କାଂଜିପାଣି ଘାଟିରେ ଓଲଟିଲା ବସ୍;୬ଶିଶୁ ସମେତ ୧୩ ଗୁରୁତର

Get real time updates directly on you device, subscribe now.

ଜଗମୋହନପୁର : ତେଲକୋଇ କାଂଜିପାଣି ପୂର୍ତ ବିଭାଗ ରାସ୍ତାର କାଂଜିପାଣି ଘାଟିରେ ଏକ ଘରୋଇ ବସ୍ ଓଲଟି ପଡିବାରୁ ୧୩ଜଣ ଗୁରୁତର ହୋଇଥିବାବଳେ ୪୦ରୁ ଅଧିକ ଅଳ୍ପକେ ବର୍ତିଯାଇଛନ୍ତି । ଗୁରୁତରଙ୍କ ମଧ୍ୟରେ ୫ଜଣ ମହିଳା,ଜଣେ ପୁରୁଷ ଓ ୬ଜଣ ଶିଶୁଙ୍କ ସହିତ ଜଣେ ନାବାଳକ ରହିଥିବା ସୂଚନା ରହିଛି । ସେମାନେ ହେଲେ କେନ୍ଦୁଝର ରାଇସୁଅାଁ ଥାନା ବାଉରିପଦା ପଂଚାତ ମନୋହରପୁର ଗ୍ରାମର ପାର ବେହେରା (୪୫),ମଲି ଦେହୁରୀ,ପୁଷ୍ପାଂଜଳି ବେହେରା,ଶ୍ରଦ୍ଧାଂଜଳି ଦେହୁରୀ,ଅନିତା ଦେହୁରୀ,ଅର୍ଜୁନ ବେହେରା ଓ ନାବାଳକ ସନ୍ତୋଷ ବେହେରା(୧୨) । ସୂଚନା ମୁତାବକ (ଓଡି୦୯ ୨୩୫୨) ନମ୍ବର ବିଶିଷ୍ଟ ଶ୍ରୀ ଜଗନ୍ନାଥ ନାମକ ବସ କେନ୍ଦୁଝର ରାଇସୁଅାଁ ଥାନା ମନୋହରପୁର ଗ୍ରାମରୁ ରିଜର୍ଭରେ ୫୫ଜଣ ମହିଳା ଓ ପୁରୁଷ ଯାତ୍ରୀଙ୍କୁ ଧରି ତେଲକୋଇ ଥାନା କତରାପାଲି ଗ୍ରାମ ଅଭିମୂଖେ ସମ୍ପର୍କିୟଙ୍କ ଘରକୁ ସଦଖିଆ ଉତ୍ସବ ପାଳିବାକୁ ଆସୁଥିଲା । ଘାଟି ରାସ୍ତାରେ ବସର ବେଗ ଅଧିକା ଥିବାରୁ କାଂଜିପାଣି ଘାଟିର ପ୍ରଥମ ମୋଡରେ ବସଟି ଭାରସାମ୍ୟ ହରାଇ ରାସ୍ତାର ବାମ ପାଶ୍ୱର୍ରେ ଓଲଟି ପଡିଥିଲା । ଖବରପାଇ କାଂଜିପାଣି ପୋଲିସ୍ ଓ ତେଲକୋଇ ଅଗ୍ନିଷମ ବିଭାଗ ଘଟଣାସ୍ଥଳରେ ପହଁଚି ଗୁରୁତରଙ୍କୁ ଉଦ୍ଧାର କରି ତେଲକୋଇ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସାପରେ ସମସ୍ତେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି । କାଂଜିପାଣି ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଉକ୍ତ ରାସ୍ତାରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଅଂଚଳରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons