କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ନବୀନଙ୍କ ଆଲୋଚନା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ମୁକାବିଲା ନେଇ ସ୍ଥାନୀୟ ପ୍ରଶାସନକୁ ଅଧିକ କ୍ଷମତା ଦିଅ । ସ୍ଥାନୀୟ ଆବଶ୍ୟକତା ଆଧାରରେ ଲକଡାଉନ୍ କଟକଣା ଓ ଅନ୍ୟ ନିଦେ୍ର୍ଧଶନାମା ଲାଗୁ ପାଇଁ ସ୍ଥାନୀୟ ପ୍ରଶାସନକୁ ଅନୁମତି ମିଳୁ । କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନାରେ ଆଜି ଏଭଳି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ।
ଆସନ୍ତା ୧୭ ତାରିଖରେ ଲକଡାଉନ୍ ଅବଧି ସରୁଛି । ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି । ଆଜି ଚତୁର୍ଥ ଥର ପାଇଁ ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଏହି ଆଲୋଚନା କରିଛନ୍ତି । ଆଲୋଚନାରେ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ବିଭିନ୍ନ ଦାବି ଓ ପ୍ରସ୍ତାବ ରଖିଛନ୍ତି ।
ପ୍ରତି ଜିଲ୍ଲାକୁ ଗ୍ରୀନ୍, ଅରେଞ୍ଜ ବା ରେଡ୍ ଜୋନ୍ରେ ନ ବାଣ୍ଟି ଛୋଟ ୟୁନିଟ୍ ବା ସାଇଣ୍ଟିଫିକ୍ ୟୁନିଟ୍ରେ ବଣ୍ଟାଯାଉ । ସ୍ଥାନୀୟ ଆବଶ୍ୟକତାକୁ ଦେଖି ସ୍ଥାନୀୟ ପ୍ରଶାସନକୁ ଏହି ୟୁନିଟ୍ ଘୋଷଣା କରିବା କ୍ଷମତା ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଛନ୍ତି । ରାଜ୍ୟ ସରକାରଙ୍କ ପରାମର୍ଶ ନେଇ ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ଆଣିବାକୁ ରେଳ ଚଳାଚଳ କରାଯାଉ ବୋଲି ନବୀନ କହିଛନ୍ତି ।
ସେହିଭଳି ଲକଡାଉନ୍ କଟକଣା ଓ ଏ ସମ୍ବନ୍ଧୀୟ ସମସ୍ତ ନିଦେ୍ର୍ଧଶନାମାକୁ ଜାତୀୟ ସ୍ତରରେ ଆହୁରି ବ୍ୟାପକ କରାଯାଉ । ଏହି କଟକଣା କ୍ଷମତାର ବିକେନ୍ଦ୍ରୀକରଣ ହେଉ । ଏହାକୁ ଲାଗୁ କରିବା ଅନୁମତି ସ୍ଥାନୀୟ ପ୍ରଶାସନକୁ ଦିଆଯାଉ ବୋଲି ନବୀନ କହିଛନ୍ତି ।
ଅର୍ଥନୈତିକ କାର୍ଯ୍ୟକଳାପକୁ ଗତି ଦେବାକୁ କେନ୍ଦ୍ର ସରକାର ଏକ ଜାତୀୟ ଏସ୍ଓପି(ଷ୍ଟାଣ୍ଡାର୍ଡ ଅଫ୍ ପ୍ରୋସୁ୍ୟଡିୟର) ଆଣିବାକୁ ମୁଖ୍ୟମନ୍ତ୍ରୀ ଦାବି ରଖିଛନ୍ତି । ଦେଶର ଉପôାଦନ କ୍ଷମତା ସହ ସବୁ ରାଜ୍ୟର ମୂଲ୍ୟଯୁକ୍ତ କ୍ଷେତ୍ର ଜଡ଼ିତ ହୋଇରହିଛି । ଅର୍ଥନୀତିକୁ ସଶକ୍ତ କରିବାକୁ ଏହି ଜାତୀୟ ଏସ୍ଓପି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ସେ କହିଛନ୍ତି ।
କରୋନା ମୁକାବିଲାରେ ପଞ୍ଚାୟତିରାଜ ଅନୁÂାନକୁ ସକ୍ରିୟ ଭାବେ ଯୋଡିÿବାକୁ ନବୀନ ମତ ରଖିଛନ୍ତି । ଏଥିପାଇଁ ଏବେ ଥିବା ବିଭିନ୍ନ ଯୋଜନା କାର୍ଯ୍ୟକାରୀ ପାଇଁ ପଞ୍ଚାୟତିରାଜ ଅନୁÂାନକୁ ଅଧିକ କ୍ଷମତା ଦେବାକୁ ମଧ୍ୟ ସେ ଦାବି ରଖିଛନ୍ତି । କରୋନା ମୁକାବିଲା ଦୀର୍ଘକାଳୀନ ଭିତ୍ତିରେ ଚାଲିବ । ଏଣୁ ଏହାକୁ ମୁକାବିଲାରେ ପଞ୍ଚାୟତିରାଜକୁ ନେଇ ଏକ ବ୍ୟବସ୍ଥିତ ମୁକାବିଲା ଢାଞ୍ଚା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons