କଲେଜରେ କରୋନା ପରୀକ୍ଷାକେନ୍ଦ୍ରକୁ ବିରୋଧ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): କରୋନା ପରୀକ୍ଷଣ ବୃଦ୍ଧି କରିବା ପାଇଁ ସରକାରଙ୍କ ପକ୍ଷରୁ ନିଦେ୍ର୍ଧଶ ଆସିବା ପରେ ବିଭିନ୍ନ ସ୍ଥାନରେ ପରୀକ୍ଷାକେନ୍ଦ୍ର କରାଯାଇ ଶନିବାର ଠାରୁ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ରାୟଗଡ଼ା ସହରର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏହି କେନ୍ଦ୍ରକୁ ବିରୋଧ କରାଯାଇଛି । ସ୍ଥାନୀୟ ଇନ୍ଦିରାନଗର, ଅଶୋକନଗର ଓ ଗୋଦାବରୀଶନଗର ଅଞ୍ଚଳବାସୀ ଏହାକୁ ବିରୋଧ କରି ମହାବିଦ୍ୟାଳୟ ମୁଖ୍ୟଫାଟକରେ ତାଲା ଠୁଙ୍କି ଦେଇଥିଲେ । ଫଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚିି ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଲୋକେ କୌଣସି କଥା ଶୁଣି ନଥିଲେ । ଫଳରେ ପରୀକ୍ଷାକେନ୍ଦ୍ର ସ୍ଥାପନ ପାଇଁ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗକୁ ଗତ ଦୁଇଦିନ ହେଲା ନାକେଦମ ହେବାକୁ ପଡୁଛି ।
ଘଟଣାରୁ ପ୍ରକାଶ ଯେ, ରାୟଗଡ଼ା ସହରରେ ଦୈନିକ ୧୦୦ ଜଣଙ୍କ ଆରଟି-ପିସିଆର ପରୀକ୍ଷା ହେଉଥିଲା । ସଂକ୍ରମଣ ବୃଦ୍ଧି ପାଇବା ପରେ ପରୀକ୍ଷା ମଧ୍ୟ ବୃଦ୍ଧି କରିବା ନିଷ୍ପତ୍ତିି ଗ୍ରହଣ କରି ସରକାର ନିଦେ୍ର୍ଧଶ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସହରରେ ଦୁଇଟି ପରୀକ୍ଷାକେନ୍ଦ୍ର ବୃଦ୍ଧି କରାଗଲା । ହେଲେ ଶନିବାର ଗାନ୍ଧିନଗର ବିଦ୍ୟାଳୟ ତଥା ମୁଖ୍ୟରାସ୍ତା ଉପରେଥିବା କେନ୍ଦ୍ରକୁ ଲୋକେ ବିରୋଧ କରିଥିଲେ । ଫଳରେ ଏହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଆଜି ମହାବିଦ୍ୟାଳୟ ଠାରେ ପରୀକ୍ଷାକେନ୍ଦ୍ରକୁ ମଧ୍ୟ ତୀବ୍ର ବିରୋଧ କରାଯାଇଛି । ସ୍ଥାନୀୟ ଇନ୍ଦିରାନଗର, ଅଶୋକନଗର ଓ ଗୋଦାବରୀଶନଗର ଅଞ୍ଚଳବାସୀ ଏହାକୁ ବିରୋଧ କରି ମହାବିଦ୍ୟାଳୟ ମୁଖ୍ୟଫାଟକରେ ତାଲା ଠୁଙ୍କି ଦେଇଥିଲେ । ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚିି ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଲୋକେ କୌଣସି କଥା ଶୁଣି ନଥିଲେ । ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ହେଲା, ଏହାଏକ ଜନବସତି ଅଞ୍ଚଳ । ପରୀକ୍ଷା ପାଇଁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ବିଶ୍ରାମର ବ୍ୟବସ୍ଥା ନାହିଁ । ଫଳରେ ଅନେକ ବ୍ୟକ୍ତି ବିଭିନ୍ନ ଲୋକଙ୍କ ଘର ସମ୍ମୁଖରେ ବସି ପରୀକ୍ଷା ପାଇଁ ଅପେକ୍ଷା କରିବା ସହ ରାସ୍ତା ଉପରେ ଗାଡ଼ି ପାର୍କିଂ କରୁଛନ୍ତି । ସଂକୀର୍ଣ୍ଣ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଉପୁଜିବା ସହ ସାହି ବାସିନ୍ଦାଙ୍କ ପାଇଁ ମଧ୍ୟ ନାନା ସମସ୍ୟା ସୃଷ୍ଟି କରୁଛି । ମହାବିଦ୍ୟାଳୟରେ କଦାପି କରୋନା ପରୀକ୍ଷାକେନ୍ଦ୍ର କରାଯିବ ନାହିଁ ବୋଲି ସ୍ଥାନୀୟ ଲୋକେ ପୁଲିସକୁ ଜଣାଇଥିଲେ । ଶନିବାର ସନ୍ଧ୍ୟାରୁ ହିଁ ଏହି ବିରୋଧ ଜାରି ରହିଛି । ମହାବିଦ୍ୟାଳୟ ଅଞ୍ଚଳରେ ରହୁଥିବା ଲୋକେ ସୋସିଆଲ ମିଡ଼ିଆରେ ନିଜର ବିରୋଧ ଆରମ୍ଭ କରି ଆଜି ମହାବିଦ୍ୟାଳୟରେ ପହଞ୍ଚି ତାଲା ଠୁଙ୍କିବା ସହ କରୋନା ପରୀକ୍ଷାକେନ୍ଦ୍ର ବନ୍ଦ କରିଥିଲେ । ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ଦୂରଦୃଷ୍ଟି ଅଭାବରୁ କରୋନାକୁ ନେଇ ବାରମ୍ବାର ବିଭିନ୍ନ ସମସ୍ୟା ଉପୁଜିବା ସହ ଅଭିଯୋଗ ମଧ୍ୟ ଦାଖଲ ହେଉଛି । ତେଣୁ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ବିଭିନ୍ନ ଦିଗରୁ ବିଚାର କରିବା ଜରୁରୀ ବୋଲି ମତପ୍ରକାଶ ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons