କର୍ମଚାରୀଙ୍କ ପଦୋନ୍ନତି ସମସ୍ୟା ସମାଧାନ ପାଇଁ ପଦୋନ୍ନତି ଅଦାଲତ ଗଠିତ

Get real time updates directly on you device, subscribe now.

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ବର୍ଗର କର୍ମଚାରୀମାନଙ୍କ ପଦୋନ୍ନତିରେ ବିଳମ୍ବ ଦୂର କରି ଉପଯୁକ୍ତ ସମୟରେ ସେମାନେ ଯେପରି ପଦୋନ୍ନତି ପାଇପାରିବେ ସେଥିପାଇଁ ନୂଆ ନିୟମ ଆଣିଛନ୍ତି ରାଜ୍ୟ ସରକାର । ଏଣିକି ପ୍ରତିବର୍ଷ ଡିସେମ୍ବର ୩୧ ସୁଦ୍ଧା ପଦୋନ୍ନତି ପ୍ରକ୍ରିୟା ଶେଷ କରାଯିବ । ୨୦୧୯ ଡିସେମ୍ବର ୩୧ ସୁଦ୍ଧା ୩୧୬୬ ଜଣ କର୍ମଚାରୀ ପଦୋନ୍ନତି ପାଇଥିଲେ । ଏହି ସମୟ ମଧ୍ୟରେ ଯେଉଁ କର୍ମଚାରୀମାନେ ପ୍ରମୋଶନ୍ ପାଇନାହାଁନ୍ତି ସେମାନଙ୍କ ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନିତ କରିବା ପାଇଁ ପଦୋନ୍ନତି ଅଦାଲତ ଗଠନ କରିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ବିଭିନ୍ନ ବିଭାଗର ପ୍ରଶାସନିକ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବମାନଙ୍କ ଅଧ୍ୟକ୍ଷତାରେ ପଦୋନ୍ନତି ଅଦାଲତ ଗଠନ କରାଯିବ । ପ୍ରତିବର୍ଷ ଜାନୁୟାରୀ ମାସ ଚତୁର୍ଥ ସପ୍ତାହରେ ପଦୋନ୍ନତି ଅଦାଲତର ବୈଠକ ବସିବ ଏବଂ କୌଣସି କାରଣରୁ ପଦୋନ୍ନତି ପାଇପାରି ନଥିବା କର୍ମଚାରୀମାନଙ୍କ ସମସ୍ୟାର ସମାଧାନ ଏହି ଅଦାଲତ ଜରିଆରେ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons