ଜୟପୁର,(ବି.ବି.ନୁ୍ୟଜ): ସ୍ଥାନୀୟ ଉପଜିଲ୍ଲାପାଳ ଏବଂ ପୌର କାର୍ଯ୍ୟାଳୟରେ କରେନା ଯୋଦ୍ଧାଙ୍କୁ ପ୍ରଶାସନ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ଉପଜିଲ୍ଲାପାଳ ତଥା ପୌର ନିର୍ବାହୀ ଅଧିକାରୀ ହେମକାନ୍ତ ସୟ ଆଜି ଅପରାହ୍ନରେ ଉଭୟ କାର୍ଯ୍ୟାଳୟରେ ଯୋଦ୍ଧାଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ ପୌର କର୍ମଚାରୀଙ୍କ କାର୍ଯ୍ୟ କୁଶଳତା ଏବଂ ନିÂାପର ସେବା ମନୋବୃତ୍ତି ଲାଗି କରୋନାକୁ ପ୍ରତିହତ କରିବାରେ ସଫଳତା ମିଳିଥିବା ସେ କହିଥିଲେ । ସେମାନଙ୍କ କାର୍ଯ୍ୟଦକ୍ଷତାର ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ତହସିଲଦାର ପ୍ରଧାନ ଟୁଲିଆମ୍ମା, ସହକାରୀ କଲେକ୍ଟର ରାଜେନ୍ଦ୍ର ଖରା, ସ୍ନିଗ୍ଧାରାଣୀ ପଲେଇ, ଅତିରିକ୍ତ ତହସିଲଦାର ଅଶ୍ୱିନୀ କୁମାର ମହାପାତ୍ର, ଏଡିଡ୍ଲୁଓ ପ୍ରଫୁଲ୍ଲକୁମାର ଭୂଜବଳ, ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ମୁଖ୍ୟ ସହାୟକ କମଳାକାନ୍ତ ରଥ, ପୌରଯନ୍ତ୍ରୀ ପ୍ରଭାକର ଦାସ, ପୌର ମୁଖ୍ୟ ସହାୟିକା ଗାୟତ୍ରୀଦେବୀ ସାହୁ, ଗୋପାଳ ସାହୁ ପ୍ରମୁଖଙ୍କ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ପୀତବାସ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


Comments are closed, but trackbacks and pingbacks are open.