କରୋନା ଲଢେ଼ଇରେ ଜୀବିକାକୁ ନେଇ ଚିନ୍ତାରେ ପ୍ରବାସୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): କରୋନା ଲଢେ଼ଇ ଭିତରେ ଜୀବିକାକୁ ନେଇ ଚିନ୍ତା ଲକ୍ଷ ଲକ୍ଷ ପ୍ରବାସୀ । ଓଡ଼ିଶା ଫେରୁଥିବାରୁ କିଭଳି ସେମାନଙ୍କୁ କାମଧନ୍ଦା ମିଳିବ? କ’ଣ ହେବ ସେମାନଙ୍କ ରୋଜଗାରର ପନ୍ଥା? କେବଳ ଶ୍ରମିକ ଶ୍ରେଣୀ ନୁହଁନ୍ତି ବହୁ କୁଶଳୀ ଓ ବୃତ୍ତିଧାରୀ ବି ଫେରିଥିବାରୁ ସମସ୍ତ ବର୍ଗର ଲୋକଙ୍କୁ ଜୀବିକା ଯୋଗାଇଦେବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି । ରାଜ୍ୟ ସରକାର ନରେଗା ଓ କିଛି ନୂଆ ଯୋଜନାକୁ ଭରସା କରିଥିବା ବେଳେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏହା ପର୍ଯ୍ୟାପ୍ତ ହେବ କି ତାହା ସବୁଠୁ ବଡ଼ ପ୍ରଶ୍ନ । ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକର ପାତ୍ରଗୁଡ଼ା ଗାଁ ସୁଦୂର ତେଲେଙ୍ଗାନାକୁ କାମ କରିବାକୁ ଯାଇଥିଲେ । ହେଲେ ଲକ୍ଡାଉନ୍ ଛଡ଼ାଇ ନେଇଛି ସେମାନଙ୍କ ଜୀବିକା । ଗାଁକୁ ଫେରି କ୍ୱାରେଣ୍ଟାଇନରେ ରହିବା ପରେ ଏବେ ପେଟପାଟଣା ଚିନ୍ତା । ହେଲେ ହାତରେ ଆଉ କାମଧନ୍ଦା ନାହିଁ । ମାଲକାନଗିରି ଜିଲ୍ଲା ଏମ୍ଭି-୨୪ର ମଧୁ ଦାଶ । ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଥିବା ମଧୁ ଗାଁକୁ ଫେରିବା ପରେ ହାତରେ ଆଉ କାମ ନାହିଁ । ପରିବାର କିଭଳି ଚଳାଇବେ ତାକୁ ନେଇ ଚିନ୍ତାରେ । କେବଳ ଏ ଦୁଇ ଗାଁ ନୁହେଁ, ରାଜ୍ୟର ସବୁ ଜିଲ୍ଲାରେଏବେ ସମାନ ଚିତ୍ର ଏଭଳି ଶ୍ରମିକମାନଙ୍କୁ ଖାଦ୍ୟ ଯୋଗାଇବା ସହ ଜୀବିକା ପ୍ରଦାନ କରିବା ନିହାତି ଜରୁରୀ ବୋଲି କହିଛନ୍ତି ଖାଦ୍ୟ ସୁରକ୍ଷା କର୍ମୀ ରାଜକିଶୋର ମିଶ୍ର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons