କରୋନା ସଂକ୍ରମଣ ହୋଇପାରେ! ପ୍ରବାସ ଫେରନ୍ତା ପାଖକୁ ଗଣମାଧ୍ୟମ ଯିବା ମନା

Get real time updates directly on you device, subscribe now.

ଭୁବନେଶ୍ବର: ଅସାଧାରଣ ପରିସ୍ଥିତିରେ ଗଣମାଧ୍ୟମଠାରୁ ନିର୍ଦ୍ଧିଷ୍ଟ କିଛି ସହଯୋଗ ପାଇଁ ସରକାର ଜାରି କରିଛନ୍ତି ମାର୍ଗଦର୍ଶିକା। ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଓ ଲୋକ ସଂପର୍କ ବିଭାଗ ଗଣମାଧ୍ୟମ ସଂସ୍ଥା ଏବଂ ପ୍ରତିନିଧିଙ୍କ ଲାଗିଏହି ଗାଇଡଲାଇନ ଜାରି କରିଛି। କୋଭିଡ-୧୯ ସଂକ୍ରମଣ ଜନିତ ଅସାଧାରଣ ପରିସ୍ଥିତିରେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଏହି ପଦକ୍ଷେପ ନିଆଯାଇଥିବା ଦର୍ଶା ଯାଇଛି।କରୋନା ସଂକ୍ରମଣ ଜନିତ ଅଭାବନୀୟ ପରିସ୍ଥିତିରେ ଏବେ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଓଡ଼ିଆମାନେ ରାଜ୍ୟକୁ ଫେରୁଛନ୍ତି।
କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ତଥା ଅନୁମୋଦନ କ୍ରମେ, ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ବାହାର ରାଜ୍ୟରେ ରହୁଥିବା ଓଡ଼ିଆ ଶ୍ରମଜୀବି, ଛାତ୍ରଛାତ୍ରୀ, ପର୍ୟ୍ୟଟକ, ତୀର୍ଥଯାତ୍ରୀ ଇତ୍ୟାଦି ଅନେକ ସଡ଼କପଥ ଏବଂ ରେଳପଥରେ ଓଡ଼ିଶା ଫେରୁଛନ୍ତି। ସେମାନେ ଏଠାରେ ପହଞ୍ଚିବା ପରେ ସରକାରଙ୍କ ନିୟମ ଅନୁଯାୟୀ, କ୍ବାରେଣ୍ଟାଇନ୍‌ରେ ରଖିବାରେ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ଜିଲ୍ଲାରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି। ଘର ବାହୁଡା ପ୍ରବାସୀଙ୍କୁ ସ୍ବାଗତ କରିବା ସହ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ନିରୀକ୍ଷା ଓ ଚିକିତ୍ସା ଆଦି ଲାଗି ସେମାନଙ୍କ ଜିଲ୍ଳାଗୁଡିକରେ ବ୍ୟବସ୍ଥା କରାଯାଇଛି।
ଏହି ପରିପ୍ରେକ୍ଷୀରେ ଗଣମାଧ୍ୟମ ପ୍ରତିନିଧିମାନଙ୍କର ବ୍ୟକ୍ତିଗତ ନିରାପତ୍ତା ଏବଂ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସେମାନଙ୍କୁ ଘର ବାହୁଡା ପ୍ରବାସୀ ଓଡ଼ିଆମାନଙ୍କ ପହଞ୍ଚିବା ସମୟରେ ଏବଂ ସେମାନଙ୍କ ପହଞ୍ଚିବା ସ୍ଥାନକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କରିଛନ୍ତି ରାଜ୍ୟ ସରକାର। ପ୍ରବାସୀ ଓଡ଼ିଆଙ୍କ ପହଞ୍ଚିବା ସ୍ଥାନ ସହ କ୍ବାରେଣ୍ଟାଇନ୍ ସେଣ୍ଟରକୁ ନ ଯିବା ପାଇଁ ଜାରି ହୋଇଥିବା ଗାଇଡ ଲାଇନ୍‌ରେ ପରାମର୍ଶ ଦିଆଯାଇଛି।
ବୃହତ୍ତର ଜନସ୍ବାର୍ଥ ତଥା କରୋନା ସଂକ୍ରମଣର ନିୟନ୍ତ୍ରଣ ଗୁରୁତ୍ବ ତଥା ଆବଶ୍ୟତା ଦୃଷ୍ଟିରୁ ଓଡ଼ିଶା ଫେରନ୍ତା ପ୍ରବାସୀ ଓଡ଼ିଆ ପହଞ୍ଚିବା ସ୍ଥାନ, ରେଳ ଷ୍ଟେସନ, ଚେକ୍‌ ପଏଣ୍ଟ, ଏବଂ କ୍ବାରେଣ୍ଟାଇନ୍‌ ସ୍ଥାନକୁ ନଯିବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସରକାରଙ୍କ ପକ୍ଷରୁ ଗାଇଡଲାଇନ ମାଧ୍ୟମରେ ଅନୁରୋଧ କରା ଯାଇଛି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସମସ୍ତ ଛାପା ଓ ବୈଦ୍ୟୁତକ ଗଣମାଧ୍ୟମ, ଓ୍ବେବ ଏବଂ ସୋସିଆଲ ମିଡିଆ ହାଉସ୍‌ ଗୁଡିକ ଲାଗି ଏହି ଗାଇଡ୍‌ଲାଇନ ଜାରି ହୋଇଛି।
ଗଣମାଧ୍ୟମ ପ୍ରତିନିଧିମାନେ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଆଶା କରାଯାଇଛି। ଏହାସହ ଜାରି ହୋଇଥିବା ବିଜ୍ଞପ୍ତି ସ୍ପଷ୍ଟ କରାଯାଇଛି ଯେ, ଘର ବାହୁଡା ପ୍ରବାସୀ ଓଡ଼ିଆଙ୍କ ସଂପର୍କୀତ ତଥ୍ୟ ଓ ଫଟୋ ଏବଂ ଖବର ଲାଗି ଆବଶ୍ୟକ ତଥ୍ୟ ଆଦି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଜଣାଇ ଦିଆଯିବ ବା ପଠାଇ ଦିଆଯିବ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons