କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଅଲିମ୍ପିକ୍ କ୍ବାଲିଫାଏ ହକି ଟୁର୍ଣ୍ଣାମେଣ୍ଟ

Get real time updates directly on you device, subscribe now.

ଭୁବନେଶ୍ବର: ପୁଣି ଥରେ କଳିଙ୍ଗ ଷ୍ଟାଡିୟମ ରେ ଖେଳାଯିବ ଏଫଆଇଏଚ ଅଲିମ୍ପିକ କ୍ବାଲିଫାଏ ହକି ଟୁର୍ଣ୍ଣାମେଣ୍ଟ । ୨୦୨୦ ଟେ।କିଓ ଅଲିମ୍ପିକ ପାଇଁ ଭାରତୀୟ ଦଳ ଟିକେଟ ହାତେଇବ କି ନାହିଁ ସେହି ନିଷ୍ପତ୍ତି ହେବ ଏଠାରେ ।ସେହିଭଳି ଭାରତୀୟ ମହିଳା ହକି ଦଳ ରିଓ ପରେ ପୁଣି ଟେ।କିଓରେ ଦବଦବା ଦେଖାଇବ କି ନାହିଁ ଏଠାରେ ତାର ମଧ୍ୟ ମିଳିବ ସୂଚନା । ତେଣୁ ନୂଆ ରଣ ନୀତିରେ ଭାରତୀୟ ଦଳ ପଡିଆକୁ ଓହ୍ଲାଇବ । ନଭେମ୍ବର ୧ ଓ ୨ ତାରିଖ ଦୁଇଦିନ ଧରି ଖେଳାଯିବାକୁ ଥିବା ଦୁଇଟି ଲେଖାଏଁ ଲିଗ ମ୍ୟାଚରେ ଭାରତ ମହିଳା ଦଳ ଆମେରିକାକୁ ଓ ପୁରୁଷ ଦଳ ରୁଷିଆକୁ ଭେଟିବ ।ପ୍ରଥମ ଥର ପାଇଁ ଭାରତୀୟ ମହିଳା ଦଳ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳିବ । ସେପଟେ ତିନି ଓଡିଆ ମହିଳା ଖେଳାଳି ବି ନିଜ ହେ।ମ ଟାଉନରେ ପ୍ରଦର୍ଶନ କରିବେ , ପରିବାର ଲେ।କେ ଏଥର ଲାଇଭ ଦେଖିବେ ଏହି ତିନି ଓଡିଆ ଖେଳାଳିଙ୍କୁ ।
ଉଭୟ ପୁରୁଷ ଓ ମହିଳା ହକି ଦଳ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳିବ ଏଫ ଆଇ ଏଚ ଅଲିମ୍ପିକ କ୍ବାଲିଫାଏ ଟୁର୍ଣ୍ଣାମେଣ୍ଟ ।ଦୁଇଟି ଲିଗ ପର୍ୟ୍ୟାୟ ମ୍ୟାଚରେ ଦଳ ଭରଲକରି ଜିତିଲେ ସିଧା ୨୦୨୦ ଟେ।କିଓ ଅଲିମ୍ପିକ ପାଇଁ ମିଳିବ ଟିକେଟ ।ତେଣୁ ଟୁର୍ଣ୍ଣାମେଣ୍ଟ ଦୃଷ୍ଟିରୁ ଉଭୟ ପୁରୁଷ ଙ୍କ ପାଇଁ ଏହି ଲିଗ ମ୍ୟାଚ ବେଶ ଗୁତ୍ବପୂର୍ଣ୍ଣ । ପ୍ରଥମଥର ପାଇଁ ଭାରତୀୟ ମହିଳା ହକି ଦଳ ଭୁବନେଶ୍ବରରେ ଆନ୍ତର୍ଜାତୀୟ ସ୍ତରର ମ୍ୟାଚରେ ପଡିଆକୁ ଓଲ୍ଲାଇବ । ପୁଣି ଏଥିରେ ସାମିଲ ଅଛନ୍ତି ତିନି ଓଡିଆ ଖେଳାଳି ଦିପଗ୍ରେସ ଏକ୍କା , ନମିତା ଟପ୍ପେ। ଓ ନିଲୀମା ମିଞ୍ଜ । ନିଜ ପରିବେଶ ଓ ନିଜ କ୍ରାଉଡଙ୍କ ମଧ୍ୟରେ ମ୍ୟାଚ ଖେଳିବାକୁ ଏହି ତିନି ଓଡିଆ ବେଶ ଉତ୍ସାହିତ ଅଛନ୍ତି । ନିଲିମାଙ୍କ ପାଇଁ ଏହା ହେଉଛି ଦ୍ବିତୀୟ ଅଲିମ୍ପିକ ସୁଯୋଗ । ଭଲ ଖେଳି ଟିକେଟ ହାତେଇବା ସହ ଭଲ ମାର୍ଜିନରେ ଜିତିବାର ଲକ୍ଷ୍ୟରେ ଭାରତ।
ସେପଟେ ପୁଣି ଥରେ ଦଳରେ ସ୍ଥାନ ପକ୍କା କରିଛନ୍ତି ଅମିତ ରେହିତ ଦାସ ।ବିଶ୍ବକପଠାରୁ ଆରମ୍ଭ କରି ଏଫ ଆଇ ଏଚ ସିରିଜ ଲାଗି ୟୁରେ।ପ ଟୁରରେ ଅମିତଙ୍କ ସହ ବିରେନ୍ଦ୍ର ସ୍ଥାନ ପକ୍କା କରିଥିଲେ ମଧ୍ୟ ଅଲିମ୍ପିକ କ୍ବାଲିଫାଏରେ କେବଳ ରେହିତ ଏକମାତ୍ର ଓଡିଆ ଖେଳାଳି ଭାବେ ପୁରୁଷ ଦଳରେ ସାମିଲ ଅଛିନ୍ତି ।ବ୍ୟକ୍ତିଗତ ଭାବେ ରେହିତ ଙ୍କ ପାଇଁ ଏହା ପ୍ରଥମ ଅଲିମ୍ପିକ ହେବ । ତେଣୁ ଭଲ କରି ଅଲିମ୍ପିକ ଟିକେଟ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି ଭାରତୀୟ ହକି ଦଳ ।ଦଳରେ ଲଗାତର ଅମିତ ସ୍କେ।ର କରୁଛନ୍ତି । ସେ ଦାୟିତ୍ବବାନ ଓ ନିର୍ଭରଯୋଗ୍ୟ ଖେଳାଳିଭାବେ ଦଳରେ ସାମିଲ ହେ।ଇଛନ୍ତି।
ସବୁ ଓଡିଆଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମରେ ଖେଳିବା ସହ ଓଡିଶା ତଥା ଭାରତ ପାଇଁ ସଫଳତା ଆଣିବା ଗୌ।ରବ ଓ ସମ୍ମାନ ବିଷୟ । ତେଣୁ ଭଲକରି ୨୦୨୦ ଟେ।କିଓ ଅଲିମ୍ପିକ ପାଇଁ ଭାରତୀୟ ଉଭୟ ପୁରୁଷ ଓ ମହିଳା ଦଳ ଟିକଟ ହତେଇଲେ ଓଡିଆ ଙ୍କ ପାଇଁ ଏହା ହେବ ଶ୍ରେଷ୍ଠ ସଫଳତା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons