କରୋନା ଯୋଦ୍ଧାଙ୍କୁ ପ୍ରଶଂସା କଲେ ମୋଦି

Get real time updates directly on you device, subscribe now.

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁଣିଥରେ କରୋନା ଯୋଦ୍ଧାମାନଙ୍କୁ ପ୍ରଶଂସା କରିଛନ୍ତି । କହିଛନ୍ତି କରୋନା ଭାଇରସ୍ (କୋଭିଡ-୧୯) ହେଉଛି ଏକ ଅଦୃଶ୍ୟ ଶକ୍ତି ଏବଂ କରେନା ଯୋଦ୍ଧାମାନେ ହେଉଛନ୍ତି ଅପରାଜେୟ । କରୋନା ବିରୋଧୀ ଲଢେ଼ଇରେ ଆମର ଯୋଦ୍ଧାମାନେ ନିଶ୍ଚିତ ଭାବେ ବିଜୟୀ ହେବେ ।
କର୍ଣ୍ଣାଟକ ରାଜୀବ ଗାନ୍ଧୀ ୟୁନିଭର୍ସିଟି ଅଫ ହେଲ୍ଥ ସାଇନ୍ସେସର ୨୫ତମ ସମାବର୍ତ୍ତନ ଉତ୍ସବକୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଦୁଇଟି ବିଶ୍ୱଯୁଦ୍ଧ ପରେ ସମଗ୍ର ବିଶ୍ୱ ଏବେ ବଡ ସଙ୍କଟର ସମ୍ମୁଖୀନ ହୋଇଛି । ବିଶ୍ୱଯୁଦ୍ଧ ପୂର୍ବ ଓ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଯେଭଳି ପରିବର୍ତ୍ତନ ଦେଖାଯାଇଥିଲା ଠିକ୍ ସେହିଭଳି କରୋନା ପୂର୍ବବର୍ତ୍ତୀ ବିଶ୍ୱ ଓ ପରବର୍ତ୍ତୀ ବିଶ୍ୱରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । ଏଭଳି ସମୟରେ ସମଗ୍ର ବିଶ୍ୱର ଆଶା ଓ ବିଶ୍ୱାସ ଏବେ ଆମର ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ମେଡିକାଲ କର୍ମଚାରୀ ଓ ବୈଜ୍ଞାନିକ ସମୁଦାୟଙ୍କ ଉପରେ ରହିଛି । ସେମାନଙ୍କ ଠାରୁ ବିଶ୍ୱ ଉଭୟ ସେବା ଓ ଯତ୍ନ ଚାହୁଁଛି । ଭାରତରେ କୋଭିଡ-୧୯ ବିରୋଧରେ ଆମର କରୋନା ଯୋଦ୍ଧା ଓ ମେଡିକାଲ ସମୁଦାୟମାନେ କଠିନ ପରିଶ୍ରମ କରୁଛନ୍ତି । ଡାକ୍ତର ଓ ମେଡିକାଲ କର୍ମଚାରୀମାନେ ହେଉଛନ୍ତି ଆମର ସୈନିକଙ୍କ ଭଳି । କିନ୍ତୁ ସେମାନେ ବିନା ୟୁନିଫର୍ମଧାରୀ ସୈନିକ । କରୋନା ଭାଇରସ୍ ଏକ ଅଦୃଶ୍ୟ ଶତ୍ରୁ ହୋଇଥାଇପାରେ, କିନ୍ତୁ ଆମର କରୋନା ଯୋଦ୍ଧା ଓ ମେଡିକାଲ କର୍ମଚାରୀମାନେ ହେଉଛନ୍ତି ଅପରାଜେୟ । ସେମାନଙ୍କୁ କେହି ହରାଇ ପାରିବେ ନାହିଁ । ଅଦୃଶ୍ୟ ଓ ଅପରାଜେୟ ଭିତରେ ଯେଉଁ ଯୁଦ୍ଧ ଲାଗିଛି ସେଥିରେ ଆମ ମେଡିକାଲ କର୍ମଚାରୀମାନେ ନିଶ୍ଚିତ ଭାବେ ବିଜୟୀ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons