କରୋନା ସଂକ୍ରମଣ ରୋକିବାକୁ ମୁଖ୍ୟମନ୍ତ୍ରୀ ଦେଲେ ୫ଟି ମନ୍ତ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ସଂକ୍ରମଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି (ଶୁକ୍ରବାର) ୫ଟି ମନ୍ତ୍ର ଦେଇଛନ୍ତି । କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଦିଗରେ ଜୁନ୍ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଆତ୍ମସଂଯମ ହିଁ ଏକମାତ୍ର ବିକଳ୍ପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହିତ ସରକାରଙ୍କ ଲକ୍ଡାଉନ୍ ସଟଡାଉନ୍ ଥାଉ କି ନଥାଉ ସମସ୍ତେ ଯଦି ସେଲଫ୍ ଲକଡାଉନ୍ରେ ରହିବେ ତା’ହେଲେ କରୋନାକୁ ନିୟନ୍ତ୍ରଣ କରିହେବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଜୀବନଜୀବକା ଉଭୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଜୀବିକା ନିମନ୍ତେ ଜୀବନ ପ୍ରତି ଯେଭଳି ବିପଦ ସୃଷ୍ଟି ନ ହେବ ସେଥିପାଇଁ ୫ଟି ଦିଗ ପ୍ରତି ଯନôଶୀଳ ହେବାକୁ ପରାମର୍ଶ ଦେଇଛନ୍ତି । ଜୁନ୍ ମାସ ୧୦ ତାରିଖରେ ମୌସୁମୀ ଋତୁ ଆରମ୍ଭ ହେଉଥିବାରୁ ଥଣ୍ଡା, କାଶ, ଜ୍ୱର ଆଦି ହେବ । ସେଥିପ୍ରତି ସତର୍କ ରହିବାକୁ ପଡିବ । ଏବେ ଆମ ରାଜ୍ୟକୁ ପ୍ରାୟ ୫ଲକ୍ଷ ପ୍ରବାସୀ ଶ୍ରମିକ ଫେରିଥିବାରୁ କରୋନା ସଂକ୍ରମଣ ଆଶଙ୍କା ଅଧିକ ବଢ଼ିଯାଇଛି । ତେଣୁ ଜୁନ୍ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ କଫୁ୍ୟ ଲକଡାଉନ୍ ଓ ସଟଡାଉନ୍ ନିୟମକୁ ପାଳିବା ପାଇଁ ପରାମର୍ଶ ଦେଇଛନ୍ତି ।
୧.ଘରେ ରୁହନ୍ତୁ , ଜରୁରୀ କାମ ନଥିଲେ ବାହାରକୁ ଯାଆନ୍ତୁ ନାହିିଁ ।
୨. ବାହାରକୁ ଯିବାବେଳେ ମୁହଁରେ ମାସ୍କ ନିଶ୍ଚୟ ପିନ୍ଧନ୍ତୁ । ଏହାଦ୍ୱାରା ୯୦ ପ୍ରତିଶତ କରୋନା ସଂକ୍ରମଣ ଆଶଙ୍କା ହ୍ରାସ ପାଇବ ।
୩. ହାଟ, ବଜାର, ଅଫିସ ବା ଟ୍ରାଫିକ୍ ସବୁଠାରୁ ସାମାଜିକ ଦୂରତ୍ୱ ପାଳନ କରନ୍ତୁ । କରୋନା ପଜେଟିଭ୍ ରୋଗୀ କିଏ ଅଛି ଆମ ପାଖରେ ଅଛି ତାହା ବି ଜାଣିବା ସମ୍ଭବପର ନଥିବାରୁ ସାମାଜିକ ଦୂରତ୍ୱ ପାଳନ କରିବା ଉଚିତ ।
୪. ନିଜ ଲୋକ କେହି କୋଭିଡ଼୍ ହସ୍ପିଟାଲକୁ ଯାଆନ୍ତୁ ,ତାହା କେହି ଚାହିଁବେ ନାହିଁ । ତେଣୁ ଘରକୁ ଫେରିବା ପରେ ଭଲ ଭାବେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ସାବୁନରେ ହାତ ନିଶ୍ଚୟ ଧୁଅନ୍ତୁ ।
୫. ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଗୁରୁତର ରୋଗରେ ପୀଡିତ ବ୍ୟକ୍ତି, ଗର୍ଭବତୀ ଓ ୧୦ ବର୍ଷରୁ କମ୍ ଶିଶୁଙ୍କୁ କେବେବି ବାହାରକୁ ଛାଡ଼ନ୍ତୁ ନାହିଁ ।
ଏହି ୫ଟି ପରାମର୍ଶ ସହ ଜୁନ୍ ମାସରେ ୧୬ଦିନ ଘରେ ରହିଲେ ସଂକ୍ରମଣକୁ ହ୍ରାସ କରିହେବ ବୋଲି କହିଛନ୍ତି । ପ୍ରତି ରାତି ୭ଟାରୁ ଭୋର ୫ଟା ପୁରା ୧୦ ଘଣ୍ଟା କଫୁ୍ୟ । ୩୦ ଦିନରେ ୩୦୦ ଘଣ୍ଟା । ତେଣୁ ସଟ୍ଡାଉନ୍ ଓ କଫୁ୍ୟ ମିଶିା ଜୁନ୍ ମାସରେ ପୁରା ୧୭ ଦିନ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଅପିଲ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons