ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଭରତ ଏବେ ସାଜିଛି ସାରା ବିଶ୍ୱର ବିପଦର ବନ୍ଧୁ। ଆମେରିକା ଠାରୁ ଆରମ୍ଭ କରି ଫ୍ରାନ୍ସ, ଜପାନ, ଜର୍ମାନୀ ଭଳି ଅନେକ ଶକ୍ତିଶାଳୀ ରାଷ୍ଟ୍ର ଭାରତର ସହଯୋଗ ଲୋଡ଼ୁଛନ୍ତି। ମାନବିକତା ଦୃଷ୍ଟିରୁ ଭାରତ ମଧ୍ୟ ସମସ୍ତଙ୍କୁ ସହଯୋଗ କରିଛି। ଏବେ ଭାରତର ସହଯୋଗ ଲୋଡ଼ିଛି ୟୁଏଇ(ୟୁନାଇଟେଡ୍ ଆରବ ଏମିରେଟ୍ )। ଭାରତରେ ରହୁଥିବା ଡାକ୍ତର ଓ ନର୍ସଙ୍କୁ ଲୋକଙ୍କ ସେବା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇ ପଠାନ୍ତୁ ବୋଲି ସେଠାକାର ସରକାର ଦୁଇଥର ମେସେଜ କରିଛନ୍ତି।
ୟୁଏଇରେ ଥିବା ହସ୍ପିଟାଲରେ ଭାରତ ସମେତ ଏକାଧିକ ବିଦେଶ ରାଷ୍ଟ୍ରର ଡାକ୍ତର ଓ ନର୍ସ କାର୍ୟ୍ୟ କରନ୍ତି। କିଛି ଡାକ୍ତର ଓ ନର୍ସ ଭାରତକୁ ଆସିଥିବା ବେଳେ ଲକଡାଉନ ଘୋଷଣା ହୋଇଥିଲା। ଏହି କାରଣରୁ ସେମାନେ ଆଉ ୟୁଏଇ ଫେରି ପାରିନାହାନ୍ତି। ୧୦ ମିଲିୟନ ଜନସଂଖ୍ୟା ବିଶିଷ୍ଟ ୟୁଏଇରେ ବର୍ତ୍ତମାନ ସୁଦ୍ଧା ୧୧ ହଜାର ଲୋକ କରୋନାରେ ଆକ୍ରାନ୍ତ ହୋଇ ସାରିଲେଣି।
ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, “ଆମେ ୟୁଏଇ ଠାରୁ ୨ଟି ଅନୁରୋଧ ପାଇଛୁ। ଗୋଟିଏ ଅନୁରୋଧରେ ସେମାନେ ୟୁଏଇ ଫେରି ପାରୁ ନଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ପଠାଇବାକୁ କହିଛନ୍ତି। ସେମାନେ ତୁରନ୍ତ ସେଠାକୁ ଯାଇ କାର୍ୟ୍ୟରେ ଯୋଗଦେବାକୁ ଏଥିରେ କୁହାଯାଛି।
ସେହିପରି ଦ୍ୱିତୀୟ ଅନୁରୋଧରେ ଭାରତରେ କାର୍ୟ୍ୟରତ କିଛି ଡାକ୍ତର ଓ ନର୍ସଙ୍କୁ ୟୁଏଇରେ କରୋନା ମୁକାବିଲା ପାଇଁ ପଠାଇବାକୁ ନିବେଦନ କରାଯାଇଛି। ବର୍ତ୍ତମାନ ସରକାରୀ ସ୍ତରରେ ଏହାର ବିଚାର କରାଯାଉଛି। ଅବୁଧାବି ପକ୍ଷରୁ ସ୍ୱାସ୍ଥ୍ୟକର୍ମୀଙ୍କୁ ନେବା ପାଇଁ ସ୍ୱତନ୍ତ୍ର ବିମାନ ପଠାଯିବ ବୋଲି ମଧ୍ୟ ପ୍ରସ୍ତାବ ଦିଆଯାଇଛି।”
Comments are closed, but trackbacks and pingbacks are open.