କରୋନା ଯୋଗୁ ଅସହାୟ ଇଟାଲୀ

Get real time updates directly on you device, subscribe now.

ଚୀନ୍ ପରେ ୟୁରୋପୀୟ ଦେଶ ଇଟାଲୀରେ କରୋନା ଭାଇରସ ବ୍ୟାପିବା ଯୋଗୁ ପରିସ୍ଥିତି ଅଣାୟତ୍ତ ହୋଇଯାଇଛି । ପ୍ରତିଦିନ ଏଥିରେ ଆକ୍ରାନ୍ତ ହେଉଥିବା ଏବଂ ମୃତୁ୍ୟବରଣ କରୁଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଉ ଆକ୍ରାନ୍ତ ହେଉଥିବା ରୋଗୀଙ୍କ ସଂଖ୍ୟା ଏତେ ହୋଇଯାଇଛି ସମସ୍ତଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇବା ବି ସମ୍ଭବପର ହେଉନାହିଁ । ଦେଶର ହସ୍ପିଟାଲଗୁଡିକରେ ଏତେ ସଂଖ୍ୟକ କରୋନା ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇବାକୁ ଆବଶ୍ୟକ ସଂଖ୍ୟାରେ ବେଡ୍ ନାହିଁ । ସେହିପରି ଆଇସିୟୁ ବେଡ୍ ସଂଖ୍ୟା ବି ଯଥେଷ୍ଟ ହେଉନାହିଁ । ଏପରି ସ୍ଥିତିରେ ଡାକ୍ତରମାନେ କେଉଁ ରୋଗୀକୁ ଆଇସିୟୁ ବେଡ୍ ଯୋଗାଇ ଦେବେ ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡୁଛନ୍ତି । ସେମାନେ ରୋଗୀର ବୟସ ଏବଂ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏଭଳି ନିଷ୍ପତ୍ତି ନେଉଛନ୍ତି । ଆହୁରିମଧ୍ୟ, ଇଟାଲୀରେ ଏବେ କରୋନା ଭାଇରସ ସଂକମଣ ଆହୁରି ତୀବ୍ର ହେବାର ସମ୍ଭାବନା ଅଛି । ଅର୍ଥାତ୍ ଆଗାମୀ କିଛି ସପ୍ତାହ ଭିତରେ ଏହା ଆହୁରି ବ୍ୟାପକ ରୂପ ଧାରଣ କରିବ । ତେଣୁ କାହାକୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ଏବଂ କାହାକୁ ଯୋଗାଇ ଦିଆଯିବ ନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାର ସମାଧାନ କରିବାକୁ ସେଠାକାର ପ୍ରଶାସନ ଏକ ଜରୁରୀକାଳୀନ ପ୍ଲାନ୍ ପ୍ରସ୍ତୁତ କରିଛି । ଏହା ଅନୁସାରେ, ଯଦି ପରିସ୍ଥିତି ଆହୁରି ଖରାପ ହୁଏ ତାହାହେଲେ ୮୦ ବର୍ଷରୁ ଉଦ୍ଧ୍ୱର୍ ରୋଗୀମାନଙ୍କର ଚିକିତ୍ସା ନକରିବା ଏବଂ ସେମାନଙ୍କୁ ଆଇସିୟୁରେ ନରଖିବାକୁ ଡାକ୍ତରମାନଙ୍କୁ ନିଦେ୍ର୍ଧଶ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେମାନଙ୍କ ବଦଳରେ କମ ବୟସର ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଉଦ୍ୟମ କରିବା ପାଇଁ କୁହାଯିବ । ବାର୍ଦ୍ଧକ୍ୟ ଅବସ୍ଥାରେ ଥିବା ବ୍ୟକ୍ତି କରୋନା ଭାଇରସର ସହଜ ଟାର୍ଗେଟ ପାଲଟୁଥିଲାବେଳେ ସରକାରଙ୍କ ଏଭଳି ନିଷ୍ପତ୍ତି ସେମାନଙ୍କୁ ମୃତୁ୍ୟମୁଖକୁ ଠେଲିଦେବ ।
ଶ୍ରଦ୍ଧାଞ୍ଜଳି ସମ୍ବଳିତ ସମ୍ବାଦପତ୍ର ପୃÂା ୧ରୁ ୧୦କୁ ବୃଦ୍ଧି
ଇଟାଲୀରେ ଏବେ କରୋନା ଭାଇରସ ଯୋଗୁ ଏତେ ଲୋକ ମରୁଛନ୍ତି ଯେ ସେଥିପାଇଁ ସମ୍ବାଦପତ୍ରରେ ଶ୍ରଦ୍ଧାଂଜଳି ସମ୍ବଳିତ ପୃÂାଗୁଡିକର ସଂଖ୍ୟା ହଠାତ୍ ବଢ଼ିଯାଇଛି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଇଟାଲୀର ଜଣେ ବ୍ୟକ୍ତି ସେଠାକାର ଏକ ସମ୍ବାଦପତ୍ରର ପୃÂା ଓଲଟାଉଛନ୍ତି । ଏଥିରେ ଦେଖାଯାଇଛି ଯେ ଫେବ୍ରୁଆରୀ ୯ରେ ଉକ୍ତ ସମ୍ବାଦପତ୍ରରେ ଶ୍ରଦ୍ଧାଂଜଳି ସମ୍ବଳିତ ଗୋଟିଏ ପୃÂା ବାହାରିଥିଲାବେଳେ ୧୪ ତାରିଖରେ ସେଥିରେ ଏଭଳି ୧୦ଟି ପୃÂା ପ୍ରକାଶ ପାଇଛି । ଇଟାଲୀରେ କରୋନା ସଂକ୍ରମଣ ଯୋଗୁ ମୃତକଙ୍କ ସଂଖ୍ୟା କିପରି ବଢ଼ୁଛି, ତାହା ଏଥିରୁ ପ୍ରମାଣିତ ହେଉଛି ।
ପ୍ରତି ୩୦ ମିନିଟରେ ଜଣକୁ କବର ଦିଆଯାଉଛି
ଇଟାଲୀରେ ରବିବାର ସୁଦ୍ଧା ୨୪, ୭୪୭ ଜଣ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲାବେଳେ ୧୮୦୯ ଜଣ ପ୍ରାଣ ହରାଇ ସାରିଲେଣି । କେବଳ ଗତକାଲି ୨୪ ଘଣ୍ଟା ଭିତରେ ସେଠାରେ ୩୬୮ ଜଣଙ୍କର ମୃତୁ୍ୟ ହୋଇଛି । ଏପରି ସ୍ଥିତିରେ ସେଠାରେ ମୃତକଙ୍କ ଅନ୍ତିମ ସଂସ୍କାର କରିବାରେ ସମସ୍ୟା ଦେଖାଦେଉଛି । ସବୁ କବରସ୍ଥଳୀଗୁଡିକ ପୂର୍ଣ୍ଣ ହୋଇଯାଇଛି ଏବଂ ଆଉ କବର ଦେବାକୁ ସେଠାରେ ସ୍ଥାନର ଅଭାବ ଦେଖାଦେଉଛି । ତେଣୁ କବର ଦେବା ପାଇଁ କେତେକ ନୂଆ ସ୍ଥାନ ଚିହ୍ନଟ କରାଯାଇଛି । କିନ୍ତୁ ମୃତକଙ୍କୁ କବର ଦେବା ପାଇଁ ବହୁ ସମୟ ଅପେକ୍ଷା କରିବାକୁ ପଡୁଛି । ସେପର୍ଯ୍ୟନ୍ତ ଶବାଧାରକୁ ଚର୍ଚ୍ଚରେ ରଖାଯାଉଛି । ସେଠାକାର ପ୍ରଶାସନ କହିଛି ଯେ ଏବେ ପ୍ରତି ୩୦ ମିନିଟରେ ଜଣକୁ କବର ଦିଆଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons