କରୋନା ଲଢେ଼ଇରେ ସାମିଲ ହୋଇ ନିଆରା ଭାବେ ବାହାହେଲେ ଯୁବକ-ଯୁବତୀ

Get real time updates directly on you device, subscribe now.

ନୟାଗଡ଼,(ବି.ବି.ନୁ୍ୟଜ୍): ମହାମାରୀ କରୋନା ରୋଗର ମୁକାବିଲା କରୁଛି ସମଗ୍ର ବିଶ୍ୱ । ଆଉ ଏହି ଲଢେ଼ଇରେ ନିଆରା ଭାବେ ବିବାହ କରି ଆଉ ପାଦେ ଆଗେଇ ଯାଇଛନ୍ତି ନୟାଗଡ଼ର ଜିଲ୍ଲାର ଯୁବକ-ଯୁବତୀ ଟୁଟୁ ସାହୁ(୩୧) ଓ ଦୀପାଞ୍ଜଳି ସାହୁ(୨୫) । ଲକ୍ଡାଉନ୍ ନିୟମ ପାଳନ କରି, ସାମାଜିକ ଦୂରତ୍ୱ ରକ୍ଷା କରି ଜିଲ୍ଲାପାଳଙ୍କ ସମ୍ମୁଖରେ ପରସ୍ପରକୁ ଫୁଲମାଳ ପିନ୍ଧାଇ ଜୀବନସାଥୀ ହୋଇଛନ୍ତି । ବାହାଘରରେ ଫୁଟିନ ଥିଲା ବାଣ କି ବାଜି ନଥିଲା ବାଜା । ବରଯାତ୍ରୀ ବି ନାଚଗୀତ କରି କନ୍ୟା ଘରକୁ ଯାଇ ନଥିଲେ । କରୋନା ଲଢେ଼ଇରେ ସାମିଲ ଉଦେ୍ଧଶ୍ୟରେ ଜାକଜମକ ବିବାହ ଉତ୍ସବକୁ ବର୍ଜନ କରି ଏଭଳି ନିରାଡ଼ମ୍ବର ବିବାହ କରିଛନ୍ତି ଟୁଟୁ ଓ ଦୀପା । ବାହାଘରରେ ଅଯଥା ଖର୍ଚ୍ଚ ହେବାକୁ ଥିବା ଟଙ୍କା କରୋନା ଲଢେ଼ଇ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ଦାନ କରିଛନ୍ତି । ଏହି ବାହାଘର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନାରୁ ପ୍ରକାଶ, ମହୀପୁର ପାଟୁଳିସାହିର ଟୁଟୁ ସାହୁଙ୍କ ସହିତ ନିକଟସ୍ଥ ରାୟପୁର ଗ୍ରାମର ଦୀପାଞ୍ଜଳି ସାହୁଙ୍କ ବାହାଘର ସ୍ଥିର ହୋଇଥିଲା । ହେଲେ କରୋନା ସବୁ ବିଗାଡ଼ି ଦେଲା । ଚଳିତ ମାସରେ ବିବାହ କରିବା ପାଇଁ ଉଭୟଙ୍କ ପରିବାର ରାଜି ରହିଥିବାବେଳେ ଲକ୍ଡାଉନ୍ ଯୋଗୁଁ ଏହା ସମ୍ଭବ ହୋଇ ପାରିଲା ନାହିଁ । ଶେଷରେ ଜିଲ୍ଲାପାଳଙ୍କ ସମ୍ମୁଖରେ ବାହା ହେବାକୁ ନିଷ୍ପତ୍ତି ନେଲେ ଟୁଟୁ ଓ ଦୀପା ।
ଆଜି ଟୁଟୁ ବର ଓ ଦୀପା କନ୍ୟା ବେଶ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚôଥିଲେ । ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ବର ପକ୍ଷରୁ ଥିଲେ । ଉପଜିଲ୍ଲାପାଳ ଲଗ୍ନଜିତ ରାଉତ କନ୍ୟାଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରେ ଉଭୟେ ପରସ୍ପରକୁ ଫୁଲମାଳ ପିନ୍ଧାଇ ବାହା ହୋଇଥିଲେ । ଦୀପାଙ୍କୁ ହାତରେ ଶଙ୍ଖା ପିନ୍ଧାଇ ଦେଇ ପତ୍ନୀ ଭାବେ ଗ୍ରହଣ କରିଥିଲେ ଟୁଟୁ । ଉଭୟଙ୍କ ମୁହଁରେ ଥିଲା ମାସ୍କ । କରୋନାର ମୁକାବିଲା ପାଇଁ ସମାଜିକ ଦୂରତ୍ୱ ରକ୍ଷା କରି ଏବଂ ଲକ୍ଡାଉନ୍ର ନିୟମ ପାଳନ କରି ବିବାହ କରିବାକୁ ଉଭୟ ନିଷ୍ପତ୍ତି ନେଇଥିବା କହିଛନ୍ତି । ଏହି ବିବାହକୁ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ସ୍ୱୀକୃତି ପ୍ରଦାନ କରିଥିଲେ ।
ବିବାହ ସମୟରେ ବରିÂ ସାମ୍ବାଦିକ ରାମକୃଷ୍ଣ ରଥ ପଣ୍ଡିତ ଭାବେ ଉପସ୍ଥିତ ରହି ମନ୍ତ୍ର ପାଠ କରିଥିଲେ । ବିବାହ ପରେ ଉଭୟ ବରକନ୍ୟା କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୨ ହଜାର ଟଙ୍କା ପ୍ରଦାନ କରିଥିଲେ । ବର କନ୍ୟାଙ୍କ ଏଭଳି ନିରାଡ଼ମ୍ବର ବିବାହ ଓ ବଦାନ୍ୟତା ଚର୍ଚ୍ଚାର ବିଷୟ ହୋଇଛି । ଏଭଳି ବିବାହ ପଦକ୍ଷେପ ପାଇଁ ବିଭିନ୍ନ ମହଲ ଉଭୟଙ୍କୁ ପ୍ରଶଂସା କରିବା ସହ ଦୀର୍ଘ ଦାମ୍ପତ୍ୟ ଜୀବନ କାମନା କରି ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons