କରୋନା ସନେ୍ଦହ:ମୃତଦେହ ଦାହ କରିବାକୁ ଦେଲେନି ଗ୍ରାମବାସୀ

Get real time updates directly on you device, subscribe now.

ସିମୁଳିଆ,(ବି.ବି.ନୁ୍ୟଜ୍): ସିମୁଳିଆ ଥାନା ଅନ୍ତର୍ଗତ କ୍ଷୀରକୋଣା ପଞ୍ଚାୟତ ମଝିଗଣ୍ଡି ଗ୍ରାମରେ ଶନିବାର ରାତିରେ ଅଭାବନୀୟ ଘଟଣା ଘଟିଛି । କରୋନାରେ ମୃତୁ୍ୟ ହୋଇଥିବା ଭାବି ଗ୍ରାମବାସୀମାନେ ସେହି ଗ୍ରାମର ଜନୈକ ବ୍ୟକ୍ତିଙ୍କ ମୃତଦେହକୁ ଗ୍ରାମରେ ପୋତିବାକୁ ନ ଦେଇ ବିରୋଧ କରିଥିଲେ । ଏଣୁ ପ୍ରଶାସନକୁ ନାକେଦମ ହେବାକୁ ପଡ଼ିଛି । ଶେଷରେ ଗ୍ରାମରେ ମୃତଦେହ ସକ୍ରାର ହୋଇପାରି ନଥିଲା । ଅନ୍ୟ ଏକ ସ୍ଥାନରେ ସକ୍ରାର କରାଯାଇଥିବାର ସୂଚନା ମିଳିଛି ।
ଖବରରୁ ପ୍ରକାଶ, କ୍ଷୀରକୋଣା ପଞ୍ଚାୟତ ମଝିଗଣ୍ଡି ଗ୍ରାମର ରାମ ମହାନ୍ତିଙ୍କ ପୁଅ ବଳିଆ ମହାନ୍ତି ଅହମ୍ମଦାବାଦରେ କୌଣସି ରୋଗ ପାଇଁ ଚିକିତ୍ସିତ ହେଉଥିଲେ । ତେବେ ଶନିବାର ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସରେ ଓଡ଼ିଶାକୁ ଫେରାଇ ଆଣିବା ବେଳେ ବାଟରେ ତାଙ୍କର ମୃତୁ୍ୟ ହୋଇଥିଲା । ପରିବାର ଲୋକେ ଶେଷକୃତ୍ୟ ସମ୍ପନ ପାଇଁ ଗ୍ରାମର କେନାଲ ବନ୍ଧକୁ ମୃତଦେହ ନେଇଯାଉଥିବା ବେଳେ ଆଖପାଖ ଗ୍ରାମର ଗ୍ରାମବାସୀମାନେ ବିରୋଧ କରିଥିଲେ । ପ୍ରାୟ ୩ ଘଣ୍ଟା ଧରି ଗ୍ରାମବାସୀମାନେ ଏହାକୁ ବିରୋଧ କରିଥିଲେ । ସ୍ଥାନୀୟ ମେଡିକାଲ ଟିମ୍ ଏବଂ ପୁଲିସ ପ୍ରଶାସନ ହସ୍ତକ୍ଷେପରେ ଗାଁରୁ ମୃତଦେହ ଫେରାଇ ଆଣିବା ପରେ ପରସ୍ଥିତି ଶାନ୍ତ ପଡ଼ିଥିଲା । ଅନ୍ୟ ଏକ ସ୍ଥାନରେ ବିଳମ୍ବିିତ ରାତିର ସକ୍ରାର କରାଯାଇଥିବାର ବିଶେଷ ସୂତ୍ରରୁ ଖବର ମିଳିଛି । ପରିସ୍ଥିତି ଅନୁଧ୍ୟାନ ପାଇଁ ସିମୁଳିଆ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ମେଡିକାଲ ଟିମ୍ ଘଟଣାସ୍ଥଳକୁ ଯାଇଥିବାର ଜଣାପଡିଛି । ତେବେ ବାଟରେ ମୃତୁ୍ୟ ଘଟିବା ପରେ ମୁତଦେହକୁ କାହିଁକି କୌଣସି ଡାକ୍ତରଖାନାକୁ ନିଆଗଲା ନାହିଁ, ତାହା ପ୍ରଶ୍ନ ଉଠିଛି । ଅନ୍ୟପଟେ ବାହାର ରାଜ୍ୟରୁ ପ୍ରବାସୀମାନେ ନିଜ ଅଞ୍ଚଳକୁ ଫେରିବା ପାଇଁ ବିଭିନ୍ନ କଟକଣା ଥିବାବେଳେ ଏହି ନୀତି ନିୟମକୁ ଉଲ୍ଲଙ୍ଘନ କରାଯାଇଛି କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons