
ଚନ୍ଦାହାଣ୍ଡି,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ଏଠାରେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ଶନିବାର ସ୍ଥାନୀୟ ସାପ୍ତାହିକ ହାଟକୁ ବନ୍ଦ କରାଯାଇଛି । ଅଞ୍ଚଳ ଛତିଶଗଡ ସୀମାରେ ଥିବାରୁ ପ୍ରଶାସନର ଚିନ୍ତା ବଢିଥିବାବେଳେ ଆଗାମୀ ଦିନରେ ଅଞ୍ଚଳର ସମସ୍ତ ସାପ୍ତାହିକ ହାଟକୁ ବନ୍ଦ କରାଯିବ ବୋଲି ମାଜିଷ୍ଟେ୍ରଟ ତଥା ତହସିଲଦାର ହୃଦାନନ୍ଦ ସିଂ ମାଝି କହିଛନ୍ତି । ଅଞ୍ଚଳରେ ପୁଲିସ ମୁତୟନ କରାଯାଇଛି ।
ସୂଚନା ଅନୁସାରେ, ଚନ୍ଦାହାଣ୍ଡି ସଦରରେ ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିବା ଗତ ଶୁକ୍ରବାର ଚିହ୍ନଟ ହୋଇଥିଲେ । ସଂକ୍ରମଣ ରୋକିବାକୁ ସ୍ଥାନୀୟ ହନୁମାନ ଛକ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି । ଅନ୍ୟପକ୍ଷରେ, ଶନିବାର ସୁଦ୍ଧା ବ୍ଲକରେ ୯ ହଜାରରୁ ଅଧିକ ଲୋକ କରୋନା ଟିକା ନେଇଛନ୍ତି । ଟିକାକରଣ ଜାରି ରହିଥିବା ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ସଂଗ୍ରାମ କେଶରୀ ସାହୁ କହିଛନ୍ତି ।
ଗତ ଶୁକ୍ରବାର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୪୦ ଜଣଙ୍କଠାରୁ ସ୍ୱାବ ସଂଗ୍ରହ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ଉକ୍ତ ବ୍ୟକ୍ତି ଜଣକ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହି ବ୍ୟକ୍ତି ରାୟପୁରଠାରେ ଅନୁÂିତ ନାଇଟ କ୍ରିକେଟ ଦେଖିବାକୁ ଯାଇ ସଂକ୍ରମିତ ହୋଇଥିବା କୁହାଯାଉଛି । ସୀମାନ୍ତ ଛତିଶଗଡର ଦେଓଭୋଗ ଏବଂ ମେନ୍ପୁର ବ୍ଲକରେ ସଂକ୍ରମଣ ଅଧିକ ହୋଇଥିବା ଜଣାପଡିଛି । ଛତିଶଗଡରୁ ବିବାହ ଏବଂ ଅନ୍ୟ କାମରେ ଲୋକ ବେଧଡକ ଯିବାଆସିବା କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ହୋଇପଡିଛନ୍ତି । ଏଥିପ୍ରତି ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି । ଆକ୍ରାନ୍ତ ବ୍ୟକ୍ତି ହୋମ୍ ଆଇସୋଲେସନରେ ରହି ଚିକିିତ୍ସିତ ହେଉଥିବା ଜଣାପଡିଛି ।


Comments are closed, but trackbacks and pingbacks are open.