କାଲିଫଣ୍ଣ ିର୍ଆ: କରୋନା ଭାଇରସ ଜନିତ ମୃତୁହାର ପୂର୍ବରୁ ଯେତିକି ଆକଳନ କରାଯାଇଥିଲା, ପ୍ରକୃତରେ ତାହା ତା’ ଠାରୁ ଢେର ଅଧିକ ବୋଲି ଏବେ ଆମେରିକାର କିଛି ଗବେଷକ ମତ ଦେଇଛନ୍ତି । ବର୍କେଲି ସ୍ଥିତ କାଲିଫଣ୍ଣ ିର୍ଆ ୟୁନିଭରସିଟିର ଗବେଷକମାନେ କହିଛନ୍ତି ଯେ କରୋନା ଭାଇରସକୁ ଯେତିକି ମାରାତ୍ମକ ବୋଲି ମନେ କରାଯାଉଥିଲା, ଏହା ତା’ଠାରୁ ଆହୁରି ଅଧିକ ମାରାତ୍ମକ । ପୂର୍ବରୁ ଏହାଯୋଗୁ କେବଳ ୧ରୁ ୨% ଲୋକ ପ୍ରାଣ ହରାଉଛନ୍ତି ବୋଲି ଦାବି କରାଯାଉଥିଲା । ମାତ୍ର ଇଟାଲୀରେ କରୋନା ଜନିତ ମୃତୁ୍ୟହାର ସଶ୍ଛର୍କରେ ବିଶ୍ଲେଷଣ କଲା ପରେ ଏହା ୦.୮୫% ବୋଲି ସେମାନେ ସିଦ୍ଧାନ୍ତରେ ପହଂଚିଛନ୍ତି । ସେମାନେ ନିଜ ଅଧ୍ୟୟନ ଆଧାରରେ ଦାବି କରିଛନ୍ତି ଯେ ଆମେରିକାର ନୁ୍ୟୟର୍କ ପ୍ରଦେଶର ଏକ ଚତୁର୍ଥାଂଶ ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି ଏବଂ ସେମାନଙ୍କ ଭିତରୁ ଅଧା ଲୋକ ପ୍ରାଣ ହରାଇବେ । ଏହି ରିପୋର୍ଟ ନୁ୍ୟୟର୍କର ପ୍ରଶାସନ ଦ୍ୱାରା ଦିଆଯାଇଥିବା ସୂଚନା ସହିତ ମେଳ ଖାଉଛି । ନୁ୍ୟୟର୍କରେ ଆଂଟିବଡି ଟେଷ୍ଟରୁ ୨୧% ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବାର ଜଣାପଡିଛି ।
Comments are closed, but trackbacks and pingbacks are open.