ବୋରିଗୁମ୍ମା: ସ୍ଥାନୀୟ ଭୈରବ ମହାବିଦ୍ୟାଳୟର ମୁଖ୍ୟଫାଟକର ତାଲା ଭାଙ୍ଗି ଦୁର୍ବୃତ୍ତ ଚୋରି ଉଦ୍ୟମ କରିଛନ୍ତି । ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ ବୋରିଗୁମ୍ମା ଥାନାରେ ଏତଲା ଦେଇଛନ୍ତି । ଏତଲାକୁ ଭିତ୍ତିକରି ପୁଲିସ୍ କଲେଜ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପୁଲିସ୍ ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ସ୍ଥାନୀୟ ଭୈରବ ଡିଗ୍ରୀ କଲେଜର ମୁଖ୍ୟଫାଟକର ତାଲା ଭାଙ୍ଗି କେତେକ ଦୁର୍ବୃତ୍ତ ଭିତରେ ପ୍ରବେଶ କରିଥିଲେ । ପରେ ଅଫିସ୍ର ତାଲା ଭାଙ୍ଗିଥିଲେ । କାର୍ଯ୍ୟାଳୟର ଆଲ୍ମିରା ଖୋଲି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଫାଇଲ୍, ରେଜିଷ୍ଟର ଆଦି ଫିଙ୍ଗା ଫୋପଡା କରିବା ସହ ଡ୍ରଏର୍ର ଚାବି ବି ଭାଙ୍ଗି ଦେଇଛନ୍ତି । କଲେଜରେ ଥିବା କେତେକ ଖେଳଣା ସାମଗ୍ରୀ ମଧ୍ୟ ସେମାନେ ନେଇଯାଇଛନ୍ତି । ଆଜି ସକାଳେ କଲେଜରେ ଚୋରି ହୋଇଥିବା ଜଣାପଡିବା ପରେ କଲେଜ ପରିଚାଳନା କମିଟି ସଭାପତି ରାମଚନ୍ଦ୍ର ପାଢି, ସହସମ୍ପାଦକ ସୁବାସ ଚନ୍ଦ୍ର ନାୟକ, କଲେଜ ଅଧ୍ୟକ୍ଷ ଭି.ଚିରଞ୍ଜୀବୀ ପ;ନାୟକ ପ୍ରମୁଖ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ ।
ରିପୋର୍ଟ: ମାନସ ରଥ
Comments are closed, but trackbacks and pingbacks are open.