ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲା ମେଡିସିନ କିଟ୍ ଓ ମାସ୍କ ଭର୍ତ୍ତି ବିମାନ। ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର କାର୍ଗୋ ବିମାନ ନୂଆଦିଲ୍ଲୀରୁ ଭାୟା ରାୟପୁର ଦେଇ ଏସବୁ ସାମଗ୍ରୀ ଧରି ଆଜି ଅପରାହ୍ନ ୫ଟାରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଛି। ଏହି ବିମାନରେ ୧୩୩ଟି କାର୍ଟୁନରେ ୬ ଶହ କେଜି ମାସ୍କ, କିଟ୍ ଓ ଔଷଧ ଆସିଛି। ଏସବୁ ଏନ୍-୯୫ ମାସ୍କ ହୋଇଥିବା ବେଳେ ଏହାକୁ ରାଜ୍ୟ ସ୍ୱାସ୍ଥ୍ୟ ନିଗମ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯିବ। ମାସ୍କ ଗୁଡ଼ିକ ଲୋକଙ୍କୁ ଓଏସ୍ଏମ୍ସି ଜରିଆରେ ମାଗଣାରେ ବଣ୍ଟାଯିବ।


Comments are closed, but trackbacks and pingbacks are open.