କର୍ଫ୍ୟୁ ବେଳେ କଣ ସବୁ ଖୋଲା ରହିବ ଏବଂ କଣ ସବୁ ବନ୍ଦ

Get real time updates directly on you device, subscribe now.

ଭୁବନେଶ୍ଵର: କର୍ଫ୍ୟୁ ସମୟରେ ଭୁବନେଶ୍ଵର ବିଏମସି, ସଲଗ୍ନ ୧୮ ପଞ୍ଚାୟତ, କଟକ ମହାନଗର ନିଗମ ଏବଂ ଭଦ୍ରକ ମ୍ୟୁନିସିପାଲଟିରେ ଅତି କଡାକଡି ଭାବେ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ନିୟମ ପାଳନ କରାଯିବ। ଏହି ସମୟରେ ପୂର୍ବରୁ ଲକ୍ଡାଉନ୍ ପାଇଁ ଅତ୍ୟାବଶ୍ୟକ ସେବା ଲାଗି ପ୍ରଦତ୍ତ ହୋଇଥିବା ସମସ୍ତ ପାସ୍ ବା ଅନୁମତି ପତ୍ର ରଦ୍ଦ ହୋଇଯିବ।
ଏହା ସହ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ବା କର୍ଫ୍ୟୁ ଉଲ୍ଲଂଘନକାରୀଙ୍କୁ ୧୪ ଦିନିଆ କ୍ଵାରେଣ୍ଟାଇନ ସହ ନିୟମ ଅନୁଯାୟୀ କାର୍ୟ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିବ। ତେବେ ଏହି ସମୟରେ କିଛି ଅତ୍ୟାବଶ୍ୟକ ଗୁରୁତ୍ଵପୂର୍ଣ୍ଣ ସେବା ଜାରି ରହିବ। ସେଗୁଡିକ ହେଲା, ଚିକିତ୍ସାଳୟ ବା ଡାକ୍ତରଖାନା, ପୋଲିସ୍ ସେବା, ଅଗ୍ନି ନିର୍ବାପକ ବା ବିପର୍ୟ୍ୟୟ ପ୍ରଶମନ ବ୍ୟବସ୍ଥା, ଆମ୍ବୁଲାନ୍ସ ସେବା, ଟେଲି ଯୋଗାଯୋଗ ସେବା, କୋଭିଡ୍ ସଂପର୍କିତ ତଥ୍ୟ ପ୍ରଦାନକାରୀ କଲ୍ ସେଣ୍ଟର, ଜଳ ଯୋଗାଣ ବ୍ୟବସ୍ଥା, ବିଦ୍ୟୁତ ସେବା, ପରିବହନ ସେବା, ସଂପୃକ୍ତ ମହାନଗର ନିଗମ ବା ମ୍ୟୁନିସିପାଲଟି ଦ୍ଵାରା ସୂଚିତ କିଛି ନିର୍ଦ୍ଦିଷ୍ଟ ଔଷଧ ଦୋକାନ, କିଛି ନିର୍ଦ୍ଦିଷ୍ଟ ପେଟ୍ରୋଲ ପମ୍ପ ଖୋଲା ରହିବ। ଏହା ସହ ରେଳ ଷ୍ଟେସନ ଓ ବିମାନ ବନ୍ଦରକୁ ମାଲ୍ ପରିବହନ ଲାଗି ଖୋଲା ରହିବ, ଜାତୀୟ ରାଜପଥ ଖୋଲା ରହିବ, ମାଲ୍ ପରିବହନ ଗାଡି ଚଳାଚଳ ଜାରି ରହିବ। ଏହା ସହିତ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ଵାରା ସୂଚିତ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମ ମଧ୍ୟ ପୂର୍ବଭଳି କାର୍ୟ୍ୟ କରିବ। ଏହି ସବୁ ସେବା ଏବଂ ବ୍ୟବସ୍ଥା ବ୍ୟତୀତ ଅନ୍ୟ ସମସ୍ତ ସେବା ଏବଂ ବ୍ୟବସ୍ଥା ତଥା କାର୍ୟ୍ୟକ୍ରମ ବନ୍ଦ ରହିବ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons