କରୋନା ସତର୍କତା:ବିଧାନସଭାରେ ବାୟୋମେଟ୍ରିକ୍ ମନା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି । ଏହି ପରିପ୍ରେକ୍ଷୀରେ ବିଧାନସଭାରେ ମଧ୍ୟ ବାୟୋମେଟ୍ରିକ୍ ମେସିନ ବ୍ୟବହାର ଏବେ ବନ୍ଦ କରାଯାଇଛି । ବିଧାନସଭା ସଚିବାଳୟର ସମସ୍ତ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ପରାମର୍ଶ ଜାରି କରାଯାଇଛି । କର୍ମଚାରୀମାନଙ୍କୁ ବାୟୋମେଟ୍ରିକ ମେସିନ୍ ବଦଳରେ ରେଜିଷ୍ଟରରେ ଉପସ୍ଥାନ ଦେବାକୁ କୁହାଯାଇଛି ।
ବିଧାନସଭା ସଚିବାଳୟ ପକ୍ଷରୁ କୁହାଯାଇଛି, କାର୍ଯ୍ୟାଳୟକୁ ପରିଷ୍କାର ରଖିବା ପାଇଁ ଟେବୁଲ, କମ୍ପୁ୍ୟଟର, ଟେଲିଫୋନ, ପେନ୍ ଓ ଅନ୍ୟାନ୍ୟ ବ୍ୟବହୃତ ଉପକରଣକୁ ନିୟମିତ ସାନିଟାଇଜରରେ ପୋଛାଯିବ । କର୍ମଚାରୀମାନେ ହାତକୁ ବାରମ୍ବାର ସାନିଟାଇଜର କିମ୍ବା ସାବୁନରେ ଧୋଇ ସଫା ରଖିବେ । କାଶ, ଛିଙ୍କବେଳେ ଟିସୁ ବ୍ୟବହାର କରିବେ । କାର୍ଯ୍ୟାଳୟ ପରିସରରେ ଏକାଠି ହୋଇ ସଭା, ସମିତି କରିବାକୁ ମନା କରାଯାଇଛି । ଜ୍ୱର, ଥଣ୍ଡା କିମ୍ବା କାଶ ହେଉଥିବା କର୍ମଚାରୀମାନେ ବିଧାନସଭା ଡିସ୍ପେନ୍ସସାରିରେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇବେ । ଅବ୍ୟବୃହତ ଉପକରଣକୁ ଏଣେତେଣେ ନ ଫିଙ୍ଗି ଡଷ୍ଟବିନରେ ପକାଇବା ପାଇଁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons