ସୋର,(ବି.ବି.ନୁ୍ୟଜ୍): ଦୁଷ୍କର୍ମ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ସୋର ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ତାଙ୍କ ନାଁ ଯୁଧିÂିର ମଳିକ । ସୂଚନା ଅନୁସାରେ, ଗତକାଲି ଯୁଧିÂିର ତାଙ୍କ ପଡେ଼ାଶୀଙ୍କ ୧୯ ବର୍ଷର ଝିଅକୁ କାଠ ଆଣିବାକୁ ଡାକିଥିଲେ । ହେଲେ ଏହା ପରେ ଯୁଧିÂିର ତାଙ୍କୁ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ଯୁବତୀ ଜଣକ ସୋର ଥାନାରେ ଅଭିଯୋଗ କରିଥିଲେ । ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।
Comments are closed, but trackbacks and pingbacks are open.