ପିପିଲି,(ବି.ବି.ନୁ୍ୟଜ୍): ପୁରୀ ଜିଲ୍ଲା ପିପିଲି ବ୍ଲକ ସାତଶଂଖ ଠାରେ ଥିବା କଳିଙ୍ଗ କଥା କମ୍ପାନୀରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁରେ କତା ସାମଗ୍ରୀ ସହ ଆସବାବପତ୍ର ଗୁଡିକ ଜଳି ପାଉଁଶ ହୋଇଯାଇଛି । ପିପିଲି-ସତ୍ୟବାଦୀ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ଆଜି (ବୁଧବାର) ସକାଳେ ପୁଣି ଥରେ କମ୍ପାନୀରେ ନିଆଁ ଲାଗିଯାଇଥିଲା । କତା ଗୁଡିକ କୁହୁଳି ଏହି ନିଆଁ ଲାଗିଥିବା ଜଣାପଡିଛି । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳ ପହଞ୍ଚି ନିଆଁକୁ ନିଭାଇଥିଲେ । ଏଥିରେ କେହି ହତାହତ ହୋଇନଥିବା ଜଣାପଡିଛି । କମ୍ପାନୀରେ କିପରି ନିଆଁ ଲାଗିଲା, ସେନେଇ କାରର ଅସ୍ପଷ୍ଟ ରହିଛି । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଜଣାପଡିଛି ।
Comments are closed, but trackbacks and pingbacks are open.