କର୍ଣ୍ଣାଟକରେ ପୁଣି ସସ୍ପେନ

Get real time updates directly on you device, subscribe now.

ବେଙ୍ଗାଲୁରୁ: କଣ୍ଣ ର୍ାଟକ ରାଜନୈତିକ ନାଟକରେ ପୁଣି ସସ୍ପେନ୍ସ । ବିଦ୍ରୋହୀ ୧୫ ବିଧାୟକଙ୍କ ଇସ୍ତଫା ଉପରେ ଆଜି ବି ନିଷ୍ପତ୍ତି ହୋଇପାରିଲା ନାହିଁ । ସୁପ୍ରିମ୍କୋର୍ଟ ଆଜି ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଥିଲା । କିନ୍ତୁ ରାଜ୍ୟ ବିଧାନସଭା ବାଚସ୍ପତି କେ ଆର ରମେଶ କୁମାର ହିଁ ବିଧାୟକଙ୍କ ଇସ୍ତଫା ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସର୍ବୋଚ୍ଚ ଅଦାଲତ ନିଜ ରାୟରେ କହିଛନ୍ତି ।
ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ନିଜ ରାୟରେ କହିଛନ୍ତି, କଣ୍ଣ ର୍ାଟକ ରାଜନୀତିରେ ଦେଖାଦେଇଥିବା ସଂକଟ ଅତ୍ୟନ୍ତ ଘଡ଼ିସନ୍ଧି ମୁହୂର୍ତ୍ତରେ ପହଞ୍ଚିଛି । ଏଥିରେ ସନ୍ତୁଳନ ରକ୍ଷା କରାଯିବା ନିହାତି ଜରୁରି । ତେଣୁ ସାମ୍ବିଧାନିକ ନିୟମ ଦୃଷ୍ଟିରୁ ଦେଖିଲେ ବାଚସ୍ପତି ହିଁ ବିଧାୟକଙ୍କ ଇସ୍ତଫା ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିବେ । କିନ୍ତୁ ଏଥିପାଇଁ କୌଣସି ସମୟସୀମା ଧାର୍ଯ୍ୟ ହେବନାହିଁ । ନିୟମକୁ ଆଖିରେ ରଖି ବାଚସ୍ପତି ସେମାନଙ୍କ ଇସ୍ତଫା ଉପରେ ଭଲ ଭାବେ ଅନ୍ୟୁନ କରି ଶେଷ ନିଷ୍ପତ୍ତି ଶୁଣାଇବେ । ସୁପ୍ରିମ୍କୋର୍ଟଙ୍କ ଏଭଳି ନିଷ୍ପତ୍ତି ବାଚସ୍ପତି ରମେଶ କୁମାରଙ୍କୁ ଆଶ୍ୱସ୍ତି ଦେଇଛି ।
ସୁପ୍ରିମ୍କୋର୍ଟ ଯଦିଓ ବାଚସ୍ପତି ରମେଶ କୁମାରଙ୍କ କୋର୍ଟରେ ବଲ୍ ଫିଙ୍ଗିଛନ୍ତି, ବିଦ୍ରୋହୀ ବିଧାୟକଙ୍କୁ ମଧ୍ୟ କିଛିଟା ସ୍ୱାଧୀନତା ପ୍ରଦାନ କରିଛନ୍ତି । ଗୁରୁବାର ହେବାକୁ ଥିବା ଆସ୍ଥା ଭୋଟ୍ ବାବଦରେ ୧୫ ବିଦ୍ରୋହୀ ବିଧାୟକଙ୍କ ଉପରେ କୌଣସି ଚାପ ପ୍ରୟୋଗ କରାଯାଇ ପାରିବ ନାହିଁ । ସେମାନେ ନିଜ ଇଚ୍ଛା ଅନୁସାରେ ବିଧାନସଭା ଗୃହ କାର୍ଯ୍ୟରେ ଭାଗନେଇ ପାରିବେ । ସେମାନଙ୍କ ଉପରେ କଂଗ୍ରେସ କିମ୍ବା ଜେଡିଏସ୍ (ଜନତା ଦଳ ସିକ୍ୟୁଲାର) ହ୍ୱିପ୍ ଜାରି କରିପାରିବେ ନାହିଁ । ସୁପ୍ରିମ୍କୋର୍ଟଙ୍କ ଏଭଳି ନିଷ୍ପତ୍ତି ଦ୍ୱାରା ବିଦ୍ରୋହୀ ବିଧାୟକମାନେ ଆଶ୍ୱସ୍ତ ହୋଇଛନ୍ତି । ସେମାନଙ୍କ ଇସ୍ତଫା ମଞ୍ଜୁର ହେଲେ କି ନ ହେଲେ ତାହା କୌଣସି ଫରକ ପକାଇବ ନାହିଁ । ତେବେ ସେମାନେ ଗୁରୁବାର ହେବାକୁ ଥିବା ଆସ୍ଥା ଭୋଟ୍ରେ ଭାଗନେବେ ନାହିଁ ବୋଲି ସୂଚନା ମିଳିଛି ।
ସୁପ୍ରିମ୍କୋର୍ଟଙ୍କ ଏଭଳି ରାୟ କୁମାରସ୍ୱାମୀ ସରକାରଙ୍କୁ ଅଡୁଆରେ ପକାଇବ । ସରକାର ସଂଖ୍ୟାଲଘୁ ବିପଦରେ ପଡ଼ିପାରନ୍ତି । ବହୁମତ ପରୀକ୍ଷାରେ ବିଦ୍ରୋହୀ ବିଧାୟକମାନେ ଭାଗନେବେ କି ନାହିଁ, ତାହା ସେମାନଙ୍କ ଉପରେ ନିର୍ଭର କରେ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଥିବାରୁ ମେଣ୍ଟ ସରକାର ଏବେ କେମିତି ଆବଶ୍ୟକ ସଂଖ୍ୟା ଜୁଟାଇ ଗାଦି ପୁନଃ ଦଖଲ କରିବ, ସେହି ଚିନ୍ତା ଘାରିବାରେ ଲାଗିଛି । କୁମାରସ୍ୱାମୀ ସରକାର ଭାଙ୍ଗିଯିବା ନେଇ ଆଶଙ୍କା ଜଳଜଳ ଦେଖାଯାଉଛି ।
କଣ୍ଣ ର୍ାଟକ ବିଧାନସଭାର ମୋଟ ଆସନ ସଂଖ୍ୟା ଏବେ ୨୨୪ ରହିଛି । ୧୫ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫାକୁ ମଞ୍ଜୁରି ମିଳିଲେ ଆସନ ସଂଖ୍ୟା ୨୦୯କୁ ହ୍ରାସ ପାଇବ । ସେହିଭଳି ବିଧାୟକ ରୋଶନ୍ ବାଗ ଏବେ ନିଲମ୍ବନରେ ଅଛନ୍ତି । ତେଣୁ ଗୃହର ମୋଟ ଆସନ ସଂଖ୍ୟା ୨୦୮କୁ ହ୍ରାସ ପାଇବ । ମୋଟ ଆସନ ୨୦୮ ହେଲେ ବହୁମତ ପାଇଁ ୧୦୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ ପଡ଼ିବ ।
ବିଦ୍ରୋହୀ ବିଧାୟକମାନେ ଆସ୍ଥା ଭୋଟ୍ରେ ସାମିଲ ନ ହେଲେ କୁମାରସ୍ୱାମୀ ସରକାରଙ୍କ ନିକଟରେ ୧୦୧ ବିଧାୟକଙ୍କ ସମର୍ଥନ ରହିବ । ତେଣୁ ସରକାର ଭାଙ୍ଗିବାଟା ଥୟ । ଅନ୍ୟପକ୍ଷରେ ରାଜ୍ୟ ବିରୋଧୀ ଦଳ ବିଜେପି ନିକଟରେ ୧୦୫ ବିଧାୟକ ରହିଥିବା ବେଳେ ଦୁଇଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମଧ୍ୟ ରହିଛି । ଏହାଦ୍ୱାରା ଆସ୍ଥା ଭୋଟ୍ରେ କୁମାରସ୍ୱାମୀ ସରକାର ଭାଙ୍ଗିଯିବ ଏବଂ ବିଜେପି ସରକାର ଗଢ଼ିବାକୁ ସୁଯୋଗ ପାଇବ ।
ସୁପ୍ରିମ୍କୋର୍ଟରେ ଆଜି ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ବାବଦରେ ରାୟ ପ୍ରକାଶ ପାଇବା ପୂର୍ବରୁ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦ୍ୟୁରପ୍ପା ଏହି ରାୟକୁ ନେଇ ଆଦୌ ବିଚଳିତ ନଥିଲେ । ସେ ସହରଠୁ ଦୂର ଏକ ହୋଟେଲ୍ ପରିସରରେ ଦଳୀୟ ବିଧାୟକଙ୍କ ସହ କ୍ରିକେଟ୍ ଖେଳିବାରେ ବ୍ୟସ୍ତ ଥିଲେ । ଏହି ହୋଟେଲରେ ବିଜେପିର ସବୁ ବିଧାୟକ ରହିଛନ୍ତି । ତେବେ ସୁପ୍ରିମ୍କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ବିଜେପି ରାଜ୍ୟ ଶାଖା ପକ୍ଷରୁ ୟେଦ୍ୟୁରପ୍ପାଙ୍କ କ୍ରିକେଟ୍ ଖେଳିବାର ଏକ ଫଟୋ ପୋଷ୍ଟ କରାଯାଇଥିଲା । ଫଟୋରେ ୟେଦ୍ୟୁରପ୍ପା ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons