ରାଉରକେଲା, (ବି.ବି.ନୁ୍ୟଜ୍): ବ୍ରାହ୍ମଣୀ ନଦୀରେ ଭାସିଗଲା ୪ ବର୍ଷର କୁନି ଝିଅ । ଘଟଣାଟି ଘଟିଛି ରାଉରକେଲା ଲାଠିକଟା ଥାନା ଅନ୍ତର୍ଗତ ଟିମଜୋର ନିକଟରେ । ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ସମରଝୋଲା ଗାଁର ଜଣେ ବୃଦ୍ଧା ତାଙ୍କର ଦୁଇ ନାତିନାତୁଣୀଙ୍କୁ ଧରି ଟିମଜୋର ଆସିଥିଲେ । ଗତକାଲି ସନ୍ଧ୍ୟାରେ ସେମାନେ ସେଠାରୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା । ସେମାନେ କାଠ ପୋଲ ଦେଇ ଫେରୁଥିବା ବେଳେ ହଠାତ୍ ଏକ ସ୍ଥାନରୁ କାଠ ଖସି ପଡିଥିଲା । ଫଳରେ ତିନି ଜଣ ଯାକ ନଦୀରେ ପଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ଉକ୍ତ ବୃଦ୍ଧା ଓ ତାଙ୍କ ନାତିଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ହେଲେ ତାଙ୍କର ୪ ବର୍ଷର ନାତୁଣୀ ଭାସି ଯାଇଥିଲା । ଗତକାଲି ରାତିରେ ସ୍ଥାନୀୟ ଲୋକେ ଓ ପୋଲିସ ଶିଶୁ କନ୍ୟାଟିକୁ ଖୋଜାଖୋଜି କରିଥିଲେ । ତେବେ ପାଇ ନଥିଲେ । ଆଜି(ମଙ୍ଗଳବାର) ସକାଳେ ପୋଲିସ ଓ ଅଗ୍ନିଶମ ବାହିନୀ ଆସି ପୁଣି ଖୋଜାଖୋଜି କରୁଛି । ସୂଚନାଯୋଗ୍ୟ, ଏହି କାଠ ପୋଲଟି ଗ୍ରାମ ପଞ୍ଚାୟତ ଦ୍ୱାରା ଟିମଜୋରରୁ ଟାଇଁସର ପର୍ଯ୍ୟନ୍ତ ନିର୍ମାଣ କରାଯାଇଛି । ବାଉଁଶ କାଠରେ ତିର୍ମିତ ଏହି ପୋଲଟି ଦୁର୍ବଳ ହୋଇଗଲାଣି । ଏଣୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି । ନଦୀର ଉଭୟ ପାଶ୍ୱର୍ରେ ବସବାସ କରୁତôବା ଲୋକେ ବହୁ ଦିନ ହେଲା ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କରିଆସୁଥିଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ ହେଉଛି ।


Comments are closed, but trackbacks and pingbacks are open.