କର୍ତ୍ତବ୍ୟ ସହ ମଣିଷ ପଣିଆ: ଅସହାୟ ବ୍ୟକ୍ତିଙ୍କୁ ନିଜ ହାତରେ ଖୁଆଇଲେ ମହିଳା ପୋଲିସ୍

Get real time updates directly on you device, subscribe now.

ମାଲକାନଗିରି: କରୋନା ପ୍ରଭାବରେ ଦେଶ-ରାଜ୍ୟ ସବୁଆଡ଼େ ଲକଡାଉନ। କରୋନା ଭଳି ମହାମାରି ସମୟରେ ସମସ୍ତଙ୍କ ଜୀବନ ବଞ୍ଚାଇବାକୁ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି ସ୍ବାସ୍ଥ୍ୟ ଓ ପୋଲିସ୍ କର୍ମଚାରୀ। ଏହି ସମୟରେ ଏକ ମନଛୁଆଁ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ଅସହାୟ ଆଦିବାସୀ ବ୍ୟକ୍ତି ଦୁଇ ମହିଳା ପୋଲିସ୍‌ କର୍ମଚାରୀ ନିଜ ହାତରେ ଖୁଆଇ ଦେଉଛନ୍ତି। ମାଲକାନଗିରି ଜିଲ୍ଲାର ଏହି ଦୁଇ ମହିଳା ପୁଲିସ୍‌ଙ୍କ କାର୍ୟ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି।ଏହି ଦୁଇ ମହିଳା ମହିଳା ସବ୍ ଇନେସପେକ୍ଟର ନାଁ ଶୁଭଶ୍ରୀ ଭବାନୀ ନାୟକ ଏବଂ ଲକ୍ଷ୍ମୀ ପ୍ରିୟା ମଲ୍ଲିକ।
ତେବେ ଶୁଭଶ୍ରୀଙ୍କ ଡ୍ୟୁଟି ପଦ୍ମଗିରି ରାସ୍ତାରେ ପଡିଥିବା ବେଳେ ସେଠାରେ ଜଣେ ଗରିବ ଆଦିବାସୀ ମହିଳା ଭୋକରେ ଛଟପଟ ହେଉଥିବା ଦେଖିଥିଲେ। ଏହା ପରେ ନିଜ ପାଇଁ ଆଣିଥିବା ଖାଦ୍ୟକୁ ଇନେସପେକ୍ଟର ଶୁଭଶ୍ରୀ ସେହି ଆଦିବାସୀ ମହିଳାଙ୍କୁ ନିଜ ହାତରେ ଖୁଆଇ ଦେଇଥିଲେ। ଏପରି ଆଉ ଏକ ଦୃଶ୍ୟ ଦେଖିବାକି ମିଳିଛି ମାଲକାନଗିରି ସହରରେ ଜଣେ ଭିକାରି ଭୋକରେ ରସିଥିବା ବେଳେ ଇନେସପେକ୍ଟର ଲକ୍ଷ୍ମୀ ପ୍ରିୟା ତାଙ୍କୁ ଖୁଆଇଥିଲେ। ବର୍ତ୍ତମାନ ସମୟରେ ମହିଳା ପୋଲିସ୍ କର୍ମଚାରୀଙ୍କ ଏହି କାର୍ୟ୍ୟ ସମାଜକୁ ଏକ ନୂଆ ବାର୍ତ୍ତା ଦେଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons