
ମାଲକାନଗିରି,(ବି.ବି.ନୁ୍ୟଜ):କ୍ୟାନସର ପୀଡିତାଙ୍କୁ ରକ୍ତଦେଇ ଜୀବନ ବଞ୍ଚାଇଲେ ଆପ୍ ଯୁବ ସଦସ୍ୟ । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ସାଧାରଣରେ ଏହାକୁ ପ୍ରଶଂସା କରାଯାଇଛି । ଆପ ବା ଆମ୍ ଆଦମୀ ପାର୍ଟିର ଏହି ସଦସ୍ୟ ହେଲେ ଯୀଶୁଦାନ ବାଗ ।
ସୂଚନା ଅନୁସାରେ, ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ଗଣ୍ଡିଆଗୁଡା ଗାଁର ଜଣେ ୨୨ ବର୍ଷୀୟ ଯୁବତୀ ଚିକିତ୍ସିତ ହେଉଛନ୍ତି । ସେ କ୍ୟାନସରରେ ପୀଡିତ ଥିବାବେଳେ ଅପରେସନ୍ ପାଇଁ ହଠାତ୍ ତାଙ୍କ ପାଇଁ ରକ୍ତର ଆବଶ୍ୟକତା ରହିଥିଲା ।
ତାଙ୍କର ବ୍ଲଡ ଗ୍ରୁପ ଏ ପଜିଟିଭ୍ ହୋଇଥିବାବେଳେ ଡାକ୍ତରଖାନା ଭଣ୍ଡାରରେ ଏହାର ଅଭାବ ରହିଥିଲା । ବାହରୁ ରକ୍ତ ତୁରନ୍ତ ଯୋଗାଡ କରିବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କ ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ । ପରିବାର ଲୋକେ ଏତେ ଶୀଘ୍ର କେଉଁଠୁ ରକ୍ତ ଯୋଗାଡ କରିବେ ବୋଲି ଚିନ୍ତାରେ ପଡି ଯାଇଥିଲେ । ସୂଚନା ପାଇ ମାଲକାନଗିରି ଜିଲ୍ଲା ଆମ ଆଦମୀ ପାର୍ଟି ସଭାପତି କେ.ଦେଶୀରାଜୁ ଆଚାରୀ କୌଣସି ରକ୍ତଦାତାଙ୍କୁ ଖୋଜିଥିଲେ । ଭାଗ୍ୟକୁ ସମାନ ରକ୍ତ ଗ୍ରୁପ ଥିବା ନୂଆଗୁଡା ଗାଁର ଦଳୀୟ ସଦସ୍ୟ ଯୀଶୁଦାନ ବାଗ ତାଙ୍କୁ ମିଳିଥିଲେ । ଯୀଶୁଦାନ ମଧ୍ୟ ରକ୍ତ ଦାନ କରିବାକୁ ଆଗ୍ରହର ସହ ଆଗେଇ ଆସିଥିଲେ । ଉକ୍ତ ପୀଡିତାଙ୍କ ଭଳି ଜଣେ ଗୁରୁତର ରୋଗୀଙ୍କୁ ରକ୍ତ ଦେବାକୁ ସହମତି ପ୍ରକାଶ କରିଥିଲେ । ସୋମବାର ମେଡିକାଲରେ ଯୀଶୁଦାନ ରକ୍ତ ଦାନ କରିଛନ୍ତି । ଯୀଶୁଙ୍କ ଏହି ମହାନ ଦାନକୁ ଯୁବତୀଙ୍କ ପରିବାର ଓ ସ୍ଥାନୀୟ ଲୋକେ ବେଶ୍ ପ୍ରଶଂସା କରିଛନ୍ତି ।


Comments are closed, but trackbacks and pingbacks are open.