ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସାହିତ୍ୟ ଆମକୁ ପ୍ରଶ୍ନ ପଚାରିବାର ସତ୍ସାହାସ ଦିଏ । ଏହା ଆମକୁ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦିଏ । ଏହା ଆମକୁ ପରିବର୍ତ୍ତନ ପାଇଁ ଶକ୍ତି ଯୋଗାଏ । ସାହିତ୍ୟ ବିନା ସୃଜନାତ୍ମକ ଚିନ୍ତା ଅସମ୍ଭବ । ସାମାଜିକ ପରିବର୍ତ୍ତନ ପାଇଁ ସାହିତ୍ୟ ଏକ ଅସ୍ତ୍ର । ପୁରାତନ ସମୟରୁ ଏହା ସମାଜର ପଥ ପ୍ରଦର୍ଶକ ଭାବେ କାର୍ଯ୍ୟ କରି ଆସୁଛି । ସାମଜିକ ପରିବର୍ତ୍ତନ ଓ ଆଭ୍ୟନ୍ତରୀଣ ସୁଖ ପାଇଁ ସାହିତ୍ୟ ଜରୁରୀ । ସାରା ବିଶ୍ୱରେ ଆଜି ଯେଉଁ ପରିବର୍ତ୍ତନ ଆସିଛି ତାହା ନୂଆ ଚିନ୍ତାଧାରାର ଲେଖକଙ୍କ ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ନୁ୍ୟ ଇଣ୍ଡିଆନ୍ ଏକ୍ସପ୍ରେସ୍ ପକ୍ଷରୁ ଆୟୋଜିତ କଳିଙ୍ଗ ଲିଟେରାଲି ଫେଷ୍ଟିଭାଲ୍ ‘ଅ’ର ଉଦ୍ୟାପନୀ ଉତ୍ସବରେ ଅତିଥି ଭାବେ ଯୋଗଦେଇ ସେ କହିଥିଲେ ଓଡିଶା ସାହିତ୍ୟର ଧାରାରେ ସାରଳା ଦାଶଙ୍କ ଲିଖିତ ଓଡିଆ ମହାଭାରତର ଗୁରୁତ୍ୱ ଯଥେଷ୍ଟ ବେଶୀ । କାରଣ ଏହା ଲୋକଙ୍କ ଭାଷାକୁ ସାହିତ୍ୟର ମୁଖ୍ୟା ଧାରାରେ ସାମିଲ କରାଇ ପାରିଥିଲା । ସମାନ ଭାବେ ଭୀମଭୋଇଙ୍କ ଲେଖାରେ ଜାତି ପ୍ରଥା, ଫକୀରମୋହନ ସେନାପତିଙ୍କ ଲେଖାରେ କିଶୋରୀ ଶିକ୍ଷା, ପ୍ରତିଭା ରାୟଙ୍କ ଲେଖାରେ ମହିଳା ସଶକ୍ତିକରଣର କଥା ପରିସ୍ପୁଟ ହୋଇ ପାରିଛି । ବର୍ତ୍ତମାନ ଆମେ ଜ୍ଞାନ ଓ ସଶକ୍ତିକରଣର ସମୟ ଦେଇ ଗତି କରୁଛୁ ।
ଏହି ଅବସରରେ ଦିନ ତମାମ୍ ୬ରୁ ଅଧିକ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଯେଉଁଥିରେ ଦେଶର ଖ୍ୟାତନାମା ସାହିତି୍ୟକ, ବୁଦ୍ଧିଜିବୀ, ରାଜେନୈତିକ ସମୀକ୍ଷକମାନେ ଯୋଗଦେଇଥିଲେ ।
Comments are closed, but trackbacks and pingbacks are open.