କରୋନା ଲଢେ଼ଇ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସରୋଜୀନୀଙ୍କ ୫ହଜାର ଦାନ

Get real time updates directly on you device, subscribe now.

ଆଳି, (ବି.ବି.ବୁ୍ୟରୋ୍): କରୋନା ପରି ମହାମାରୀର ମୁକାବିଲା ନିମନ୍ତେ ମାସେରୁ ଉଦ୍ଧ୍ୱର୍ ସମୟ ଧରି ସମଗ୍ର ଦେଶରେ ଲକ୍ଡାଉନ୍ ଜାରି ରହିଥିବା ବେଳେ ହାତ ଟେକି ବସିଛନ୍ତି ବହୁ ଗରିବ , ଖଟିଖିଆ । ଏପରି ସମୟରେ ନିଜ ପେଟକୁ ୨ ଓଳି ଦାନା ଯୋଗାଡ଼ କରିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡୁଥିବା ବେଳେ ଏପରି ଘଡିସନ୍ଧି ମୁହୂର୍ତ୍ତରେ ନିଜେ କିପରି ବଞ୍ଚିବେ ସେ କଥା ଚିନ୍ତା ନ କରି ଅନ୍ୟମାନଙ୍କ ପାଇଁ ଉଦାହାରଣ ସାଜିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଏକତଳା ଗାଁର ସରୋଜିନୀ ଦାସ । ସରୋଜିନୀ ଅଣ୍ଟା ସଳଖି ଚାଲିପାରୁନଥିବା ବେଳେ କିଛି କାମ କରିବାକୁ ବଳ ବି ନାହିଁ । ନିଜର ବୋଲି ଦୁନିଆରେ କେହି ନ ଥିବା ବେଳେ ପର ହାତଟେକାରେ ତାଙ୍କ ପେଟ ପୁରେ । ଆଜି ପାଇଁ ୨ ମୁଠା ଯୋଗାଡ଼ କରିବା କାଠିକର ପାଠ ହୋଇପଡୁଥିବା ବେଳେ କାଲି ପାଇଁ ବି ତାଙ୍କ ପାଖରେ କିଛି ନାହିଁ । ବର୍ଷ ବର୍ଷ ଧରି ଦୋକାନବଜାର, ଗାଁ ଦାଣ୍ଡ ବୁଲି ମାଗିଯାଚି ଖାନ୍ତି । ମାସେ ହେବ ଦୋକାନବଜାର ବନ୍ଦ ଥିବା ବେଳେ ତାଙ୍କ ଜୀବନ ଦୁର୍ବିସହ ହୋଇପଡିଲାଣି । ନିଜେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଅନ୍ୟମାନଙ୍କ କଷ୍ଟକୁ କିନ୍ତୁ ହୃଦୟଙ୍ଗ କରିପାରିଛନ୍ତି ଏହି ବୃଦ୍ଧା । କରୋନା ଲଢେ଼ଇ ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସେ ୫ହଜାର ଟଙ୍କା ଦାନ କରି ନିଜର ମହାନତାର ପରିଚୟ ଦେଇଛନ୍ତି । ସେ ଚାଲି ଚାଲି ଆସି ରାଜକନିକା ବ୍ଲକରେ ପହଞ୍ଚି ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଏହି ଅର୍ଥ ରାଶି ଦାନ କରିଛନ୍ତି । ଏ ସମ୍ପର୍କରେ ସରୋଜୀନୀ କହିଛନ୍ତି , ‘ମୋ ଭଳି ବହୁ ଲୋକ ଅସୁବିଧା , କଷ୍ଟ ଭୋଗୁଛନ୍ତି । ମୋ ସ୍ୱଳ୍ପ ସଞ୍ଚିତ ଅର୍ଥ ସେମାନଙ୍କ କାମରେ ଲାଗିପାରିଲେ ମୋତେ ଶାନ୍ତି ମିଳିବ ।’୨ ବର୍ଷ ପୂର୍ବରୁ ମଧ୍ୟ ସରୋଜୀନୀ ଶ୍ରୀମନ୍ଦିର ମରାମତି ନିମନ୍ତେ ୫୦ ହଜାର ଟଙ୍କା ଦାନ କରିଥିଲେ । ନିଜର ବୋଲି କେହି ନଥିବା ବେଳେ ମାଗିଯାଚି ଚଳିଥାନ୍ତି ଏହି ବୃଦ୍ଧା । ବଳକା ଅର୍ଥକୁ ସେ ଦାନ କରି ଖୁସି ପାଉଥିବା କହିଛନ୍ତି । ତାଙ୍କର ଏଭଳି ଉଦ୍ୟମ ଅନ୍ୟମାନଙ୍କ ପାଇଁ ଉଦାାହରଣ ସୃଷ୍ଟି କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons