ଭୁବନେଶ୍ୱର,(ବି.ବି.ବୁ୍ୟରୋ):କର୍ପୋରେସନ ବ୍ୟାଙ୍କ ପକ୍ଷରୁ ଏହାର ଆଞ୍ଚଳିକ କାର୍ଯ୍ୟାଳୟ ଓ ମୁଖ୍ୟ ଶାଖାର ମିଳିତ ସହଯୋଗରେ ଏକ କଷ୍ଟମର୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଅନୁÂିତ ହୋଇଯାଇଛି । ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ ବିରୁପାକ୍ଷ ମିଶ୍ର ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ବ୍ୟାଙ୍କର ସର୍କଲ ମହାପ୍ରବନ୍ଧକ ସୁଦର୍ଶନ ମେହେ;ା, ଗାର୍ଡିଆନ୍ ଜେନେରାଲ ମ୍ୟାନେଜର ମୁଥୁ କ୍ରିଷ୍ଣନ, ଆଞ୍ଚଳିକ ମୁଖ୍ୟ ଏ. ଆର୍. ରାଘବେନ୍ଦ୍ର, ଉପ ଆଞ୍ଚଳିକ ମୁଖ୍ୟ ଲୋକନାଥ ସାହୁ ଏବଂ ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ଓ ଋଣ ବିଭାଗର ସମନ୍ୱୟ ଅଧିକାରୀ ସୟାନି ଶାମ୍ବା ଶିବା ରାଓ ତଥା ଅନ୍ୟ ଅଧିକାରୀମାନେ ଏଥିରେ ଉପସ୍ଥିତ ଥିଲେ । ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଥିବା ବିଭିନ୍ନ ପ୍ରକାରର ଋଣ ଯଥା ମୁଦ୍ରା, ରିଟେଲ, କୃଷି ଓ ଏମ୍ଏସ୍ଏମ୍ଇ ଋଣ ବର୍ଗରେ ୨୫ଟି ଋଣ ପ୍ରଦାନ କରାଯାଇଛି, ଯେଉଁଥିରେ ଏମ୍ଏସ୍ଏମ୍ଇ ଏବଂ ରିଟେଲ୍ କ୍ଷେତ୍ରରେ ସମୁଦାୟ ୧୭.୭୯ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି । ଏହି ଅବସରରେ ୫୦ରୁ ଊଦ୍ଧ୍ୱର୍ ଗ୍ରାହକ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ରିଟେଲ, କୃଷି ଏବଂ ଏମ୍ଏସ୍ଏମ୍ଇ ଋଣ ପ୍ରଦାନ କ୍ଷେତ୍ରରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ ।
Comments are closed, but trackbacks and pingbacks are open.