କାକଟପୁର :ସାରା ବିଶ୍ୱରେ ମହାମାରୀ କରୋନା ତାର କାୟା ବିସ୍ତାର କରି ଜନଜୀବନ ଅସ୍ତବ୍ୟସ୍ତ କରିଛି । ଏହି ବିପଦ ଠାରୁ ବଞ୍ଚିବାକୁ ଆମ ରାଜ୍ୟ ଓ କେନ୍ଦ୍ର ସରକାର ସାମାଜିକ ଦୂରତା ବଜାୟ ରଖିବା ପାଇଁ ଦ୍ଵିତୀୟ ପର୍ୟ୍ୟାୟ ଲକଡାଉନ ଘୋଷଣା କରିଛନ୍ତି । ଏହି ଅବସରରେ ଅଗ୍ରଣୀ ସ୍ବେଛାସେବୀ ସଂଗଠନ କାକଟପୁର ୟୁଥ ମାସ ପକ୍ଷରୁ କାକଟପୁର ବଜାର ପରିବା ମାର୍କେଟଠାରୁ ୟୁକୋ ବ୍ୟାଙ୍କ ପର୍ୟ୍ୟନ୍ତ ସ୍ୱଚ୍ଛତା ଅଭିଯାନ ସହ ଦୋକାନ ଗୁଡିକ ଆଗରେ ସାମାଜିକ ଦୂରତା ପାଳନ ପାଇଁ ଧଳା ଟ୍ରାକ୍ ସବୁ କରାଯାଇଛି । ଏହା ସହିତ ଦୋକାନୀ ମାନଙ୍କୁ ମାସ୍କ ପିନ୍ଧିବା ଓ ପରିବେଶ ସ୍ୱଚ୍ଛ ରଖିବାକୁ ସଚେତନତା କରାଯାଇଛି ।

ଏହି କାର୍ୟ୍ୟକ୍ରମରେ କାକଟପୁର ମଣ୍ଡଳ ଉନ୍ନୟନ ଅଧିକାରୀ ସୁଧୀର କୁମାର ନାୟକ ଉପସ୍ଥିତ ରହି ସ୍ବେଛାସେବୀ ମାନଙ୍କୁ ଉତ୍ସାହିତ କରିବା ସହ ମାର୍ଗଦର୍ଶନ କରିଥିଲେ । କାର୍ୟ୍ୟକ୍ରମରେ କାକଟପୁର ୟୁଥ ମାସ ର ସମ୍ପାଦକ ସୁଦର୍ଶନ ମନ୍ତ୍ରୀ, ରୁପେଶ ସାହୁ, ବିଶ୍ୱରଞ୍ଜନ ମହାନ୍ତି, ଶିବ ଶଙ୍କର ସାହୁ , ଅଭିରାମ ରାଉତ, ସୌମ୍ୟରଞ୍ଜନ ଦାସ , ପ୍ରିୟବ୍ରତ ବିଶ୍ୱାଳ, ରାଜେଶ ମହାନ୍ତି, ଚିନ୍ମୟ ପୋଲେଇ, ସଂଯୋଜକ କାଳୀପ୍ରସାଦ ସ୍ୱାଇଁ, ସମାଜସେବୀ ରାଜକିଶୋର ମଲ୍ଲିକ ପ୍ରମୁଖ ଯୋଗ ଦେଇ ସମସ୍ତ କାର୍ୟ୍ୟ ପରିଚାଳନା କରିଥିଲେ ।
ଏହି ଅବସରରେ ଶ୍ରୀ ମଲ୍ଲିକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ନେଟ ବ୍ୟାଙ୍କିଙ୍ଗ ଯୋଗେ ପାଞ୍ଚ ହଜାର ଟଙ୍କା କରୋନା ସହାୟତା ପାଇଁ ସହଯୋଗ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ସରକାରଙ୍କୁ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ ।
Comments are closed, but trackbacks and pingbacks are open.