‘କରୋନା’ ସମୀକ୍ଷା କଲେ ମୁଖ୍ୟଶାସନ ସଚିବ

Get real time updates directly on you device, subscribe now.

ଭୁବନେଶ୍ୱର: ରାଜ୍ୟରେ ‘କରୋନା’ ମୁକାବିଲା ନେଇ ସରକାରୀ ସ୍ତରରେ ଜାରି ରହିଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ବିଶେଷ କରି ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ଶ୍ରମିକ ଓ ଓଡ଼ିଶାରେ ଥିବା ରାଜ୍ୟ ବାହାରର ଅସହାୟ ଶ୍ରମିକଙ୍କ ସ୍ଥିତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଛନ୍ତି।ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ, ପଞ୍ଚାୟତ ସ୍ତରରେ ଖାଦ୍ୟ ବଣ୍ଟନ କାର୍ୟ୍ୟକ୍ରମ, ସାମାଜିକ ଦୂରତ୍ୱ, ଭତ୍ତା ବଣ୍ଟନ, ପଞ୍ଚାୟତସ୍ତରରେ ମେଡ଼ିକାଲ କ୍ୟାମ୍ପସ ଗୁଡ଼ିକର ପ୍ରସ୍ତୁତି ଆଦି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ। ତେବେ ‘କରୋନା’ ମୁକାବିଲା ସମୟରେ ଲୋକଙ୍କୁ ବିଭିନ୍ନ ଏନ୍‌ଜିଓ ଓ ସ୍ୱେଚ୍ଛାସେବୀଙ୍କ ସହାୟତା ନେଇ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏହାବ୍ୟତୀତ ପଞ୍ଚାୟତସ୍ତରରେ ଆବଶ୍ୟକ ଥିବା ସମସ୍ତ ବ୍ୟକ୍ତିଙ୍କୁ ଖାଦ୍ୟ ଯୋଗାଣ ଉପରେ ଗୁରୁତ୍ୱ ଦେଇଥିଲେ ମୁଖ୍ୟ ଶାସନ ସଚିବ। ବୈଠକରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଏସ୍ଆର୍‌ସି ପ୍ରଦୀପ କୁମାର ଜେନାଙ୍କ ସମେତ କୋଭିଡ୍-୧୯ର ନୋଡାଲ୍ ଅଫିସର ପ୍ରମୁଖ ଉପସ୍ଥିତ ଥିଲେ। ସେପଟେ ସମସ୍ତ ଜିଲ୍ଲାପାଳମାନଙ୍କୁ ସ୍ଥାନାନ୍ତର ଶ୍ରମିକଙ୍କ ପାଇଁ ଖାଇବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons