କରୋନା ସାଙ୍ଗକୁ ଡରାଉଛି ଡେଙ୍ଗୁ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ୍): କରୋନାର ଆତଙ୍କ ଲୋକଙ୍କୁ ଡରାଉଥିବା ବେଳେ ପୁଣି ଦେଖାଦେଇଛି ଡେଙ୍ଗୁ ଆତଙ୍କ । ଆଦିବାସୀ ଅଧୁ୍ୟଷିତ ରାୟଗଡ଼ା ଜିଲ୍ଲାରେ ଡେଙ୍ଗୁ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲାରେ ଏ ଯାଏ ଡେଙ୍ଗୁ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ରେ ପହଞ୍ଚôଛି । ସର୍ବାଧିକ ଆକ୍ରାନ୍ତ ମୁନିଗୁଡ଼ା ବ୍ଲକର ଟିକରପଡ଼ା ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଗୋଟିଏ ପଟେ ଜିଲ୍ଲା ପ୍ରଶାସନ ମହାମାରୀ କରୋନାକୁ ପ୍ରତିହତ ପାଇଁ ଉଦ୍ୟମ କରୁଥିବା ବେଳେ ଡେଙ୍ଗୁ ରୋଗ ସ୍ଥାନୀୟ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଗତ ମାସକ ମଧ୍ୟରେ କେବଳ ଟିକରପଡ଼ାରେ ୪୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ପୁଣି ୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାବ୍ୟତୀତ ଜିଲ୍ଲାର ବିଷମକଟକ , ମାଲିଗାଁ, ରାୟଗଡ଼ା ସହରର ୪ ଓ ୫ ନମ୍ବର ୱାର୍ଡ ଅଞ୍ଚଳରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି । ଆକ୍ରାନ୍ତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons