କରୋନା ସଚେତନ କଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀ

Get real time updates directly on you device, subscribe now.

ଉମରକୋଟ,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ କରୋନା ବିସ୍ପୋରକ ରୂପ ଧାରଣ କରିଚାଲିଛି । ଗତ ୧୩ ଦିନ ଭିତରେ ଜିଲ୍ଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୨୨ରେ ପହଞ୍ଚôଛି । ସଂକ୍ରମଣ ରୋକିବା ସାଙ୍ଗକୁ ଅମାନିଆଙ୍କୁ ସାବାଡ୍ କରିବାକୁ ଆକ୍ସନ ମୁଡରେ ଜିଲ୍ଲା ପ୍ରଶାସନ ଉମରକୋଟଠାରେ ନିଜେ ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଓ ଆରକ୍ଷୀ ଅଧିକାରୀ ପ୍ରହ୍ଲାଦ ସାହାଏ ମିନା ସହର ସାରା ବୁଲିବୁଲି ଦୋକାନ ବଜାର ଓ ବିଭିନ୍ନ ବ୍ୟାଙ୍କର ସ୍ଥିତି ପରଖିଛନ୍ତି । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀ ଉମରକୋଟ ସହରର ଦୋକାନଗୁଡ଼ିକୁ ବୁଲି ତଦାରଖ କରିଛନ୍ତି । ମାସ୍କ ପିନ୍ଧା ଓ ସାମାଜିକ ଦୂରତା ରକ୍ଷା ଠିକ୍ ଭାବେ ପାଳନ କରାଯାଉଛି କି ତାହା ଯାଞ୍ଚ କରିଛନ୍ତି । ବ୍ୟବସାୟିକ ଅନୁÂାନଗୁଡ଼ିକରେ ଦଉଡ଼ି ବାନ୍ଧି ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । ଅମାନିଆକୁ ସାବାଡ୍ କରିବାକୁ ଯାଇ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀ ସାମାଜିକ ଦୂରତ୍ୱକୁ ମାନି ନଥିବାରୁ ଏବଂ ଦୋକାନ ଭିତରେ ବିନା ମାସ୍କରେ ବସିଥିବା ଏବଂ ଯେଉଁ ଦୋକାନରେ ଭିଡ଼ ଜମିଥିଲା ପ୍ରାୟ ୭ଟି ଦୋକାନକୁ ସିଲ୍ କରିଛନ୍ତି । ଏହି ସଚେତନ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଭାସ୍କର ରଇତ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦିନେଶ କୁମାର ନାୟକ, ଉମକୋଟ ତହସିଲଦାର ହିମାଚଳ ମାଝୀ, ଥାନାଧିକାରୀ ନରେଶ କୁମାର ପ୍ରଧାନ ଓ ବହୁ ପୁଲିସ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons