୋଜନାର ଲାଭ ମିଳିବ। ମୁଣ୍ଡପିଛା ମାସିକ ଅତିରିକ୍ତ ୫ କେଜି ମାଗଣା ଚାଉଳ କିମ୍ବା ଗହମ ମିଳିବ, ଓ ପରିବାର ପିଛା ମାସିକ ୧ କେଜି ଡାଲି ମଧ୍ୟ ମାଗଣାରେ ମିଳିବ।
ପିଏମ୍ କିସାନ ଯୋଜନାରେ ଏପ୍ରିଲ ମାସରେ ୨ ହଜାର ଟଙ୍କା ଦିଆଯିବ। ବୟସ୍କ ମାନଙ୍କୁ ଦୁଇଟି କିସ୍ତିରେ ହଜାର ଟଙ୍କାର ଏକ୍ସଗ୍ରାସିଆ, ମହିଳାଙ୍କୁ ୩ କିସ୍ତିରେ ଦେଢ଼ ହଜାର ଓ ଉଜ୍ୱଳା ଯୋଜନାରେ ୩ଟି ସିଲିଣ୍ଡର ମାଗଣାରେ ଯୋଗାଇ ଦିଆଯିବ।
ସେହିପରି କରୋନା ମୁକାବିଲାରେ ନିୟୋଜିତଙ୍କ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ୫୦ ଲକ୍ଷର ବୀମା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଡାକ୍ତର, ନର୍ସଙ୍କ ଠାରୁ ଆଶା କର୍ମୀ ଯାଏ ଯୋଜନାର ଲାଭ ପାଇବେ।
ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ କୋଭିଡ ଯୋଦ୍ଧା ଭାବେ ଅଭିହିତ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ। ଯୋଜନାରେ ପ୍ରାୟ ୨୦ ଲକ୍ଷ କର୍ମଚାରୀ ଲାଭବାନ ହେବେ।
ସେହିପରି ଯେଉଁ ସଂସ୍ଥା ମାନଙ୍କରେ ୧୦୦ରୁ କମ କର୍ମଚାରୀ ଥିଲେ ଏବଂ ଯେଉଁମାନଙ୍କ ଦରମା ୧୫ ହଜାରକୁ କମ ହୋଇଥିଲେ ସେମାନଙ୍କର ୩ ମାସର ଇପିଏଫ୍ ରାଶି ସରକାର ବହନ କରିବେ। ପ୍ରାୟ ୮୦ ଲକ୍ଷ କର୍ମଚାରୀ ଏହାଦ୍ୱାରା ଉପକୃତ ହେବେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons