ଛତ୍ରପୁର,(ବି.ବି.ନୁ୍ୟଜ୍): କରୋନା ଭାଇରସ୍ ପ୍ରତିହତ କରିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି । ତାରାତାରିଣୀ ଚୈତ୍ର ମଙ୍ଗଳବାର, ଦଣ୍ଡ ଯାତ୍ରା ସମେତ ଜିଲାର ବିଭିନ୍ନ ଧାର୍ମିକ ଯାତ୍ରା ଉପରେ ଲାଗିଛି କଟକଣା । କୌଣସି ଜନଗହଳିି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଜିଲ୍ଲା ପ୍ରଶାସନ ରୋକ୍ ଲଗାଇଛି । କରୋନା ଭାଇରସ ପ୍ରତିକାର ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ବିଭିନ୍ନ ବର୍ଗର ଲୋକ ଓ ବରିÂ ଅଧିକାରୀଙ୍କୁ ନେଇ ଆଜି ଅନୁÂିତ ବୈଠକରେ ଏଭଳି ଘୋଷଣା ହୋଇଛି । ବୈଠକରେ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି ଯେ କରୋନା ଭାଇରସ୍ ସଂକ୍ରମଣ ପାଇଁ ଜନଗହଳି ସବୁଠୁ ବିପଦ ସଙ୍କୁଳ । ତାରାତାରିଣୀ ଯାତ୍ରାରେ ଲୋକମାନେ ଏକତ୍ରିତ ହେବାକୁ ବାରଣ କରାଯାଇଛି । ଯାତ୍ରାର ପୂଜାବିଧି ଯଥାରୀତି ସମ୍ପନ୍ନ ହେବ । ସାଜସଜ୍ଜା ମଧ୍ୟ ଉଚିତ ଢଙ୍ଗରେ ପ୍ରଦର୍ଶିତ ହେବ । କିନ୍ତୁ ଯାତ୍ରୀ ସମାଗମକୁ ପ୍ରଶ୍ରୟ ଦିଆଯିବ ନାହିଁ । ସ୍ୱତନ୍ତ୍ର ବସ୍ ଓ ଅଟୋ ସେବା ପ୍ରତ୍ୟାହାର କରାଯାଇଛି । ଶ୍ରଦ୍ଧାଳୁମାନଙ୍କ ପାଇଁ ଭୋଜନ ବ୍ୟବସ୍ଥା ସ୍ଥଗିତ ରହିଛି । କେବଳ ପାନୀୟ ଜଳ ଯୋଗାଣ ହେବ । କୌଣସି ମୁଣ୍ଡନ କରାଯିବ ନାହିଁ । ଯେଉଁମାନେ ବିଶେଷ କାରଣ ପାଇଁ ମନ୍ଦିରକୁ ଯିବେ ସେଠାରେ ସେମାନଙ୍କର ଦେହର ତାପମାତ୍ରା ମାପିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିଦେ୍ର୍ଧଶ ଦିଆଯାଇଛି । ମନ୍ଦିର ପୀଠକୁ ଯିବା ନିମନ୍ତେ ବାହାର ଲୋକଙ୍କ ଉପରେ କଟକଣା ଜାରି କରାଯାଇଛି । ମନ୍ଦିର ନିକଟରେ ଥିବା ସମସ୍ତ କୋଠଘର, କଲ୍ୟାଣମଣ୍ଡପ ଏବଂ ବିଭିନ୍ନ କୁଳ କୋଠଘରକୁ ମଧ୍ୟ ସିଲ୍ କରିଦିଆଯିବ । କେବଳ ସ୍ଥାନୀୟ ଲୋକ ମନ୍ଦିରକୁ ଯିବା ଅନୁମତି ଦିଆଯିବ । ମନ୍ଦିରର ତଳେ ଓ ଉପରେ ହାତ ଧୋଇବା ବ୍ୟବସ୍ଥା କରାଯିବ । ସେବାୟତମାନେ ପୂଜା କରିବା ସମୟରେ ମୁହଁରେ ମାr ପିନ୍ଧିବେ ।
ସେହିପରି ମାର୍ଚ୍ଚ ଶେଷ ସପ୍ତାହରେ ଆରମ୍ଭ ହେଉଥିବା ଦଣ୍ଡ ଯାତ୍ରା ମଧ୍ୟ ନିଷେଧ କରାଯାଇଛି । ଦଣ୍ଡଯାତ୍ରାରେ ପ୍ରବଳ ଜନ ସମାଗମ ହେଉଥିବାରୁ ଭିଡ଼ ଉପରେ କଟକଣା ଜାରି କରିବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ନିଆଯାଉଥିବା ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ଜନଗହଳି ହେଲେ ଏହି ରୋଗ ଶୀଘ୍ର ବ୍ୟାପିବା ଆଶଙ୍କା ଥିବାରୁ ପ୍ରଶାସନକୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ମାସ୍କର ଅଭାବ ପ୍ରତିହତ କରିବା ପାଇଁ ସମସ୍ତ ସ୍ୱୟଂସହାୟିକା ଗୋÂୀ ଏହାକୁ ପ୍ରସ୍ତୁତ କରି ବିକ୍ରି କରିବେ । ସମସ୍ତ ବିବାହ, ଯାନିଯାତ୍ରା, ସାମାଜିକ ଭୋଜି ଉତ୍ସବ ନିରାଡ଼ମ୍ବର ଭାବେ ପାଳନ କରାଯିବ । କୌଣସି ଜନସମାଗମକୁ ପ୍ରଶ୍ରୟ ଦିଆଯିବ ନାହିଁ । ଜିଲ୍ଲାର ସାମୁଦ୍ରିକ ବେଳାଭୂମିରେ ପର୍ଯ୍ୟଟକଙ୍କ ଭ୍ରମଣ ନିଷେଧ । ସ୍ୱତନ୍ତ୍ର ବସ୍ରେ ଯାତ୍ରୀ ପରିବହନ ହେବ ନାହିଁ । ସରକାରୀ ଓ ବେସରକାରୀ କଲ୍ୟାଣମଣ୍ଡପ ଆରକ୍ଷଣ ବାତିଲ କରାଯାଇଛି । ଭୋଜିଭାତକୁ ନିଷେଧ କରାଯାଇଛି । ପର୍ଯ୍ୟଟକଙ୍କ ପାଇଁ ଉଦ୍ଧିଷ୍ଟ ହୋଟେଲରେ ରହଣୀ ସୀମିତ ହେବ । ରାଜ୍ୟ ବାହାରୁ ଜିଲ୍ଲାକୁ ଫେରୁଥିବା ଲୋକଙ୍କ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବା ପାଇଁ ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଗୁଜବରେ ବିଶ୍ୱାସ ନକରିବା, ସୋସିଆଲ ମିଡିଆ ବାର୍ତ୍ତା ଉପରେ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଅହୋରାତ୍ର କାର୍ଯ୍ୟ କରୁଥିବା ଦୁଇଟି ଟେଲିଫାନ୍ ନମ୍ବର ୦୬୮୦-୨୨୨୪୭୯୮ କିମ୍ବା ୯୪୩୯୯୮୩୯୫୬ ଟେଲିଫାନ୍ ନମ୍ବର ଆଧାରରେ ଜନସାଧାରଣ ଆପତ୍ତି ଅଭିଯୋଗ ଜଣାଇପାରିବେ ।
ନିଜେ ସୁରକ୍ଷିତ ରହିବା ଏବଂ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଏହାର ଉଲଂଘନ ହେଉଥିବା ଅଭିଯୋଗ ଆସିଲେ ସମ୍ପୃକ୍ତ ବ୍ୟକ୍ତି ବିରୋଧରେ ଭାରତୀୟ ପିଙ୍ଗଳ କୋଡ ୧୮୮ ଦଫାରେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ । ଡାକବାଜି ଯନ୍ତ୍ର, ଗଣମାଧ୍ୟମ ଗୃପ ଏବଂ ଅନ୍ୟାନ୍ୟ ପ୍ରଚାର ପ୍ରସାର ଦ୍ୱାରା ଏହାକୁ ଆମେ ବ୍ୟାପକ କରିବାକୁ ହେବ ବୋଲି ଗଞ୍ଜାମ ଏସ୍ପି ବ୍ରିଜେସ କୁମାର ରଏ କହିଛନ୍ତି । ଆସନ୍ତା ୩୧ ଯାଏଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଗାଡ଼ିି ଲାଇସେନ୍ସ ପଞ୍ଜୀକରଣ ସମେତ ଅନ୍ୟାନ୍ୟ କାର୍ଯ୍ୟ ବାତିଲ୍ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶରେ ଜିଲ୍ଲାପାଳ ନେଇଥିବା ପଦକ୍ଷେପକୁ ଉପସ୍ଥିତ ସମସ୍ତ ବିଧାୟକ ସମର୍ଥନ କରିଥିଲେ । ସାଧାରଣ ଲୋକଙ୍କ ଜୀବନ ସୁରକ୍ଷା ଦୃଷ୍ଟିରୁ ଏଭଳି ହିତକର ପଦକ୍ଷେପକୁ ସମସ୍ତ ବର୍ଗର ଲୋକ ମାନିବାକୁ ବିଧାୟକମାନେ ଅନୁରୋଧ କରିଥିଲେ ।
ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଖଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲାପାଳ ସିନେ୍ଧ ଦତ୍ତାତ୍ରୟ ଭାଉସାହେବ, ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳଙ୍କ ସମେତ ତାରାତାରିଣୀ ସେବାୟତ ସଂଘର ସଭାପତି ତପନ କୁମାର ରଣା, ବସ୍ ମାଲିକ ସଂଘ, ବାରିକ ସଂଘ, ଅଟୋ ମାଲିକ ସଂଘ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.